Unknown

ବନଫୁଲ

କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ

 

ମାନଭଞ୍ଜନ

ରଙ୍ଗପୁରଗୋଟିଏଛୋଟ ଷ୍ଟେସନ । ଟାଉନ ନୁହେଁ କି ପଲ୍ଲୀଗ୍ରାମ ନୁହେଁ । ଗ୍ରାମର ହାଇସ୍କୁଲ, ଫାଣ୍ଡି ଓ ଡାକଘର ଅଛି । ସେତେବେଳକୁ ସ୍କୁଲରେ ହେଡ଼ ମାଷ୍ଟର ମହେନ୍ଦ୍ର ବାବୁ । ଛାତ୍ରସଂଖ୍ୟା ମନ୍ଦ ନୁହେଁ । ଅଳ୍ପକାଳହେଲା ଏ ସ୍କୁଲକୁ ଜଣେ ସେକେଣ୍ଡ ମାଷ୍ଟର ଆସିଛନ୍ତି । ବୟସ ୨୨ ଭିତରେ । ନବବିବାହିତ ଯୁବକ । ସଭ୍ୟତା ପରିଚାୟକ ସ୍ୱର୍ଣ୍ଣପ୍ରେମଯୁକ୍ତ ଚଷମା, ସୁନାଘଡ଼ି ଇତ୍ୟାଦି ଇତ୍ୟାଦିହାଇଫେସନରସବୁଅଂଶ ରହିଛି । ବାବୁଟି ବାବୁ ଅଂଶରେ ବେଶ୍‌। ଜଣେ ବି:ଏ: । ଶ୍ରୀଘ୍ର ଓକିଲାତି ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଶୀତ ଦିନ ଆସିଲା । ଏବର୍ଷସରସ୍ୱତୀ ପୂଜାରେ ନୂଆ ସେକେଣ୍ଡମାଷ୍ଟର ରାମବାବୁ ଦେବା ନେବା, ଯିବା ଆସିବାରେ ମୁଖୀଆକାମ କରିଛନ୍ତି । ଦେବୀ ପୂଜାର ବନ୍ଦନାଟି ତାଙ୍କର ଲେଖା । ସେ ଜଣେ ଏଡ଼େ ଦରର ଲେଖକ ବୋଲି ପିଲାମାନେ ଏପର୍ୟ୍ୟନ୍ତ ଟେର ପାଇନଥିଲେ । ତାଙ୍କ ଦଳୀୟ ଛାତ୍ରମାନେ ପ୍ରଶଂସାରେ ଲାଗିପଡ଼ିଲେ । ମଧୁ ସେତେବେଳକୁ ସେକେଣ୍ଡ କ୍ଳାସଛାତ୍ର-ଛାତ୍ର କାହିଁକି ସେ ଶ୍ରେଣୀର ସର୍ଦ୍ଦାର । ପାଠରେ ନହେଉ ପଛେ ଶାଠରେ । ‘ଚା’ ଟାତିଆର କରିବା, କେହି ବେମାର ହେଲେ ଅନାହୂତ ଭାବରେ ମଧ୍ୟ ସେବା ଦେବା କରିବା ବା ବିପଦଗ୍ରସ୍ତକୁ ସାହାଯ୍ୟ କରିବାରେ ସେ ଖୁବ୍‌ ମଝବୁତ । ଆଜିକାଲିକା ପିଲାମାନଙ୍କର ସଂସ୍କୃତ ପ୍ରତି ସମଧିକ ପ୍ରବଳ ଆଦର ହେତୁ ହାଇସ୍କୁଲ ପଣ୍ଡିତଟିମାନେ ପ୍ରାୟ ତାଙ୍କର କ୍ରୀଡ଼ା ପୁତ୍ତଳିକା ହୋଇଥାନ୍ତି । ଏହି କେତେକଦିନତସରସ୍ୱତୀପୂଜା ଧୂମରେ ‘ପ୍ରବେଶୀକା’ ବହିଖଣ୍ଡକ ଉପରେ ଆଣ୍ଠୁ ଏ ଧୂଳି ପଡ଼ିରହିଛି । ଆଜି ସ୍କୁଲର ପଢ଼ାପଢ଼ି ଆରମ୍ଭ । ଖେଳଛୁଟି ଘଣ୍ଟା । ୟାପରେ ସଂସ୍କୃତ ପିରିୟଡ଼ । ବାଳକ ସମିତିରେ ବିଚାର ଆରମ୍ଭ ହେଲା । ପଣ୍ଡିତେତ ତାଟକା ବ୍ୟାଘ୍ର ଝାମ୍ପ ପ୍ରଦାନ ପୂର୍ବକ ଆକ୍ରମଣ କରିବେ, ଉପାୟ କଣ ? ସମସ୍ତେ ମଧୁର ଆଶ୍ରୟ ଗ୍ରହଣ କଲେ । ପଣ୍ଡିତଙ୍କର ପୁନ୍ନାମକ ନରକ ତ୍ରାଣ ହେତୁ ଏ ଚଉରାଶୀ ବର୍ଷ ବୟଃକ୍ରମ କାଳରେ ମଧ୍ୟ ଷୋଡ଼ଶୀ ତୃତୀୟ ପକ୍ଷୀୟାବିଦ୍ୟମାନା । ମଧୁ ପ୍ରୋକ୍ତକାର୍ୟ୍ୟରେ ପଣ୍ଡିତଙ୍କର ଦକ୍ଷିଣ ହସ୍ତଥିଲା । ଅତଃ ପ୍ରୀୟପାତ୍ର, ଏକଥା କହିବା ବହୁଲ୍ୟ । ସାଙ୍ଗପିଲାମାନଙ୍କଟେକାଟେକୀରେ ମଧୁ ମନ ଫୁଲିଉଠିଲା । ସେ ଉପାୟ ସ୍ଥିର କରି ନେଲା । ଘଣ୍ଟା ବାଜିଗଲା । ପିଲାମାନେ ଉତ୍କଣ୍ଠିତ ଭାବରେ ଶୁକ୍ଲକେଶବେଦାନ୍ତବଦନର ଅପେକ୍ଷା କରିଛନ୍ତି । ମଧୁ ପଣ୍ଡିତଙ୍କ ଲାଗି ନଶ୍ୟ ପ୍ରସ୍ତୁତ ରଖି ଦ୍ୱାରଦେଶରେଦାଣ୍ଡାୟମାନ । ପଣ୍ଡିତମହାଶୟଙ୍କ ଆଗମନରେ ଇଷତ୍‌ ହାସ୍ୟ ସହ ପ୍ରଣତି ପୂର୍ବକ ମଧୁ ସଙ୍ଗେ ସଙ୍ଗେ ନିଜର ଚାତୁରୀ ଖେଳାଇ ନେଲା ।-

 

‘ମହାଶୟ, ଆପଣଙ୍କ ସମୟ ଯାଉଛି ।ପଢ଼େଇପଢ଼େଇମୁଣ୍ଡରବାଳ ପାଚିଲାଣି, ଦାନ୍ତପଡ଼ିଲାଣି। ଦିନେହେଲେ ପଦେ ଅଧେ ଲେଖି ଆଉ ନାମ ରଖିପାରିଲେ ନାହିଁ । ଆପଣଙ୍କପରି ଆମ ଏ ଚକଡ଼ାରେ କେତେଜଣ ଭଲା ପଣ୍ଡିତ ଅଛନ୍ତି? ହେଲେ, ଈଶ୍ୱର ନକରନ୍ତୁ, ଆଖି ମୁଦିଲା ବାସିଦିନତ ନାମ ଲୋପ। ରାମବାବୁ ନୂଆଲୋକ, କବିତା ଲେଖି ଯଶ ଅର୍ଜୁଛନ୍ତି । ଆପଣଙ୍କ ଦେହ କେମନ୍ତ ସହୁଛି, ଆମେମାନେ ତ ସହିପାରୁ ନାହୁଁ ।’

 

ପିଲାମାନେ ଏକମତରେ କହିଉଠିଲେ : ବାସ୍ତବିକ, ସାର୍‌ଆପଣ ଖଣ୍ଡେ ଅଧେ ବହି ଲେଖନ୍ତୁନା । ମଧୁ ପୁଣି ଯୋଗାଇ ଦେଲା ପଣ୍ଡିତ ମହାଶୟ ଯଦି ଲେଖନ୍ତେ ଆଉପୁଣି ଏ ରାଜ୍ୟରେ କିଏ କଲମ ଧରନ୍ତା ? ଶ୍ଳୋକରେ କି ଦୈବୀ ଅଧିକାର ।ଶବ୍ଦଧାତୁ ତ ମୁହେଁ ମୁହେଁ। ଆଁ କଲେ ତ ମେଘଦୂତ, ଶକୁନ୍ତଳା । ଆମର ସେମିତି ଛାଡ଼ି, ତାର ଅଧା ଥିଲେ କୋଉକାଳୁ ସଂସାରଟା ଓଲଟେଇ ଦେଇ ବସିଥାନ୍ତୁ ।

 

ପ୍ରଥମେ ଅଳ୍ପ ହସି ନସ୍ୟ ଗ୍ରହଣ କରି ଧୀର ଗମ୍ଭୀର ଭାବରେ ପଣ୍ଡିତେ ଭାବି ବସିଲେ । କଥାଟା ମିଥ୍ୟା ନୁହେଁ । ପୁଣି ଟିପେ ବୁଦ୍ଧି ପ୍ରସାରିଣୀ ଚୂର୍ଣ୍ଣ ଗ୍ରହଣ କରି କହିଲେ ‘ପିଲାଏ ରାମ ପିଲାଲୋକ, ତାଙ୍କ ତିନିପୁରୁଷଙ୍କୁ ମୁଁ ପଢ଼େଇଛି। କି ଲେଖିବ ସେ ? ପୂର୍ବରୁତ କବିମାନେ ସବୁ ସାରି ଦେଇଛନ୍ତି, ବାକି କଣ ଅଛି ?’ ମଧୁ କହିଲା ‘ଆପଣ’ ଖଣ୍ଡେ ଗୀତ ଗୋବିନ୍ଦ ଲେଖନ୍ତୁ । ଆପଣ ବୃଦ୍ଧ, ହରିନାମ, ଭକ୍ତିରସ, ବେଶ ପାରିବେ । ଏପରି ଲେଖିବେ ଯେ ଜୟଦେବ ହାର ମାନିବେ । ଛପାଛପିରେ ଟଙ୍କାଲାଗି ଆମେ ପିଲାମାନେ ଦାୟୀରହିଲୁଁ। ଆପଣଙ୍କର ନାମକୁ ନାମ ହେବ ଆଉ ଟଙ୍କାତ ଥୁଆ । ଏହି ସ୍କୁଲରେତ ଆପଣଙ୍କ ବହି ନିଅଣ୍ଟ । ସେ ଭାର ଆଜିଠୁଁ ମୁଁ ନେଲି । ଆପଣ ଆଜି ଯାଇ ଲେଖା ଆରମ୍ଭ କରନ୍ତୁ । ମୁଁ ନିତି ଯାଇ ଶୁଣି ଆସୁଥିବି ।

 

କଥାବାର୍ତ୍ତା ଶେଷ ନହେଉଣୁ ଘଣ୍ଟା ବାଜିଲା । ପଣ୍ଡିତେ ଛାତ୍ରମାନଙ୍କର ଏବଂବିଧ ଆଗ୍ରହ ଓ ଅର୍ଥଲାଭର ସୁଗମ ପନ୍ଥା ଅନୁମାନ କରି ଆଉ ଅନ୍ୟ ଶ୍ରେଣୀକୁ ଯାଇ ପାରିଲେ ନାହିଁ । ଢଳି ଢଳିଗୃହାଭିମୁଖୀହୋଇ କାଗଜ କଲମ ଧରି ବସିଲେ ।

 

ତୃତୀୟ ପକ୍ଷୀୟା ପଣ୍ଡିତ ରମଣୀ ଶ୍ରୀମତୀ ନବୀନା ।ବର୍ଣ୍ଣବୋଧ ସମାପ୍ତ ଜ୍ଞାନା।ଅପରିପକ୍ୱାଗୃହୀଣୀ। ବୟସ ଅନୁମାନରେ ପଣ୍ଡିତଙ୍କ ପୌତ୍ରୀ ସ୍ଥାନୀୟା ହେବ ।ଅପୁତ୍ରିକ ହେତୁ ବିବାହ କରିବାକୁ ଯାଇ ପଣ୍ଡିତ ମହାଶୟ ପରିଶେଷରେ ଏହି ଶ୍ରୀମତୀଙ୍କରସେବାଧୀନ। ଆଗେ ଆଗେ ସ୍କୁଲରୁ ଆସି ଶ୍ରୀମତୀଙ୍କ ସହିତ ବାଳକ ସୁଲଭ କ୍ରୀଡ଼ା କୌତୁକରେ ଲିପ୍ତ ରହନ୍ତି । ଏ ଗୀତଗୋବିନ୍ଦ ଆରମ୍ଭ କାଳରୁ ପଣ୍ଡିତେ ନବରତ୍ନଙ୍କ ଆଶ୍ରୟ ନେଇ ପୁସ୍ତକଗତ-ପ୍ରାଣ ହୋଇ ପଡ଼ିଛନ୍ତି । ସହସା ଏ ପରିବର୍ତ୍ତନରେ ଶ୍ରୀମତୀଙ୍କର ବିରାଗ ଓ ସନ୍ଦେହ ଆସିଲା । ପିତ୍ରାଳୟରେ ଦିନେ ‘ପ୍ରେମଲିପି’ କଥାଟା ଶୁଣିଥିଲେ । ପଣ୍ଡିତେ ସଦା ସର୍ବଦା ଏ ଲେଖାଲେଖୀ କରିବାଟାକୁ ପ୍ରେୟସୀ ସେହି ଆଖିରେ ଦେଖିଲେ । ଲେଖାରେ ବ୍ୟାପୃତ ଥାଇ ବାଧ୍ୟତା ପ୍ରଯୁକ୍ତ ପଣ୍ଡିତେ ତରତର ହୋଇ ସ୍କୁଲକୁ ଯିବାବେଳେ ପୋଥିପତ୍ରସଜଡ଼ାଭାର ଅନେକ ଥର ଶ୍ରୀମତୀଙ୍କ ଉପରେ ପଡ଼େ ।ଆସି ଦେଖନ୍ତି ସେ ସବୁ ଏ ପାଖ ସେପାଖ ହୋଇ ପଡ଼ିଥିବ ।ଅନୁସ୍ୱାର ବିସର୍ଗ ଦୋଷରୁ କିଛି ବୁଝି ନପାରିଲେ ମଧ୍ୟ ରାଧା, ଲଳିତା ପ୍ରଭୃତି କେତେଗୁଡ଼ିକ ସ୍ତ୍ରୀ ନାମ ଦେଖି ଶ୍ରୀମତୀଙ୍କ ମନର ଧାରଣା କ୍ରମେ ନିଶ୍ଚିତସତ୍ୟରେ ପରିଣତ ହେଲା । ଦିନେ ଗୁରୁଗମ୍ଭୀର-ନିର୍ଘୋଷରେ ଶ୍ରୀମତୀ ପଣ୍ଡିତଙ୍କ ଲେଖାକାଳରେଆକ୍ରମଣଟାଏ କରିବସିଲେ;- ପଚାରିଲେ ‘‘ହଇହେ ତୁମେ ଯେ ଏତେ ଚିଠିପତ୍ର ଯେଉଁମାନଙ୍କ ପାଖକୁ ଦିଅ ସେମାନେ କଣ ମୋଠୁଁ ସୁନ୍ଦରୀ ? କାହାର ସେ ସବୁ ପୋଥି? ଦେବି ଦିନେ ଚୁଲିରେ ମୁହାଇଁ? କହିବଟି ସବୁ ନା’ ମାନ ତାଙ୍କର । କିଏ ସେ ସିଏ ?’’

 

ପଣ୍ଡିତେ ସେତେବେଳକୁ ଶ୍ରୀରାଧାଙ୍କର ମାନଭଞ୍ଜନ ଅଂଶ ଲେଖି ବସିଛନ୍ତି । ଜୟଦେବଙ୍କ ସ୍ତ୍ରୀଙ୍କ ସ୍ୱରୁପ ଦର୍ଶନ କଥା ମନେ ମନେ ଭାବୁଛନ୍ତି । ଚଷମା ଥୋଇ ଆଦର କରି କହିଳେ ‘ପ୍ରିୟେ ଶ୍ରୀମତୀ, ଏ ସମସ୍ତ ତୁମ୍ଭରି ଲୀଳାଖେଳା । ତୁମ୍ଭେ ଆଦ୍ୟା, ଶକ୍ତି ସ୍ୱରୂପିଣୀ ଦେବୀ ।’

 

‘ସେ ପେରେମ ଥାଉ ।କହିବଟି ସେମାନଙ୍କ ନାଁ । ମୁଁ ପଚାରେଁ?’ ପୁସ୍ତକ ଓଲଟାଉ ଓଲଟାଉ ପଣ୍ଡିତେ କହିଲେ ‘‘ଏ ପୋଥିକୁମାରସମ୍ଭବ’’

 

‘ମଲା ? କୁମାର, ଫେରେ ସମ୍ଭବ ? ଏ ପୁଣି କୋଉ ଗାଁ ମାଇକିନାଙ୍କନା’ମ? ଏଡ଼େବିଚିକିଟିୟା? ତୁମେ ଯେମିତି ରସିକ ।ଏଇଟିମାନେ ସେମିତି ନାଁ ।’

 

ପଣ୍ଡିତେ ଏସବୁ ବାହ୍ୟ ଗୋଳମାଳରେ ନାହାନ୍ତି । ସେ ଭାବୁଛନ୍ତି ଏ ଶ୍ରୀମତୀ ପୁଣି ସାକ୍ଷାତ ଦର୍ଶନ କରିନାହାନ୍ତି ତ ? ପଣ୍ଡିତଙ୍କ ଭାଗ୍ୟ ଫେରି ନାହିଁ ତ ? ଏ ନୀରବତା ଶ୍ରୀମତୀଙ୍କର ଅଭିମାନ ଓ ରାଗ ଆହୁରି ବଢ଼ାଇ ଦେଲା ।ବିମ୍ବୋଷ୍ଠ କମ୍ପି ଉଠିଲା । ସନ୍ଦେହ ମଧ୍ୟ ବଢ଼ିଲା। ବୁଦ୍ଧି କୌଶଳ ଖେଳାଇ କହିଲେ ‘କଣ ଭାବୁଛ ? ଲୁଚେଇ କରି ମୋତେଗୋଟେ ଆଉ କି ନୂଆ ନାଁ କହିବ ? ମୁଁ ଜାଣେ ଯେ । ଜାଣିବି କଣ ? ସେମାନଙ୍କ ସାଙ୍ଗେ ଦେଖା ସାକ୍ଷାତ, କଥାବାର୍ତ୍ତା ପର୍ଯ୍ୟନ୍ତ ହେଇଛି । ତୁମ ହିସାବରେ ମୁଁ କଣ ଗୋରୁଗାଈ? ମୋତେ ଲୁଚାଉଛ ? ମୁଁ ନିଜେ ଦେଖିଛି ।’

 

ପଣ୍ଡିତେ ଏଥର ନିଶ୍ଚୟ ଜାଣିଲେ ଶ୍ରୀମତୀ ସାକ୍ଷାତ ଦର୍ଶନ ପାଇଛନ୍ତି । ନୀରବରେ ମୁଖକୁ ଚାହିଁ ଭାବିବାକୁ ଲାଗିଲେ ।

 

ଏଥିରେ ଶ୍ରୀମତୀଙ୍କର ରାଗ ବଢ଼ିବା ନ୍ୟାୟ ସଂଗତ । କ୍ରମଶଃ ଚକ୍ଷୁରେ ଅଞ୍ଚଳ ସଂଯୋଗ,-ବାକ୍‌ରୁଦ୍ଧ। ଅର୍ଦ୍ଧ କମ୍ପିତ ଗଳାରେ କହିଲେ ‘ତୁମେ ମତେ ଭୁଲିଗଲ ? ମୋତେ ପଚାରିଲ ନାହିଁ ? ମୋତେ ଚିହ୍ନିଲନାହିଁ ? ପୁଣି ଲୁଚେଇଲ ? ସେମାନଙ୍କୁ ଏତେ ଭଲ ପାଅ ? କିଏ ସେଇଟା ? ରାଧିକା, ଲଳିତା ? ମୁଁ କି ଜାଣି ନାହିଁ ?’

 

ଗ୍ରାମ୍ୟ ବାଳିକା, ଅକ୍ଷର ଜ୍ଞାନହୀନା। ବିନା ଦର୍ଶନରେ ଏ ନାମ, ଏତତ୍ତ୍ୱ ପାଇଲା କିପରି ? ଭାବ ବିଭୋରରେ କାନ୍ଦି ଉଠୁଛି ସିନା ? ଅସହ୍ୟ, ଅସହ୍ୟ ! ବିଳମ୍ବ ଅନୁଚିତ । ଶୀଘ୍ର ଆସନ ତ୍ୟାଗ କରି ଶ୍ରୀମତୀଙ୍କ ପଦ ବଳପୂର୍ବକ ଟାଣିନେଇ ପଣ୍ଡିତେ ଭକ୍ତି ରସପ୍ଳୁତ ଗଳାରେ ଲୁହ ଝରାଇ କହିଲେ :-

 

‘‘ ପ୍ରୀୟେ, ଦେହିପଦପଲ୍ଲବମୁଦାରଂ’’

 

ଅପରିପକ୍ୱାନବଯୁବତୀ-ଅପମାନ, କ୍ରୋଧ ଆଉ ପଣ୍ଡିତଙ୍କର ଶ୍ମଶୃଳ ବଦନ-ବ୍ୟାଦାନ ପୂର୍ବକ ଏ ଚିତ୍କାର; ତହିଁ ଉପରେ ଚରଣାଟଣା ସମ୍ଭାଳି ନପାରି ବଡ଼ ପାଟିରେ କାନ୍ଦି କଚାଡ଼ିହୋଇ ଶୀଘ୍ର ଭୂମିଶାୟିନୀ ହେଲେ । ଏଣେ ପଣ୍ଡିତ ମହାଶୟ ମଧ୍ୟ ଶ୍ରୀମତୀଙ୍କ ଚରଣ ଛଟାରେ ‘ପପାତ ଧରଣୀତଳେ’ । ତଥାପି ଭକ୍ତି-ଅଜିଗିଳାରେ କାନ୍ଦି କାନ୍ଦିଗୀତଗୋବିନ୍ଦଚର୍ଚ୍ଚାରୁ ବିରତ ନହୋଇଘୋଷୁଛନ୍ତି :-

 

‘ପ୍ରୀୟେ, ଦେହିପଦପଲ୍ଲବମୁଦାରଂ’

 

ଶ୍ରୀ ହସ୍ତଚରଣଛଡ଼ାହୋଇନାହିଁ। ଏ ଘୋରରୋଳ ମଧ୍ୟରେ କବାଟ ଆରପାଖେ ଜଣେ କିଏ ଆଉ ଜମା ସମ୍ଭାଳି ନପାରି ‘ଠୋ’ ‘ଠୋ’ କରି ହସିଉଠିଲା। ପଣ୍ଡିତଙ୍କର ଏହସରେ ଇଷତ୍‌ଚୈତନ୍ୟ ଆସିଲା । ତେଣିକି ଚାହିଁ କହିଲେ :-

 

‘କିଏ ମଧୁ ନା’ରେ?’

ନିରୁତ୍ତର ।

 

ବିଷକୁମ୍ଭ

ପ୍ରତ୍ୟକ ଜୀବନରେ ଗୋଟାଏ ପରିବର୍ତ୍ତନର ମୁହୂର୍ତ୍ତ ଆସେ ।ବାଲ୍ୟବୟସ ପରେ ମଧୁର ବସନ୍ତର ମଳୟ ସ୍ପର୍ଶ ପରି ଏକ ଗଭୀର ପ୍ରଗାଢ଼, ସୁନ୍ଦର ଅଥଚ ତର ତର ଢଳ ଢଳ ସମୟ ।ତେତେବେଳେ ଆଉ ବାଲ୍ୟ ଚପଳତା ଶୋଭା ପାଏ ନାହିଁ । ଖେଳ ଧୂଳି, ନାଚକୁଦା ଜୀବନରେ ପରିପକ୍ୱ ହୋଇ ଅନ୍ତର ମଧ୍ୟରେ ଗୋଟିଏ ଭିନ୍ନ ଛାଞ୍ଚରେ ମନୁଷ୍ୟକୁ ଗଢ଼ିନିଏ। ମନ ଅନାୟତ୍ତ ଥାଇ କୁହୁକୁନୀ ଦୁରାଶାର ବ୍ୟର୍ଥ କଳ୍ପନାଲୋକ ମଧ୍ୟରେ ସମସ୍ତ ଉଦ୍‌ଭ୍ରାନ୍ତ ବାସନାକୁ ଏକତ୍ରିତ କରି ଗୃହ ପ୍ରାଚୀର ହୀନ କରିଦିଏ । ସେତେବେଳେ ମନେ ହୁଏନାହିଁ ଯେ ଏ ଜଗତରେ କାରୀଗରୀ ଅତି ଜଟିଳ, କଠିନ; ଦୁଃଖତାପ, ସମ୍ପଦ ବିପଦ ଘେନି ବିଷମ ବନ୍ଧୁର ଏକ କଠୋରଗିରିସଂକଟ। ମନେହୁଏ ଏ ଯାତ୍ରା କଳନାଦିନୀଗିରିକନ୍ଦରପ୍ରବାହିଣୀ ନିର୍ମଳ ନିର୍ଝରିଣୀର ସ୍ୱଚ୍ଛଜଳ ଧାରା ପରି ସରଳ, ସହଜ । ବିଶେଷତଃ ଯେତେବେଳେ ଅନ୍ତରାକାଶରେ ଦୂର ଦିଗନ୍ତରୁ ଏକ ଯୌବନ ସମୀରଣର ନବୀନ ଉଚ୍ଛ୍ୱାସ ସାରା ଜଗତକୁ ବିଚିତ୍ର ବାସନ୍ତୀ ଶ୍ରୀ ମଣ୍ଡିତ କରି ଦିଏ, ଏ ତୁଚ୍ଛ ପୃଥିବୀ ଯେପରି ତାହାର ସୁଗନ୍ଧ ମର୍ମ କୋଟରର ଚତୁର୍ଦିଗରେ ରକ୍ତ ରଙ୍ଗରଧର ସୁବାସିତ ଶତଦଳର ପାଖୁଡ଼ାଗୁଡ଼ିକଗୋଟିଗୋଟି କରି ଯତ୍ନରେ ସଜାଡ଼ି ଦିଏ । ଧନୀ ନିର୍ଧନ, ପାପୀ ତାପୀ;-ଏ ଅବସ୍ଥା ଅଖଣ୍ଡନୀୟ।

 

ଋକର ସେହି ସମୟ ।ଆବାଲ୍ୟରୁପିତୃହୀନା, ପିତାର କଠୋର ଶାସନ ଅପେକ୍ଷା ଜନନୀର କୋମଳ ମଧୁର ଆଦର ଅନେକ ସମୟରେ ବିଷଫଳ ଫଳାଇ ଥାଏ । ପୁଣି ରୂପ ଜଗତର ଶତ୍ରୁ, ଋକ୍‌ସୁନ୍ଦରୀ, ଶରତ୍‌ଜ୍ୟୋତ୍ସାଲେଖାପରି ନିର୍ମଳ, ବସନ୍ତର ମଳୟ ପରି ଚିକ୍କଣ, କୁସୁମର ସୌରଭ ପରି ମଧୁର, କିନ୍ତୁ ଧନହୀନା, ପିତୃହୀନା-ହତଭାଗିନୀ;-ଯେପରି ଶରତର ଶିଶିର ଚର୍ଚ୍ଚିତ ବୃନ୍ତ-ବିଚ୍ୟୁତ ଶେଫାଳିକା ।

 

ୠକସଦ୍‌ବଂଶଜା, ବୃଦ୍ଧାମାତା ସର୍ବଦା ଚିନ୍ତାଗ୍ରସ୍ତା। ଏ ରୂପ, ଏ ଯୌବନ, ଏ ବିଭବ କାହାର ହେବ ? କିଏ ଏ ନବ-ବିକଶିତା ବନ ମଲ୍ଲିକାର ମୂଲ୍ୟ ବୁଝିବ ? ହାୟ ଧନ ! ତୋ ପଦ କୃପାଭିନ୍ନମାନମହତ୍ତ୍ୱ, ଈଶ୍ୱର ସୃଷ୍ଟି, ରୂପ ବିଭବ-ସମସ୍ତ ଛିନ୍ନଭିନ୍ନ, ଛାରଖାର !

 

ଅଗଣା ଭିତରେ ବୃନ୍ଦାବତୀଙ୍କ ପାଖେ ସଞ୍ଜ ଦେବା ବେଳେ ବୃଦ୍ଧା, ରୁକର ଅଲକ୍ଷରେ ଦୁଇ ବିନ୍ଦୁ ଉଷ୍ମ ଆଶ୍ରୁ ଝରାଇ ଦିଅନ୍ତି ।ସାକ୍ଷୀତାର,-ଜୀର୍ଣ୍ଣଛନ୍ନବସନାଞ୍ଚଳ। ତହିଁ ପରେ ଏକ ଗଭୀର ମର୍ମ ବେଦନା ବ୍ୟଞ୍ଜକ ଦୀର୍ଘଶ୍ୱାସ ସଂସାରର ଜଟିଳ ମାୟାର ହିରଣ୍ୟ ଗର୍ଭରେ ମିଶି ଯାଏ ।ରୁକର ଏ ଭାବନା ଆସି ନାହିଁ ।ପଡ଼ୋଶୀ,-ରୁକରବାଲ୍ୟସହଚରିମାନଙ୍କୁ ଦେଖିଲେ, ରୁକର ଜନନୀ ମୁଖରେ ଅଞ୍ଚଳ ଦେଇ ଫେରି ପଡ଼ନ୍ତି ।ଏଡ଼େ ଦୁଃଖ କଷ୍ଟରେ ମଧ୍ୟ ଶତ୍ରୁ ମୁଖ ନୀରବ ନୁହେଁ । ମହାନ୍ତି ଘର ରୁକ ‘ଘରବୁଢ଼ୀ’ ହେବ, ବର ମିଳିବନାହିଁ, ଦଇବ ଏତେ ରୂପ ଦେଇଥାଏ ନଥିଲା ଠାରେ;-ଏ ସବୁ ମର୍ମ୍ମଭେଦୀ କୁନ୍ତ ପରି ରୁକର ଜନନୀର ହୃଦୟ ଭେଦ କରୁଛି । ତଥାପି ଉପାୟ ନାହିଁ, ବରପାତ୍ର ଅଭାବ ।ରୁକର ନିତାନ୍ତ ଅଜ୍ଞାତରେ ତାର ଜନନୀ ସ୍ୱାମୀ ସଞ୍ଚିତ ସାମାନ୍ୟ ଅଳଙ୍କାର ଓ ଧନରତ୍ନ ବ୍ୟୟ କରି ଘଟକ ନିଯୁକ୍ତ କରୁଥାନ୍ତି ।ଈଶ୍ୱର ଜାଣନ୍ତି, ସେମାନେ କର୍ମ୍ମ କ୍ଷେତ୍ରରେ ସୀମା ସ୍ପର୍ଶ କରନ୍ତି କି ନାହିଁ କିନ୍ତୁ କିଛିକାଳ ପରେ ପୁନଃ ସାକ୍ଷାତ ଦେଇ ବରପାତ୍ରର ଦେଣା ପାଉଣା (Demand) ବିଷୟ ଉତ୍‌ଥାପନ କରନ୍ତି । ବୃଦ୍ଧା ଗୋଟିଏଦୀର୍ଘଶ୍ୱାସରେ ଥରେ ଉପରକୁ ତଳକୁ ଚାହିଁ ଅଶ୍ରୁ ମୁଞ୍ଚନ କରି ନୀରବ ରହନ୍ତି । ରୁକ ସାଇ ବୁଲି ଗଲାବେଳେ ଘର ମହାଲକ୍ଷ୍ମୀଙ୍କ ପାଦପଦ୍ମତଳେ କାନ୍ଦି କାନ୍ଦି ମନର ଦୁଃଖ ଜଣାନ୍ତି । ଜାଣେ ନାହିଁ ଗରିବ ଡାକ ଭଗବାନଙ୍କ କାନକୁ ଶୁଭେ କି ନଶୁଭେ । ଧନର ମୂଲ୍ୟ କି ରୂପ ଓ ବଂଶଗରିମାଠାରୁ ଏତେ ଅଧିକ ! ଧନ୍ୟ ସମାଜ !

 

 

 

(୨)

ଅନାଦୀ ମହାନ୍ତିଏ ପିଲାକାଳରୁପିତୃମାତୃ ହୀନ ।ଶ୍ରାଦ୍ଧଦିଆ ଭୁଲି ଯାଇଛନ୍ତି । ତେଣୁ ପିତୃକୁଳର ଅଂଶ ପର୍ଯ୍ୟନ୍ତ ସ୍ମରଣ ନାହିଁ । ପୁରୁଣା କାଳିଆ ହରିଗୁଣ ଆଉ ଗୋପୀଭାଷାରୁ ଜ୍ଞାନ ସରିଛି ।ଖୁବ୍‌ପିଲାଦିନେ, ଶୁଣୁ, ତାଙ୍କର ଗଳା ବଡ଼ ମଧୁର ଥିଲା । ସେ ଯେତେବେଳେ ‘ଗୋବିନ୍ଦେ ବିଚାରନ୍ତି ମନେ, ଆଜି ରମିବା ବୃନ୍ଦାବନେ’ ଗାଆନ୍ତି, ଗାଁର ତନ୍ତୀପଡ଼ାଗୋଟାଯାକ ପରା ଶୁଣିବାକୁ ରୁଣ୍ଡ ହୋଇପଡ଼ନ୍ତି। କିଛିଦିନ ପରେ ବଡ଼ ହେଲାରୁ ବନ୍ଦୋବସ୍ତିଆଅମୀନଙ୍କ ପାଖେ ମୁଠିଏ ରାନ୍ଧିବାଢ଼ି ଦେଉ ଦେଉ ପାଞ୍ଚ ଦେଶ ଫେରି, ଏକ ଗଡ଼ଜାତରେ ଲାଖିଗଲେ । ପୂର୍ବେ ସେ ଆଦିଆ, ଅନାଦିଆ, ମହାନ୍ତିଏ-ଏବେ ବାବୁ-‘ଏରଣ୍ଡୋପିଦ୍ରୁମାୟତେ।’

 

ଅନ୍ଧାରୀ ମୁଲକର ବଣବିବାକ ପ୍ରଗଣାକୋହ୍ଲ ସାନ୍ତାଳଙ୍କ ଲୀଳାଭୂମି । ତହିଁରେ ଏକ ତରଫରେ ସର୍ଦ୍ଦାର ବାବୁ ଅନାଦି ମହାନ୍ତି । ଆଟୁଘର ପଟାଟୋପ। କାର୍ଯ୍ୟ ଜଣେ କେହି ବଡ଼ଲୋକଙ୍କଗୁମାସ୍ତାଗିରି। ଦରମା ମାସକୁ ଦଶ, ଉପରି ଦଶରେ ଶୂନ, ଅନୁଗୃହୀ, ଇନାମ ବକ୍‌ସିସ ତ ଅଛି । ବାବୁଙ୍କ ଜୀବିକା ଫନ୍ଦି ଫିକର, ପରଘରବୁଡ଼ା ଚୁଗୁଲି, ଦାଣ୍ଡଦ୍ୱାରେ ଛେଳି ବନ୍ଧାହେଲେ ହାତୀ ଘରେ । ଭୂମିଜ ସାନ୍ତାଳଙ୍କ ମହଲରେ ଜଣେ ବିଶିଷ୍ଟ ନାମଯାଦା କବି । ଭଲ ଡାଳଭଙ୍ଗାଯୋଡ଼ନ୍ତି। ନମୁନା ସ୍ୱରୂପ ଯଥା :-

 

ଆମ୍ବଡାଳଖଣ୍ଡି ବଙ୍କା

ଲାଗିଲେ ଲାଗିବ ଲୋ ଷାଠିଏ ଟଙ୍କା

ଷାଠିଏ ଟଙ୍କା ଲୋବୋହୂ ମୁହଁ ଥରେ ଦେଖା ।

 

ଏ ଗୀତଟି ଦୀନାବୋଲିଗୋଟିଏ ପେଟୁ ବଟକରା ଗାଏ । ୟା ଛଡ଼ା ତାଙ୍କର ଅନେକ ଛୋଟପହଳୀ ଅଛି ।ବଡ଼ପହଳୀ ବାହାରିବା ଆଗରୁ ମୁଁ ଏ ଘଟଣା ଲେଖା ଆରମ୍ଭ କରି ଦେଇଛି ବୋଲି ଏବେ ମଧ୍ୟ ଅନୁତାପ କରେ ।

 

ବାକୀ ବାବୁଙ୍କ ରୂପ-ବେଶ୍‌ସୁନ୍ଦର, ତ୍ରିପଣ୍ଡ କାଳିଆ, ଲମ୍ବ ତାଳବୃକ୍ଷ, ଟିକିଏ ମୁଖ ଦାନ୍ତୁରା-ଏଇଟା ଅବଶ୍ୟ ଗୁଣ ମଧ୍ୟରୁ ଅନ୍ୟତମ, ପାଠ ବୋଇଲା ‘କ୍ୱଚିତ୍‌ଦନ୍ତାଭବେତ୍‌ମୂର୍ଖାଃ। ଆଉ ମାଗୁରନିଶା, ହିୟାରେ ନଥାଇ ବାଳ ।ମୋଟରେ ଯେତେଟା ସଦ୍‌ଗୁଣ ବା ସ୍ୱରୂପ ତାଙ୍କ ଭଳି ମନୁଷ୍ୟ ପକ୍ଷେ ଥିବା ଉଚିତ ସବୁଟା ଅଛି । ରସିକତାରେ ବି ନିତାନ୍ତ ମନ୍ଦ ନୁହଁନ୍ତି ।ପାନମହୁରୀବିଡ଼ି ଟାଣି, ହଳଦୀ ରେସମଧଡ଼ି ପିନ୍ଧା ବେଢ଼ାଣ ପିନ୍ଧି, ଟେରୀଟାକୁ ତେଲ ଜଡ଼ସଡ଼ କରି କାଟି, ଗୋଡ଼ରେଦୋଟିଠନଠନିଆ କଳା ବାର୍ଣ୍ଣିସ୍‌ଚଟିମାଡ଼ି, ସବୁଦିନସଞ୍ଜବେଳେ କଲିଏ ଦିକଲି ଗଞ୍ଜା ଟାଣି, ବୁଦ୍ଧିମୂଳ ଗରମ କରି ବଡ଼ ମନ୍ଦିରକୁ ଯାଆନ୍ତି । ତେବେ ତାଙ୍କ ଘରଠାରୁ ସିଧା ସଡ଼କରେ ଯିବାର କେବେ ଦେଖାଯାଏ ନାହିଁ । ବୁଲି ବୁଲିଗଳିବାଟେ ଯିବେ । ଫେରୁ ଫେରୁ ରାତି ୨, ୩ ବା ୪ ।ବଡ଼ଠାକୁରବଡ଼ ଅନୁଗ୍ରହ କରି ତାଙ୍କ ଲାଗି ରାତି ଭୋରତକ୍‌ଚାହିଁ ରହିଥାନ୍ତି । ଭକ୍ତର ଭଗବାନ ନା ! ଚଳନ୍ତି ଫେସନଅନୁମୋଦନ କ୍ରମେ ରାତିଧୂପବଡ଼ସିଂହାର ୧୦।୧୨ ଟା ବେଳକୁ ବଢ଼ି ଯାଏ ସତ୍ୟ ବାକି ବାବୁ ଠାକୁର ନର୍ଶନ ତତ୍ପର, ସେଇ ଅନ୍ଧାରିଆ ଗଳି ରାସ୍ତାରେ ତାଙ୍କ ଧର୍ମପୁଅ ଜଗ ବାଡ଼ିପଟ ଡାକ ଗୋଟିଏଦିଓଟି ଯାହା ସାରମନ୍ତ୍ର।

 

ବାବୁଘର ସଂସାର ଅଳ୍ପ ନୋହିଲେହେଁ ବେଶୀ ନୁହେଁ । ସେ ବିପତ୍ନୀକ । ଘରେ ତାଙ୍କର ଯାଗ୍ୟତା-ପରିବର୍ଦ୍ଧିତ ଶାଳକ ସମ୍ପର୍କୀୟ ପୁତୁରା ମୂର୍ତ୍ତିଏ । ଦାସୀ ଦୁଇଟି ଗୋଟିଏ, ଆଉ ଧର୍ମପାଳିତ ଜଗ । ଜଗ ସୁପୁରୁଷ, ବିବାହିତ, ବୟସ ବାଇସିରୁ ଚବିଶ, ସୁନ୍ଦର, ଆଧୁନିକ ଧରଣର ସୁସଜ୍ଜିତ ।ବୋତଲ ଚଳେ । ଏଣୁ ସେ ଦେଶର ବ୍ୟବହାର ଅନୁସାରେ ସଭ୍ୟ ।ମୋଟରେ ହାଲ୍‌ଫେସନରରିଫାଇନ୍‌ଡଏଡିଶନ।(Refined edition) ପୁତୁରାଟି ହାତଖରତତ୍ପର।ବାହ୍ମୁଣନନାଘରନୋଟାଚୋରୀ କରି ଧୋବାଘରେଦୁଇଅଣାକୁ ବିକିବାଟା ତାଙ୍କର ଗୋଟେ ଖୁଣ ହୋଇ ରହିଛି । ଆଉ ଆଉ ଏମିତି ମକାଚୋରୀ, ଧାନଚୋରୀ, କେତେ ଛୋଟକଥାତ ଅଛି ।ଛାଡ଼ଃ। ସେ ପୁଣି ଅସୁନ୍ଦର, ବାହାର ଦୃଶ୍ୟକୁ ସରଳହେତୁ ହୁଣ୍ଡା ଉପାଧିର ମଧ୍ୟ ସତ୍ୱାଧିକାରୀ। ତେବେ ମୁଁ ବୁଝି ପାରିନାହିଁ ଏ କି ଧରଣର ହୁଣ୍ଡା । ନାମଟା ନ କହିଲେ ମଧ୍ୟ ଚଳେ ।

 

ମୁଁ ଯେତେବେଳେ ଏ ବିଷୟ ଲେଖିବସେଁ, ତେତେବେଳକୁ ବାବୁଙ୍କ ବୟସ କାଛାକାଛି ୪୫ ।ଗୃହଚାଳନାରେ ନାନାଦି ଅସୁବିଧା ଘେନି ଗୃହିଣୀ ଅନ୍ୱେଷଣରେ ବ୍ୟସ୍ତ । କିଏ ଜାଣେ ଏ ଚକ୍ର ଘୁରିଘୁରି ରୁକ ମସ୍ତକରେ ପଡ଼ିବ । ବାବୁ ଟେର ପାଇଛନ୍ତି ରୁକ ରୂପବତୀ, ବିଶେଷରେ ପିତୃ ଅର୍ଜିତ ସାମାନ୍ୟ ସ୍ଥାବରାସ୍ଥାବର ସମ୍ପତ୍ତି ମଧ୍ୟ ଅଛି ।ରୁକର ମାତା ପୁତ୍ରହୀନା। ଅତଏବ ଏ ସମସ୍ତ ସମ୍ପତ୍ତି-ଏକା ବାଡ଼ିକେଦୁଇପକ୍ଷୀ ଶୀକାର କରିବା-ବାବୁଙ୍କ ଲୋଲୁପ ଦୃଷ୍ଟି ଏଡ଼ି ପାରିଲା ନାହିଁ । ଦିନେ ଶୁଭ ଚନ୍ଦ୍ରରେ ହାଲବାବୁ ଶ୍ରୀକରଣ ଶ୍ରୀ ଶ୍ରୀଅନାଦୀଚନ୍ଦ୍ର ମହାନ୍ତିଏ ଘଟକ ଯୋଗେ ପତ୍ର ପ୍ରଦାନ ପୂର୍ବକ ସମସ୍ତ ବିଷୟ ସ୍ଥିର କରିନେଲେ । ପ୍ରଜାପତି ଘଟନ। ରୁକ ଜନନୀ କନ୍ୟାଦାୟଗ୍ରସ୍ତା।ହାତୀଦେବିଘୋଡ଼ାଦେବିମୋପେହେଁକାଳୀ ବାଜ । ବାବୁଙ୍କର ଢଗ ଢମାଳୀୟା ଛଟକ ଲେଖାର ଚଟକରେ ସ୍ତ୍ରୀ ସୁଲଭ ଆତୁରତା ତଥା ନିର୍ବୋଧତାର ପରିଚୟ ପ୍ରଦାନ କରି ସେ ସମ୍ମତ୍ତାହେଲେ। ରୁକ ଦେଈର ଖେଳାଲୀଳାଶକ୍ତ ମନ ତାର ଅଜ୍ଞାତରେ କାହିଁକି ଆଲୋଡ଼ିତହେବାପରି ଲାଗିଲା । ଶୁଭେ ଶୁଭେ, ସୁଖେ ଦୁଃଖେ ଶଙ୍ଖ ମହୁରୀ ବଜାଇ ବିବାହ ଶେଷ । ବୃଦ୍ଧା ଗୁଣ ଧନ ସମ୍ପତ୍ତି ବିଷୟ ସବୁତ ଶୁଣିଥିଲେ । ବର୍ତ୍ତମାନ ଚାକ୍ଷୁଷ ରୂପ ଦର୍ଶନ କରି ମୁହଁଟା ଟିକିଏ ପିତା ଖାଇଲାପରି ଦିଶିଲା । ମାତ୍ର କର୍ତ୍ତବ୍ୟତ ନାହିଁ । ଯମକୁ ସାତପୁତ ଦେବା ସହିହେବ, ପଡ଼ିଶା ଘରକୁ ପୁତେ ଦେବାର ନୁହେଁ । ଶତ୍ରୁ ଝଡ଼ଝଡ଼ାଠାରୁ ଏ ପକ୍ଷତ ମଙ୍ଗଳ ।ଉଭୟଆଡ଼ୁମନଦୁଃଖରେ କାନ୍ଦି କାନ୍ଦି କନ୍ୟା ବିଦାୟ ହୋଇଗଲା।

 

ଯେତେବେଳେ ପାଲ୍କି ବେହେରା କନ୍ୟା ନେଇ ହୁଁ, ହୁ, ଡାକିଲେ ମହାନ୍ତିଏ ଏ ଏକତରଫା ଡିଗ୍ରୀରେଜିତିଗଲାପରି ପ୍ରଫୁଲ୍ଲ ମନରେ ହୁଁ ଟାଏ ମାରିଲେ । ସେ ହୁଁ ସାଙ୍ଗେ ଏ ହୁଁ ଟାରଠିକ୍‌ମେଳ ଖାଇଲା ପରା !

 

(୩)

ବୋହୂ ଦେଖା ଏ ଜାତିରେ ଚିରାଚରିତ ପ୍ରଥା ।ଜଣକେତେ ବାବୁଙ୍କର ବାୟବୀୟଚେର ଯଥା-ମନ୍ଦ୍ରୀପାତ୍ର, ଟେରାଗୁଡ଼ିଆ, ଓଡ଼ଘରକେମ୍ପାଆଙ୍ଗୁଠିଆ ଇତ୍ୟାଦି ଇତ୍ୟାଦି କେତେ ଆସି ବୋହୂଦେଖି ବାବୁଙ୍କ ଭାଗ୍ୟକୁ ଧନ୍ୟ ଧନ୍ୟ କରି ଚାଲିଗଲେ । ଧର୍ମପୁତ୍ର ଜଗର ଏଥର ପାଳି । ଯୁବକର ଚକ୍ଷୁରେ ସେ ରୂପ କାହିଁକି କିପରି ଏକ ଅନ୍ୟଧରଣର ଦିଶିଲା । ଦିଶିଲା;-ଅକସ୍ମାତ୍‌ଦାମିନୀ ଝଲକପରି,-ଏକ ମହାବିସ୍ମୟର-ଆଲୋକରେଖାପରି, କିମ୍ବା ନିଦ୍ରାଭଙ୍ଗପରେ ଏକ ଚେତନା ପରି । ଥରେ ହୃଦୟ ଦ୍ୱାରରେ ଚକିତରେ ଆସି ଚଞ୍ଚଳ ଆଘାତ କରିଦେଲା, କର ପଲ୍ଲବର ସଯତ୍ନସଜଡ଼ାଚୁଡ଼ିର ଝଙ୍କାର ଶୁଭିଗଲା । ଆଘାତରେ ହିୟା ଅଭିଭୂତ ହେଲା ।ସ୍ୱାଧୀନ, ସ୍ନେହଭୋଗୀ ଜଗର ସ୍କନ୍ଧରେଏକମୁହୂର୍ତ୍ତ ମଧ୍ୟରେ କେତେଗୁଡ଼ିଏ ଜୀବଜନ୍ତୁ ଆଶ୍ରୟ କରି ନେଲେ । ଥରେ ଚାହିଁ ଆଉ ଥରେ ମୁଖ ଟେକିବାର ଶକ୍ତି ରହିଲାନାହିଁ ।ହଠାତ୍‌ଦୃଶ୍ୟପଟ ଲୁଚିଗଲା । ମନେ ମନେ କଣ ଭାବି ସେ ଦିନମାନ ସେଠାରୁ ଅନ୍ତର ।

 

ଅଧେ ଲଜ୍ଜା, ଅଧେ ଉତ୍କଣ୍ଠା, ଅଧେ ନବୀନତା, ଅଧେ କାତରତା, ଅଧେ ଯୌବନ ନିଶା, ଅଧେ ଅମାର ଅନ୍ଧକାର-ଫୁଲ-ଶଯ୍ୟାର ସେ ମଧୁର ବିଷମ ରାତ୍ରିଟା କଟିଗଲା । ବିବାହିତ ଜୀବନର ସେ ଏକଦିନ । ଜୀବନର ସୁଖ ଦୁଃଖ, ହତାଶପ୍ରଣୟରଦୀର୍ଘଶ୍ୱାସ, ନବୀନ ମିଳନର ଆଶ୍ୱାସ, ଆଶାର ଝଙ୍କାର, ବିଗତ ନିରାଶାର ସ୍ମୃତି ପ୍ରହାର-ଜାଣେ ଅନୁଭବୀ । ନବୀନା କିଶୋରୀରୁକର ସେ ଦିନଟା ସେହିପରି ଗଲା । ସେ ଦିନ ପଦେ ଅଧେ କଥା ମାତ୍ର ଶୁଣିଥିଲା ।ରୂପଦର୍ଶନ ଘଟି ନାହିଁ । ତେବେ ସ୍ପର୍ଶରେ ଅନୁଭବ କରିଛ ଏ ଅଙ୍ଗ ତାଙ୍କ ଗାଁର ଦେବୀଭାଇ ବା ପ୍ରାଣକୃଷ୍ଣ ନନା ପରି କୋମଳ ନୁହେଁ । କର୍କଶ, ବନ୍ଧୁର ଆଉ କଠୋର। ଯୁବକ ସୁଲଭ ଅଙ୍ଗ ନୁହେଁ, ଯୌବନର ଅପର ସୀମାର ।କିଶୋରୀ ମନେ ମନେ ଦେବତା ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି ଢାଳି ଦେଇଛି, ଏହି ମାତ୍ର ସାନ୍ତ୍ୱନା। ଦେବତା ଗ୍ରହଣ କରନ୍ତୁ ବା ନ କରନ୍ତୁ ।

 

ସେଦିନ ରୁକ ଅଳ୍ପକାଳ ତନ୍ଦ୍ରାର ମୋହ-ରାଜ୍ୟରେ ସ୍ୱପ୍ନରଜଟୀଳବିପଦସଙ୍କୁଳମାୟା-ପୁରୀରେ ଭ୍ରମଣ କଲା । ଯେତେବେଳେ ସେ ପାଳିତପିଞ୍ଜରଶୁକର ‘ଚକ୍ରଧର, ପାର କର ହେ କମଳାରବର’ ଶୁଣି ହଠାତ୍‌ନିଦରୁ ଉଠେ-ଶୂନ୍ୟ ଗୃହ, କେହି ନାହିଁ ।

ପୁରାତନ ଆକର୍ଷଣ, ପୁରାତନ ଗୃହ, ପୁରାତନ ସଙ୍ଗିନୀ-ସମସ୍ତ ଗୋଟିକ ପରେ ଗୋଟିଏ ଆସି ରୁକର ନୟନ ସମ୍ମୁଖରେ ଦେଖା ଦେଲେ । ଯେତେ ଅଧିକ ସୁଖଭୋଗୀ ହେଲେ ମଧ୍ୟ ମନୁଷ୍ୟର ଅତୀତଭାବନାସ୍ୱଭାବତଃ ମଧୁର । ଦିବସରେ ବିଗତ ସ୍ମୃତି, ରାତ୍ରରେ ଲଜ୍ଜା ବିଜଡ଼ିତଓଢ଼ଣା ଅନ୍ତରାଳରୁ ସ୍ପନ୍ଦିତ ହୃଦୟରେ କାହାର ଜଣକର ଅପେକ୍ଷା-ଦିନ ଦୁଇ ଚାରି ଏହିପରି କଟିଗଲା ।

 

ତା’ପରେ ପାଠକ, ଯଦି ମହାନ୍ତିଙ୍କ ରୂପଗୁଣ ବୟସ ସଙ୍ଗେ ତୁମ୍ଭର ମେଳ ଥାଏ ତେବେ ମୋତେକ୍ଷମାକର।ନଚେତ୍‌ଯଦି ସୁପୁରୁଷ ଜଗପରି ଯୁବକ ହୋଇଥାଅରୁକର ମହାନ୍ତିଙ୍କ ରୂପଦର୍ଶନରେ ଚିତ୍ତର ଗତି-ମନର କଳ୍ପନା;-ଅନ୍ତତଃ ଏକ ନବୀନା କିଶୋରୀର ମହାନ୍ତିଙ୍କ ପରି ରୂପଗୁଣ ସମନ୍ୱିତ ପୁରୁଷ ସହିତ ଯୌବନର ଯାବତ ତପସ୍ୟା ବଦଳରେ ଏ ମିଳନର ମଧୁରତା ବା କଦର୍ଯ୍ୟତା, ଯାହା କହ;-ନଚେତ୍‌ଯଦି ରମଣୀ ହୋଇ, ପୁଣି ସୁନ୍ଦରୀ ଯୁବତୀ ହୋଇ ସମାଜର କାଠିନ୍ୟରୁ ନୟନରେ ଅନ୍ଧପଟଳ ବାନ୍ଧି, କିଛିକାଳ ଗାନ୍ଧାରୀ ଅବତାରରେ ଥାଇ ଅନାଦି ମହାନ୍ତିଙ୍କ ପରି ସ୍ୱାର୍ଥାନ୍ଧ ପଶୁର କବଳରେ ପଡ଼ିଥାଅ, ତେବେ ସଜାଡ଼ି ରଖ ଅଞ୍ଚଳ, ତୁମ୍ଭର ନୟନର ନୀରବିନ୍ଦୁ ଲାଗି, କଠୋର କର ଛାତି; କିମ୍ବା ଯଦି ସୁନ୍ଦରୀ ସୁନ୍ଦରର ଯୁଗଳ ମିଳନ ପାଇ ଭାଗ୍ୟବତୀହୋଇଥାଅ, ରୁକରଚାକ୍ଷୁସ ପତି ସମ୍ମିଳନ ଅନୁମାନ କରି ଭଲରୂପେ ତୁମ୍ଭର କମଳକୋମଳନୟନଯୁଗଳକୁ ଲକ୍ଷକର । ଅଥବା ସମବେଦନା ଅନୁଭବ କରିବାର ତିଳେ ଶକ୍ତି ଥିଲେ ବୁଝି ନିଅ ଏ ମିଳନ ସୁଖର ନା ଦୁଃଖର । ଏ ବର୍ଣ୍ଣନା ମୋଦ୍ୱାରାନୁହେ, ବରଂ ପ୍ରୀୟ ପାଠକ ପାଠିକା । ତୁମ୍ଭର ମନ, ତୁମ୍ଭର ଅନୁମାନ ସାପେକ୍ଷ, କିମ୍ବା କବି କଳ୍ପନାର, ମୋର ନୁହେଁ । ମୁଁ ଲେଖକ ବା କବି ନୁହେଁ, କ୍ଷମାଦେବ।

 

ସେ ଦିନର ରାତିଟା ବୋଧହୁଏଷୋଳଘଣ୍ଟାରୁ ବେଶୀ ।ବିଶ୍ୱଜଗତର ଯାବତୀୟ ପ୍ରାଣୀ ଭୟସଂଙ୍କୁଳ-ତ୍ରସ୍ତ ଥିଲେ । ଅଳ୍ପ ଦୂରରେ ରାଜବାଡ଼ିର ପିଟା ଘଣ୍ଟା ବାଜିଲା । ରୁକ ଗଣିଲା ସାତ । ସନ୍ଧ୍ୟା, ବଡ଼ ମନ୍ଦିରର ଆରତୀ ଘଣ୍ଟି କୀର୍ତ୍ତନ ଶୁଭିଲା । ତା’ ପରେ ବାବୁଙ୍କର ନିତ୍ୟ ନୈମିତ୍ତିକ ଆହାରାଦି ପର ସଞ୍ଜବୁଲାସଉକୀବାଡ଼ି ଧରି ପୂର୍ବବର୍ଣ୍ଣିତ କ୍ରମେ ବେଶଭୂଷା ସମ୍ପାଦନ ପୂର୍ବକ ତଥାକଥିତ ମନ୍ଦିର ଦର୍ଶନକୁ ଗଳିରେଗଳିରେ ଗଲେ ।

 

ଘର ଡାହାଣ ପାଖ ବାଡ଼ିପଟନନାଘର ଅଗଣାର ନୂଆ ଆମ୍ବ ଗଛଟି ଉପରେ ଜୁଳୁଜୁଳାରୋଷଣୀ ଆଲୁଅ ଜାଳି ଦେଲାଣି । ଥରେ ଥରେ ଆକାଶରେ ମେଘ ଅନ୍ତରାଳରୁ ବିଜୁଳି ଚାହିଁ ଦେଲା ।ରୁକର ନୟନର ଦୀପ୍ତି ତହିଁ ସଙ୍ଗେ ନାଚି ଉଠିଲା । ଘର ଆଗ ମେଲାଡିହବୁଦାମୂଳେ ଥରେ ଅଧେ ହୁକେ ହୁକେ ଶୁଭିଲା । ବାଜିଲା ନଅ, ତା ପରେ ଦଶ, ଏଗାର ।ଏକାକିନୀ ରୁକ କେତେ ଜଗି ବସିବ ? କେତେ ବା ଭାବିବ ? ଏ କୁଳର ନୂଆ ବୋହୂଟି, କାହାକୁ ବା ପଦେ ତୁଣ୍ଡ ଫିଟାଇ କହିବ ? କଣ କେତେ ଭାବେ, ଫେରେ ସେ ସବୁ ସମୁଦ୍ର ଲହରୀ ପରି ନିଜ ହୃଦୟରେ ବୁଡ଼ିଯାଏ, ଛପିଯାଏ। ଆଉ ଏକ ତରଙ୍ଗ ଉଠେ-ମିଶିଯାଏ । ବାର, ଗୋଟେ, ଦିଟା ।ତେବେକେରାତିତ ଶେଷ ନୁହେଁ-ଆକାଙ୍‌କ୍ଷାକି ରାତ୍ରିର ଗଭୀରତା ଅନୁସାରେ ବଢ଼େ? ନୀରବତା ଅନୁମାନରେ ଘନ ହୁଏ ? ନିର୍ଜନତାର ଅନୁକରଣ କରି କଠୋର କର୍କଶ ମୂର୍ତ୍ତି ଧରେ ?

 

ରାଜଦାଣ୍ଡ ଶୂନ୍ୟ । କେବଳ ବେଳେ ବେଳେ ପୂର୍ବ କବି ବର୍ଣ୍ଣିତ ବଜାର କୁତାଙ୍କର ଢପ ଢପ ଚାଲି, ହୋହୋ ଶବ୍ଦ । ନିର୍ଜନତା ନିଶ୍ଚଳତା ମଧ୍ୟରେ ଏ କ୍ଷଣିକ ସଜୀବତାଶୁପ୍ତ ପୃଥିବୀର ଭୟଙ୍କରତା ଆହୁରି ବଢ଼ାଇ ଦିଏ । ପ୍ରତି ମୁହୂର୍ତ୍ତ କାନ୍ଥରେ ଝିଣ୍ଟିପିଟିର ଚାଲି, ଚାଳରେ ବଣଭୁଆର ନର୍ତ୍ତନ, କବାଟକଣଅଳିଆଗଦାର କୀଟପତଙ୍ଗଙ୍କ କ୍ଷୀଣ ଚଳାଚଳ ଶବ୍ଦ ରୁକରଆକାଂକ୍ଷା ବଢ଼ାଇଦିଏ। କିଏ ଆସିବା ପରି ଲାଗେ । ତା ପଛେ ଏକ ଦୀର୍ଘଶ୍ୱାସ ଝଲକାଏ ରକ୍ତ ଘେନି ହୃତ୍‌ପିଣ୍ଡରୁ ବାହାରି ଆସେ, କେବେ ସ୍ତ୍ରୀ ସୁଲଭ ଭୂମି ଲିଖନ, କେବେ ନଖକୃନ୍ତନ, ପୁଣି ବା କେବେ ମସ୍ତକର ଯତ୍ନ ସଞ୍ଚିତ ବେଣୀ ଚତୁର୍ଦ୍ଦିଗର ସୁସଜ୍ଜିତ କୁସୁମରାଶି ଛିଣ୍ଡାଇବା ରୁକର ବର୍ତ୍ତମାନ କାର୍ଯ୍ୟ । ପୁଣି କେତେବେଳେ ନିଜର ବେଶଦର୍ଶନ, କେବେ ହାସ୍ୟ, କେବେ ନୈରାଶ୍ୟ, ଉତ୍କଣ୍ଠା, ପୁଣି ହତାଶା ଏକାଧାରରେ ଘେରି ରହି ରୁକକୁ ବ୍ୟସ୍ତ ଚଞ୍ଚଳ କରି ପକାଇଲା । ଅବଶେଷରେ ଥରେ ବାହାରକୁ ଅନାଇଁ କାହାର ଅପେକ୍ଷାରେ ନିରାଶ ହୋଇ କ୍ଷୀଣ ପ୍ରଦୀପାଲୋକ ସାହାଯ୍ୟରେ କାଗଜ କଲମ ଧରି ତାର ବାଲ୍ୟ ସହଚରୀ ‘ଫୁଲ’ ପାଖକୁ ପତ୍ର ଖଣ୍ଡେ ଲେଖିବସିଛି।

 

ପ୍ରଥମେ ଶ୍ରୀହରି ବଳଦେବ ଶରଣ-କରି କେବେ ଅସୁନ୍ଦର ଅକ୍ଷର ଦେଖି, କେବେ ଅକ୍ଷରର ଲୋପଯୋଗୁ, କେବେ ଧାଡ଼ିର ବକ୍ର ଗତି ହେତୁ ପୁଣି କେବେ ବା ଛୋଟବଡ଼ ଅସମାନ ଅକ୍ଷର ଲାଗି କାଟେ, ପୁଣି ଲେଖେ । ନିଜର ଭ୍ରମରେ ନିଜେ ନିଜେ ହସିଦିଏ । ନିଜେ ନିଜେଲଜ୍ଜିତାହୋଇ କାନ୍ଥ ବାଡ଼ ଘର କୋଣକୁ ଜୀବନ୍ତ ସାକ୍ଷଭ୍ରମରେ ଅନାଇଁ ପକାଏ । ଲେଖି; କାଟି ଏହି ରୀତିରେ ଶେଷରେ ‘ପ୍ରୀୟବଉଳ’ ପର୍ଯ୍ୟନ୍ତ ଗଲା । ତାର ଏ ଅନ୍ୟମନସ୍କ ଅବସ୍ଥା ମଧ୍ୟରେ କେତେବେଳେ ଲୁଚି ଲୁଚି ତିନି, ଚାରି ଦୁଇଟା ଘଣ୍ଟା ଅଗଣା ଗଲା ବାହାରି ।

 

ଇତ୍ୟବଶରେରୁକର ଅଜ୍ଞାତରେ କିଏ ଜଣେ ଆସି କବାଟ ଫିଟାଇ ଧୀରେ ଧୀରେ ତା’ ପଛରେ ଛିଡ଼ା ହେଲା । ମନେ ମନେହସଟାଏ ହସି ତାର ଆଖି ମୁଦି ଧରିଲା । ରୁକ ଏକେ ଅନ୍ୟମନା ଚିନ୍ତାଗ୍ରସ୍ତା, ଉତ୍କଣ୍ଠିତା, ଆଉ ଆକାଙ୍କ୍ଷିତା। ହଠାତ୍ ଏ ବ୍ୟାଘ୍ର, ଝମ୍ପସମ ଆକସ୍ମିକ ଆକ୍ରମଣରେ ଥରି ଉଠିଲା । ତା ପରେ ତାର ଗଣ୍ଡଦେଶରେ ସେହି ଭୀତ ବିହ୍ୱଳ ଅବସ୍ଥାରେ-କାହାର ଦୀର୍ଘ ଦନ୍ତସ୍ପର୍ଶ !

 

ହାତ ଛାଡ଼ିଗଲା-କିଏ ଯେପରି ଗୋଟିଏଜ୍ୱଳନ୍ତ ଲୌହ ଶଳାକାଦ୍ୱାରାରୁକର ଚକ୍ଷୁ ଖୋଲିଦେଲା। ସେ ତୀବ୍ର ତାପଜ୍ୱାଳାରେ ନୟନର ଜଳରାଶି ବାଷ୍ପକାରରେ ଶୁଖି ଆସିଲା । ଚତୁରାକ୍ଷ ମିଳନ ।

 

ସମ୍ମୁଖରେ ତାର କିଏ ଏ ତ୍ରିପଣ୍ଡ କଳା, ଅର୍ଦ୍ଧବୃଦ୍ଧ, ବିକଟମର୍କଟଦନ୍ତପନ୍ତିମଣ୍ଡିତ ପ୍ରେତ କଙ୍କାଳମୂର୍ତ୍ତି ! ଏ କି ସେ ?

 

ମୂର୍ଚ୍ଛା ଓ ପତନ

କା’,      କା,      କା’

ମଲା, ରାତି ପାହିଗଲା କି ମ ?

 

 

 

 

(୫)

ଆଜି ଦୋଳମହୋତ୍ସବ। କେତେ ଯୁଗ ପୂର୍ବେ ଆଜି ହରି ବ୍ରଜମୋହନମୂରଲି ବଦନ ହୋଇ ପ୍ରେମିକା ଗୋପବାଳା-ମାନଙ୍କ ସଙ୍ଗେ ହୋରି ଖେଳିଥିଲେ । ଘରେ ଘରେ ଆନନ୍ଦ । ହିନ୍ଦୁ ଘରର ବିଶେଷତଃ ଓଡ଼ିଆର ଆଜି ବର୍ଷାରମ୍ଭ। ରଜା ବିଜେ ହେବେ । ଦାଣ୍ଡରେ ଲୋକ ରୁଣ୍ଡ ହେଲେଣି । ସଙ୍ଗରେ ଗଣ୍ଡାକେତେ ଲାଞ୍ଜକଟା, ମୁଣ୍ଡକଟା ବାବୁ । ହସରେ ହସ, ବିଷାଦରେ ବାହ୍ୟ ବିଷାଦ ମିଶାଇ ଅହରହ ଚରଣଚୁଟିଧାରଣନିପୁଣ ହୁଣ୍ଡା ପଣ୍ଡିତ ଡିଟୋ(Ditto) କେତେଜଣ ନାକରେ ଚଷମା ହାତରେ ଘଡ଼ିଛଡ଼ି ସହିତ ବାହାରି ପଡ଼ି ଅପେକ୍ଷାରେ ନିଜ ବେଶ ସାଉଁଳି ସାଉଁଳିଘୁରଫେର ମାରିଲେଣି । ଏ ଆନନ୍ଦଟା, ଏ ଦିନଟା-ଦୋଳ ଯାତ୍ରାଟା ସମସ୍ତଙ୍କର । ସାରା ପୃଥିବୀ ମାତି ଉଠିଛି-ମାତ୍ର ଜଣକ ଛଡ଼ା। ତା’ର ସମ୍ମୁଖରେ ଯାତ୍ରା, ହୃଦୟରେ ଯାତ୍ରା, ପାଶ୍ଚାତରେ ଯାତ୍ରା, କିନ୍ତୁ ଏ ଯାତ୍ରାରେ ଖାଲି ବିଷାଦ ସଙ୍ଗୀତ, ବିରହରାଗିଣୀ ଆଉ ବିକଳ ବଂଶୀ ।

 

ଇତି ମଧ୍ୟରେ ମହାନ୍ତିଙ୍କ କୀର୍ତ୍ତିକୁସୁମ ଫୁଟି ଉଠିଛି । ଛଳନା ଫାନ୍ଦ କାର୍ଯ୍ୟରେ ଲାଗିଛି । ରୁକ-ଜନନୀଙ୍କର ଯତ୍‌ସାମାନ୍ୟସ୍ଥାବରାସ୍ଥାବର ଥିଲା । ଶାଶୁଙ୍କର ଏକାକିନୀ ଅବସ୍ଥା ଦେଖି ମହାନ୍ତିଏ ଯବରଦସ୍ତିଅତିଦୁଃଖରେପୁତ୍ରସ୍ଥାନ ଅଧିକାର କରି ସମସ୍ତ ସମ୍ପତ୍ତି ନିଜ ନାମରେ ବିଧିମତ କଚେରୀତଳ କରି ସାରିଛନ୍ତି ।ରୁକର ମାତା ଜୀବନ ଥିବା ପର୍ଯ୍ୟନ୍ତ ମୁଷ୍ଟିଯୋଗ ମାତ୍ରର ଅଧିକାରିଣୀ ହୋଇ, ବାର୍ଦ୍ଧକ୍ୟପୀଡ଼ିତା ସ୍ତ୍ରୀର ନିର୍ବୁଦ୍ଧିତାଦୋଷରୁ ନିଜ ଗୃହର କର୍ତ୍ତୀଭୋଗ ତ୍ୟାଗ କରି ମହାନ୍ତିଙ୍କ ଗୋ ଗୁହାଳ ପରିଚର୍ଯ୍ୟାରେନିଯୁକ୍ତା। ସୁଖର ଆଶା, କନ୍ୟାସଙ୍ଗ ଆକାଙ୍କ୍ଷା, ସମସ୍ତ ଗୋବରଗାଣ୍ଡୁଆରେ, ମହାନ୍ତିଙ୍କ କଟୁ ତିକ୍ତ ଭର୍ତ୍ସନାରେ ଓ ସମାୟିକପ୍ରାକ୍ତନଲବ୍ଧଶାରୀରିକ ଶାସନରେ ଲିଭି ଗଲାଣି । ଏଥିରେ ଅବଶ୍ୟ ମହାନ୍ତିଙ୍କୁ ଦୋଷ ଦେବାର ନୁହେଁ କାରଣ ଏ ପ୍ରକୃତି ତାଙ୍କର ଅନ୍ତ୍ୟଜ ବଂଶଜ ହେବ ।

 

ରୁକର ମଧ୍ୟ ଯଥେଷ୍ଟ ପରିବର୍ତ୍ତନ ଘଟିଛି । ଏହି ବର୍ଷେ ହେବ ବାବୁଙ୍କ ସହିତ ଆଉ ତାର ଘରେ ସାକ୍ଷାତ ହୁଏ ନାହିଁ । ପାଠକ ପାଠିକାଙ୍କର ମନେ ଥିବ ଦିନେ ଜଣେ ଯୁବକର ଲୋଲୁପଦୃଷ୍ଟି ରୁକ୍ମଣୀର ଯୌବନ-କୁସୁମ ଦେଖି ଚମକି ଉଠିଥିଲା ।ରୁକର ଏକେ ନିଜସଂସାର ପ୍ରତି ବିଭାଗ, ଅସନ୍ତୋଷ ପୁଣି ସମ୍ମୁଖରେ ନବକିଶୋରୀରମନୋନ୍ମାଦକର ଜଗର ମଧୁର ରୂପ ଦର୍ଶନରେ ମନ ଆଲୋଡ଼ିତ ହେଲା । ମନେ ମନେ ସେ ଯୌବନ ଡାଲା ଟେକି ଦେଲା । ଗୃହସ୍ଥ ଜୀବନର ଏ ଦୁଃଖ ସମୟ ସମୟରେ ଏକ ପ୍ରଚଣ୍ଡ ଉତ୍ତେଜନାର କାରଣ ହୋଇ ପଡ଼େ । ସେଥିଲାଗି ବିଷୟ ନାଶ, ମାନହାନୀ, କଳଙ୍କ-ସମସ୍ତ ସ୍ୱୀକାର କରି କୁଳରେ ଜଳାଞ୍ଜଳି ଦେବାକୁ ମନୁଷ୍ୟ ଅଗ୍ରପଶ୍ଚାତ୍ ବିଚାର ନ କରି ପ୍ରସ୍ତୁତ ହୁଏ ।

 

ସାମାନ୍ୟ ଗୃହକାର୍ଯ୍ୟରୁ ଅବସର ମିଳିଲେ ରୁକ ଶୋଇବା ଘର ବାହାର ଆଡ଼ ଝରକା ପାଖେ ବସି ଏକଦୃଷ୍ଟିରେ ରାଜପଥକୁ ଅନାଇଁ ଥାଏ । ଦେଖେ ରାଜପଥର ଲୋକଗତାଗତ ଖୁଚୁରା ବିକ୍ରୀକଲାବାଲାଙ୍କର ନରମ ଗରମ ଡାକ, ଭିଖାରୀର କରୁଣ କଣ୍ଠ-ସମସ୍ତ ସ୍ୱାଧୀନ, ସମସ୍ତ ଆନନ୍ଦମୟ, ଦୁଃଖ କେବଳ ତାର ଏ ଘରର କୋଣରେ, ଝରକାର ଏ ପାରରେ ବା ଗୃହ ପ୍ରଚୀର ତଳେ । ନଚେତ୍ ବାହାରର ପ୍ରକୃତ ସଦା ହାସ୍ୟମୟୀ। ସମସ୍ତ ସଜୀବ, ସୁଚିକ୍କଣ, ସରସ; ଆଉ ଦେଖେ ଜଣେ ପରିପାଟୀ ବେଶୀ ଗର୍ବୋଦ୍ଧତସ୍ଫୀତବକ୍ଷ ଯୁବକର ରମଣୀୟ ପ୍ରତିମା । ଭାବେ, ସେ ଏକା ଏ ଜଗତର ସୌଭାଗ୍ୟସୌରଭସମ୍ପନ୍ନପୁରୁଷପ୍ରବର। ବାଲ୍ୟକାଳର ପିତୁଳା ବାହାଘର ମନେ ଥିବ ତ ! ମନେ ହଏ ସେମାନେ ସଜୀବ ।ରୁକର ସେ ବୟସ ପୁଣି ଥରେ ଫେରି ଆସିଛି । ସେ ମଧ୍ୟ ମନେ ମନେସର୍ବସମ୍ପତ୍ତି ଦେଇ ଦେବତା ଗତି ଜଗର ମାନସିକ ମୂର୍ତ୍ତି ସହିତ ଖେଳା ଆରମ୍ଭ କରିଦେଇଛି । କେବେ ଏହି ମାନସୀ ପ୍ରତିମାକୁ ମନେ ମନେ ନିନ୍ଦା କରେ, ଭର୍ତ୍ସନା କରେ, କରି ପୁଣି ଅଗ୍ନି ଲୋଭୀ ପତଙ୍ଗ ପରି ସେହି ତେଜର ପଡ଼ିଯାଏ।

 

ନିଜ ଅଙ୍ଗରୁ ଉଚ୍ଛ୍ୱସିତ ଏହି ମଦିରା ରସରେ ରୁକର ବେଶ ନିଶା ଆସିଛି । କେବେ କେବେଗୋଲାପୀରଙ୍ଗର ଖଣ୍ଡେ ପାତାଳାଶାଢ଼ୀ ପିନ୍ଧା ଅକାରଣ ଚଞ୍ଚଳଭାବରେ ବୁଲୁଥାଏ । କେବେ କେବେ ଅଙ୍ଗକୁ ନାନା ଭଙ୍ଗିରେ ଉତ୍‌କ୍ଷେପଣ, ବିକ୍ଷେପଣଦ୍ୱାରା ସେ କି ଏକ ଅପୂର୍ବ ଆନନ୍ଦ ଅନୁଭବ କରେ । ସତେ ଯେପରି ରୂପସାଗରରେ ଭୀମ ପ୍ରଭଞ୍ଜନ ଲାଗି ପ୍ରବଳ ଘାତ-ପ୍ରତିଘାତ ଜନିତ ରକ୍ତର ତୁଙ୍ଗଲହରୀ ଖେଳି ଉଠିବା ପରି ଲାଗେ କେବେ ବା ଫୁଲଟିଏ ଧରି ଅନ୍ୟମନସ୍କ ଭାବରେ ହସି ଉଠେ । ଆକାଶକୁ ଚାହେଁ-କେତେଗୁଡ଼ିଏ ପକ୍ଷୀ ଉଡ଼ି ଯାଉଛନ୍ତି । ମନେ ହୁଏ ଡାକିବ । ସଙ୍ଗେ ସଙ୍ଗେ ପିଲା ଦିନର ହାତ ଉଠିଯାଏ-ଟିକିଏ ଲଜ୍ଜିତାହୋଇଦରହାସ ଫୁଟି ଉଠେ ଆଉ ତାସଙ୍ଗେ ହସ୍ତ ସଞ୍ଚାଳନରେ ଗହଣାର ଝଣଝଣ ଶବ୍ଦ ଶୁଭିଯାଏ ।ଦୌଡ଼ିଯାଇ ହଠାତ୍ ଆଇନାରେ ନିଜର ମୁଖ ଦେଖି କେବେ ବେଣୀ ବାନ୍ଧିବସେ।ଦାଡ଼ିମ୍ବବୀଜନିନ୍ଦିଦଶନପନ୍ତିରେ ସମସ୍ତ ମଥା କଣ୍ଟା କାମୁଡ଼ି ଧରି ମନୋନିବେଶ ସହକାରେ କାର୍ଯ୍ୟ ଶେଷ କରିନିଏ । ସବୁ ଶେଷ ହେଲା । ଥରେ ଭଲ କରି ସୁନ୍ଦର ରୂପ, ନବୀନ ଯୌବନସ୍ଫୀତ ଉନ୍ନତ ବକ୍ଷ-ମୁକୁରରେ ଦେଖେ । ତା ପରେ କ୍ଷିପ୍ର ଗତିରେ ଆସି ବିଛଣା ଉପରେ ଲତାପତ୍ରାନ୍ତରାଳ ବିଚ୍ୟୁତ ଗୋଟିଏକ୍ଷୀଣଜ୍ୟୋତ୍ସ୍ନା।ଲେଖାପରିଅଙ୍ଗଭାର ବିସ୍ତାର କରିଦିଏ । ତାର ସଙ୍ଗୀ ନାହିଁ, ସ୍ନେହୀ ନାହିଁ, କେହି ନାହିଁ । ନିଜର ଦୁଃଖ, ଜନନୀର ଦୂରବସ୍ଥା; ପାରିବାରିକ ଅଶାନ୍ତି, ଚାରି ଆଡ଼ ଅନ୍ଧକାର ! ସେ କେବଳ ନିର୍ଜନରେ ନୀରବରେ ପ୍ରତିଦିନ ଆପଣାର ସୌନ୍ଦର୍ଯ୍ୟ ମଧ୍ୟରେ ଆପେ ସଞ୍ଚିତ ହୋଇ, ପରିଶେଷରେ ନିଜର ଧାରଣ ପକ୍ଷରେ ଅସମର୍ଥାହେବାପରିବୋଧ କଲା ।

 

ଝରକାର ଅନ୍ୟ ପାରର ଦୃଶ୍ୟ-ନିଜ ମନର ଆକାଙ୍କ୍ଷା ଓ କଳ୍ପନା ଘେନି ଏକ ବିରାଟ ମାୟା ରାଜ୍ୟ ରଚନା କରି ଆପଣାର ମାନସ-ପିତୁଳାକୁ ସେହି ମାୟାପୁରୀରେ,-ଆଶାର ଦିବ୍ୟ ହୈମ-ସିଂହାସନରେ ବସାଇ ବିସ୍ମିତ, ବିମୁଗ୍ଧ, ବିସ୍ଫାରିତ ଗଣବଣା ଏଣୀ ନୟନରେ ନିରୀକ୍ଷଣ କରୁଥାଏ । ଆଉ କିଶୋରୀର ଜୀବନ-ଯୌବନ, ସୁଖ-ଦୁଃଖ ଇହପରସମସ୍ତବାସନାର ଅଙ୍ଗାରରେ ଧୂପ ଦାନ ପୂର୍ବକ ସେହି ବିଜନ ନୀରବ ନିସ୍ତବ୍ଧ ମନ୍ଦିରରେ ତାହାର ପୂଜା କରୁଥାଏ । ଏହି ମାୟାସ୍ୱର୍ଗ, କଳ୍ପିତ ବାସନାର ମାନସୀ ପ୍ରତିମା ଘେନି ସାରାନିଶିଏକକ୍ଷୀଣାଲୋକକୁ ଚାହିଁ ଚାହିଁତନ୍ଦ୍ରାବଶସ୍ୱପ୍ନଯୋଗେ କଟାଇ ଦିଏ । ଜାଣେ ନାହିଁ, ବୁଝେ ନାହିଁ-ତାର ଏଇ ଦୂର ଦିଗନ୍ତ ସ୍ଥିତ ଆଶାୟିତପ୍ରଦୀପରେଖା ମଧ୍ୟରେ ନିଶାଚରର ଏକ ହୃଦୟ ହୀନ ନିଷ୍ଠୁରତାର କୁଟୀଳ ଅଟ୍ଟହାସ୍ୟ ପ୍ରଳୟତାଣ୍ଡବରେଉନ୍ନତ୍ତ। ଦୂର ନେପଥ୍ୟରେ ଏ ଅପରିତୃପ୍ତ ବାସନା ମଧ୍ୟରେ, ଆପାତ ମଧୁର କଳ୍ପିତ ସ୍ୱର୍ଗ ନନ୍ଦନରେ, ତରଙ୍ଗିତ ପ୍ରତ୍ୟେକ ଲତାକୁସୁମତଳେ-କ୍ଳାନ୍ତି, ମଡ଼କ; ପଙ୍କୀଳତା, ବିଭତ୍ସତା, ମହାମାରୀ ଆଉ ଗ୍ଳାନି ତହିଁ ସହିତ ନିନ୍ଦା !

 

ଯେତେବଳେ ଏହି ସ୍ୱର୍ଗର ଚନ୍ଦ୍ରମା ହାତରେ ମିଳିଲା କିଶୋରୀରକୋମଳକରପଲ୍ଲବ ବିକଳାଙ୍ଗ ହୋଇଗଲା।ମୁଗ୍ଧାକିଶୋରୀ !

 

ଜଗର ଲାଳାୟିତ ଦୃଷ୍ଟି ଶୀଘ୍ର ନାମହୀନ ପତ୍ର ପରେ ପତ୍ର, ଉପହାରପରେଉପତୌକନ ପଠାଇବାରେ ଲାଗିଲା । ପରିଶେଷରେ ଦିନେ ସମାଜର ଘୃଣ୍ୟ ନିୟମ, ଅନାଦି ମହାନ୍ତିଙ୍କ ପାଶବ ନିନ୍ଦ୍ୟ ବ୍ୟବହାର-କନ୍ଦର୍ପର ବସନ୍ତଯୌବନପୀଡ଼ା-ସମସ୍ତର ପ୍ରତିଦାନରେ ଜଣକର କମ୍ପିତକରରଛୋଟବଡ଼ଆସମାନ ଅକ୍ଷରରେ, ନାନା ବର୍ଣ୍ଣାଶୁଦ୍ଧିରେ, ଉତ୍କଣ୍ଠିତ ଉଚ୍ଛ୍ୱସିତ ହୃଦୟର ଆବେଗ ପରିପୂର୍ଣ୍ଣ ମର୍ମ୍ମବାଣୀରେ;-ଆଶାୟିତ ଚାତକର ଶୀତଳ-ବାରିବିନ୍ଦୁ ସିଞ୍ଚିତ ଖଣ୍ଡିଏ ପତ୍ର ଜଗର ହସ୍ତଗତ ହେଲା ।

 

ତହିଁପରେ ଆନନ୍ଦ ସଂକୋଚ; ସନ୍ଦେହ ପ୍ରମାଦ, ଆଶା ଆଶଙ୍କା ମଧ୍ୟରେ କେତେଦିନ କଟିଗଲା । ବିକଟ ବିଷାକ୍ତ ସୁଖର ଆଶା ଘେନି ଜଗତ୍ ସାରା ରୁକର ଚତୁର୍ଦ୍ଦିଗରେ କିପରି ଏକ ମହା ବେଗରେ ଘୁରିବାର ଆରମ୍ଭ ।ଘୁରିଘୁରି ସମସ୍ତ ସଂସାର ଗୋଟିଏ ଛାୟା,-ଅମୂଳକ ଭିତ୍ତହୀନ ଚିତ୍ରର ଛାୟା ପରି ଅଦୃଶ୍ୟରେ ଅନ୍ତହୀନ ଅନ୍ଧକାରରେ ମିଶିଗଲା । ଅବଶେଷରେ ଆଜି ହିନ୍ଦୁର ପବିତ୍ର ଦୋଳମହୋତ୍ସବଦିନରେ ବାବୁଙ୍କର ମନ୍ଦିର ଦର୍ଶନ-ଛଳନାରେ ଜଗପତ୍ନୀ-ପୂଜୋପଢୌକନ ସହ ଗଳି ବିଜେପର ଅକସ୍ମାତ୍ ସେହି ଘୂର୍ଣ୍ଣ୍ୟମାନ ସଂସାର-ଚକ୍ରରୁ ମହାବେଗେ ବିଛିନ୍ନ ହୋଇ, ସ୍ୱାମୀ ପ୍ରଦର୍ଶିତ ପଥର ଅନୁସରଣ କ୍ରମେ ଦର୍ଶନ ଛଳାନାରେକିଶୋରୀରପ୍ରଥମ ଯୌବନ କୁସୁମ ଅତି ଦୂରରେ ବିକ୍ଷପ୍ତିହୋଇ ପଡ଼ିଲା । ତା’ ପରେ-ନା-। ଅନାବଶ୍ୟକ ।

 

ତା’ପର ଦିନେ ଗ୍ରୀଷ୍ମ ରାତ୍ରିର ଚନ୍ଦ୍ରକିରଣତଳେଭୋର ବେଳେ ତନ୍ଦ୍ରା ଆସିଛି । ଏକ ସ୍ୱପ୍ନ ଦେଖିଲି । ପାଠକ ପାଠୀକା ! ଗଳ୍ପର ଏ ଘଟଣା ମଧ୍ୟରେ ମୋର ନିଜର ଅବସ୍ଥାଟା ଲେଖି ରସ-ରଙ୍ଗ କରି ଦେଉଛି କ୍ଷମା କରନ୍ତୁ । ଦେଖିଲି-ସୁନ୍ଦର ବନଭୂମି, ବସନ୍ତର ପ୍ରଥମ ଆଭାସ, ଚୋରା ମଳୟର ମଧୁର ସୁବାସ । ତହିଁ ମଧ୍ୟରେ ଦୁଇଟି ପୁରୁଷରମଣୀ।ବଡ଼ ସୁନ୍ଦର, ଅତି କମନୀୟ ପ୍ରତିମା । ମୁଖରେ ଉଦ୍ଦାମହାସ୍ୟ, ବାକ୍ୟରେ ରସର ଛଟା, ନୟନରେ ପ୍ରୀତିର ବିକାଶ । ଉଭୟେ ଉଭୟଙ୍କ କର ଧରି ସୁଖରେ, ବଡ଼ଆମୋଦରେ ଚାଲିଛନ୍ତି ।

 

ତା’ପରେ-ପଥ ମଧ୍ୟରେ ଏକ ପଙ୍କୀଳସରୋବର, ଅନନ୍ତ-କୁମଣ୍ଡଳବ୍ୟାପୀ ପଙ୍କ । ଯୁବତୀ ଅଗ୍ରସର ହେଲା । ପ୍ରଥମେ ଅଳତା ରଞ୍ଜିତ ନୂପୁର ସଞ୍ଜିତ ଚରଣ ଯୁଗଳର ଚମ୍ପକ କଳିକା ନିନ୍ଦି ଅଙ୍ଗୁଳିଗୁଡ଼ିକ-ତା’ପରେ ଧୀରେ ଧୀରେଚାରୁଗରୁ ନିତମ୍ବ, ସ୍ଫୀତଉଦର, ଉନ୍ନତ ଯୁବଜନଇପ୍ସିତ ବକ୍ଷ, ଶେଷରେ ଗଳା-କମ କଣ୍ଠ ପର୍ଯ୍ୟନ୍ତ ବୁଡ଼ିଗଲା। ବାହୁ ଯୁଗଳ ଉର୍ଦ୍ଧ୍ୱଦିଗକୁ ଟେକି ହୋଇ ରହିଲା । ଯୁବକ ସେତିକିବେଳେ କର ଛାଡ଼ିଦେଇ କୁଆଡ଼େ ଅଦୃଶ୍ୟ ହୋଇଗଲା। ହସି ହସି ନା କାନ୍ଦି କାନ୍ଦିଠିକ୍‌ମନେ ନାହିଁ ।

 

ସହିସାମୋର ନିଦ ଭାଙ୍ଗିଗଲା-ମନେ ପଡ଼ିଲା ନାହିଁ ଏ କାହାର, କି ସମ୍ପର୍କର ଏକ ଛିନ୍ନ ଚିତ୍ର ।

 

(୬)

ଗତବର୍ଷ ବର୍ଷାଦିନରେ ମୁଁ କୌଣସି ରାଜ୍ୟରେ ଥାଏଁ-ନାମଟା ନ କହିଲେ ବୋଧହୁଏ ତେତେ କ୍ଷତି ନାହିଁ ।ଥାଏଁ, ଅଧମ ଲେଖକର ମହାଦାୟିତ୍ୱ ପୂର୍ଣ୍ଣ ଲେଖନୀକୁ ବାଧ୍ୟତାବଶତଃ ଅବସର ଦେଇ ଅନ୍ନଗୁଣ୍ଡା ବିଧାୟକ ତୁଚ୍ଛପରାଧୀନ ଶୃଙ୍ଖଳ ଆଭରଣରେ ଆବଦ୍ଧ ।ବିଶ୍ୱାସ ହୁଏ, ସେଥିପାଇଁ ମଧ୍ୟ, ଗୋଲାମୀ ପାଇଁ ମଧ୍ୟ ମନରେ ଗର୍ବ ଥିଲା ।ଲୋକଙ୍କର ବିଷଦୃଷ୍ଟି ଥିଲା । ହାକିମର କୃପା କଟାକ୍ଷ ଲାଗି ମୋର ମଧ୍ୟ ବେଶ୍ୟାପରି କେତେକ ମନ ଯୋଗାଧରଣ ଧାରଣା ଥିଲା । -ତେବେ ଗୋଟିଏଦିଓଟି ଭିନ୍ନ-କୌଣସି ପଦାର୍ଥ ବା ବ୍ୟକ୍ତି ବିଶେଷକୁ ବାବୁମାନଙ୍କ ପରି ହାକିମଙ୍କ ଆଖିରୂପ ପ୍ରଚକ୍ଷୁ ପିନ୍ଧି, ସେଇଥିରେ ନିରେଖି ଚାହିଁ ରିମାର୍କ ପାଶ କରିବା । ପିତାମାତା ଚତୁର୍ଦ୍ଦଶ ପୁରୁଷ ଓଡ଼ିଶାର ଅନ୍ନ, ଜଳ ପବନରେ ବଢ଼ିଆସିଥିଲେହେଁଓଡ଼ିଆବୋଲି ପରିଚୟ ଦେବାକୁ କୁଣ୍ଠିତ ହୋଇ ଅକାତର ମିଶ୍ର ବର୍ଣ୍ଣର ଆଶ୍ରୟ ଗ୍ରହଣ କରିବା, ଅପରର ବିପଦରେ ଉପହାସ ବା ପରିହାସ କରିବା । ମୁଖରେ ଦିବ୍ୟ ମଧୁରଖି ଅନ୍ତରରେ କପଟ ହଳାହଳର ଚକ୍ରାନ୍ତ ଖେଳାଇ ବସିବା । ନିରୀହ କେତେଗୁଡ଼ିଏ ଦେଶବାସୀ ଶିଶୁଙ୍କର ଅନ୍ନ ବା ସିଧା କଥାରେ ଦାନାରେ ଧୂଳି ଦେଇ ଚୁଗୁଲିର ବାହାଦୂରୀ ପ୍ରକାଶ । ଆଉ ଆଉ ଭିତିରି କେତେଟା ଗୁପ୍ତ କଥା-ସେଇଟା ବିବସ୍ତ୍ରା ଚଣ୍ଡୀ ନର୍ତ୍ତନର ସହଚର, ଅନୁଚର ବା ପ୍ରତିଚର ଅର୍ଥାତ୍ ଯାହା ସବୁ କେତେକ ବଡ଼ ବାବୁଙ୍କର ଭିତିରି ଛବି ଏବଂ ଆଉ କିଛି ଅବକ୍ତବ୍ୟ ଇତ୍ୟାଦି । ଏଇ ଗୁଣ ଗୁଡ଼ିକ ନ ଥିବାରୁ କେତେ ଲାଞ୍ଛିତ ଅବମାନିତ ମଧ୍ୟ ହୋଇଛି, ମନ କଥାଟା ମନେମନେ ରହୁ । ଅପମାନ ଆଉ କଣ, ତପୋଦାନଂ-ଇତ୍ୟାଦି ଗୋପନଥିବାହିଁ ଭଲ । ତଥାପି ହାକିମ ତାଙ୍କ ସ୍ୱୀୟ ଅନୁପମ ଉଦାରତରଗୁଣରେ ଦୟା କରି ମୋତେ ଟିକିଏ ଶ୍ରଦ୍ଧା କରୁଥାନ୍ତି । ଏହି ଆଦରବଳରୁ ଦିନେ, ‘‘ନିମନ୍ତ୍ରଣଟାଏ’’ ଏ ଗରିବ ଭାଗ୍ୟରେ ଜୁଟିଲା-‘ଆଜି ମହାନ୍ତିଙ୍କ ସ୍ୱ-ରଚିତ ଆଖଡ଼ା ଦଳ ଦେଖି ଯିବି’ । ଗଲି, ମହାନ୍ତିଏ ନିଜେ ଦଳ ମଧ୍ୟରେ ବସିଛନ୍ତି । ପ୍ରଥମରେ ଆରମ୍ଭ ହେଲା କୋହ୍ଲ ସାନ୍ତାଳଙ୍କୁ ନେଇ କନସାଇଟି।(ପାଠକେ, କ୍ଷମା କରିବେ ଏ କନସାଇଟି କଥାଟା କନସାର୍ଟ। ତତ୍ରତ୍ୟ ଦୈଶୀକ କଥାରେ ଯାହା କହନ୍ତି ତାହାହିଁ ଲେଖିଲି) ଯଦିଓ ମୁଁ ତେତେ ପରିମାଣରେ ସଙ୍ଗୀତଜ୍ଞ ନୁହେଁ ତେବେ ତାଳ ଲୟର ଇତସ୍ତତ ବିକ୍ଷିପ୍ତ ପ୍ରଣାଳୀ ଦେଖି ଉପସ୍ଥିତ ସଭ୍ୟବୃନ୍ଦଙ୍କ ସହିତ ବାହାବାରେ ଏକମତ ହୋଇ ପାରିଲି ନାହିଁ । ତତ୍‌ପରେ ନୃତ୍ୟ ଗୀତାଦି ପର ମୂର୍ଖମଣ୍ଡଳି-ପ୍ରଚଳିତ ଅମିତ୍ରାକ୍ଷରରେ ବକ୍ତୃତା ଇତ୍ୟାଦି ଚାଲିଲା । ରାମ ବିବାହ ଚରିତର ଅଭିନୟ, ଅଭିନେତୃବର୍ଗଙ୍କର ଉତ୍ସାହା ପ୍ରଶଂସନୀୟ । ଅଭିନୟ ମଧ୍ୟରେ ମେଘର ଗର୍ଜନ, ଅଶ୍ୱରହ୍ରେସାରବ, ଭଲ୍ଲୁକର ହୁଂକୃତି, ଗର୍ଦ୍ଦଭରସୁଧାକଣ୍ଠ, ଉକାରର ବହୁଳ ପ୍ରଚଳନ ଯଥା-ଚୁର (ଚୋର) ଗୁଡ଼ (ଗୋଡ଼) କୁପ ଇତ୍ୟାଦି ଇତ୍ୟାଦିନିର୍ଦ୍ଦୋଷ ଉତ୍କଳ ଭାଷା ସାଡ଼ମ୍ବରେ ବିରାଜିତ । ଆଉ ଗନ୍ଧର୍ବର ମଧୁର ବାଦ୍ୟ, ଅପ୍ସରାମାନଙ୍କରସ୍ୱର୍ଗୀୟ ନୃତ୍ୟ ଗଙ୍ଗାଧରଶିବଙ୍କର ଶ୍ମଶାନ ତାଣ୍ଡବ ସବୁ ସେ ଦଳରେ ଥିଲା-ଲୀଳା ଜମି ଆସୁଥିଲା ।

 

ଠିକ୍ ହରଧନୁର୍ଭଙ୍ଗ ପୂର୍ବରୁ ରସଭଙ୍ଗ । ଥାନାର ଇନ୍ସପେକ୍ଟର ବାବୁ କାହିଁକି ଗମ୍ଭୀର ଚେହେରାର ଦେଖା ଦେଇ ମହାନ୍ତିଙ୍କୁ ଡାକିନେଲେ ।ଦର୍ଶକମଣ୍ଡଳୀ ମହାନ୍ତିଙ୍କର ଏ ଅକାଳ ବିଚ୍ଛେଦରେ ଖୁବ୍ ଅସନ୍ତୋଷ ପ୍ରକାଶ ପୂର୍ବକ ଆଖଡ଼ା ବନ୍ଦ କଲେ । ପଛେ ପଛେ ସମସ୍ତେ ବାହାରିଲୁଁ। ମହାନ୍ତିଏ ଲମ୍ବେ ଲମ୍ବେ ଥାନାକୁ ଗଲେ । ମୁଁ ମଧ୍ୟ କୌତୁହଳାକ୍ରାନ୍ତହୋଇ ଅନୁଧାବିତ ହେଲି । ଥାନାରେ ଜଣେକେତେସବଇନ୍ସପେକ୍ଟର, ଇନ୍ସପେକ୍ଟର ଓ ଜମାଦାର ଇତ୍ୟାଦି ଆଉ ଦିଓଟିଗୋଟିଏମୋପରି ବାହାରି ଦେଖଣାହରୀଲୋକ। ମହାନ୍ତିଏ ଦଣ୍ଡାୟମାନ ରହିଛନ୍ତି । ଆମ୍ଭେମାନେ ବସିବାକୁ ଅନୁରୁଦ୍ଧ ହୋଇ ଆସନ ଗ୍ରହଣ କଲୁଁ। ଦେଖିଲି ଥାନାରେ ସଜୀବ ନିର୍ଜୀବ ସମସ୍ତ କିପରି ଆଜି ଗମ୍ଭୀର । ଅନୁମାନ କଲି କିଛି ବିଶେଷ ଘଟଣା ଘଟିଛି, ଘଟୁଛି ବା ନିକଟ ଭବିଷ୍ୟତ ।

 

କେତେକ ଫୁସଫୁସ କଥାବାର୍ତ୍ତା ପରେ ଭିତର ଆଡ଼ୁ ୨ଜଣ କନଷ୍ଟେବଲଗୋଟିଏକଳଙ୍କି ଲାଗିଥିବା ପୁରୁଣା ବଡ଼ଟ୍ରଙ୍କ ନେଇ ଉପସ୍ଥିତ ହେଲେ । ମହାନ୍ତିଙ୍କୁ ତେତେବେଳେ ଲକ୍ଷକଲି ତାଙ୍କର ଯମଝାଳଟାଏବହିପଡ଼ିଲା। ଏକେ କଳାମୂର୍ତ୍ତି, ତହିଁରେ ଚିତ୍ରିତ ଜଗନ୍ନାଥଙ୍କର ସମ୍ପୂର୍ଣ୍ଣ ମୁଖରେ କାଳିମା ହରଣ କରି ନେଲେ । କାହାରି ତୁଣ୍ଡରୁ କଥା ନାହିଁ । ସମସ୍ତେ ଟ୍ରଙ୍କକୁ ଚାହିଁଛନ୍ତି । ଆଉ ମହାନ୍ତିଙ୍କର ହଠାତ୍ ଏପରିବର୍ତ୍ତନର କାରଣ ଲକ୍ଷ କରୁଛନ୍ତି ।ଇତ୍ୟବସରେଇନ୍‌ସ୍ପେକ୍ଟରବାବୁଟ୍ରଙ୍କଟିଖୋଲିଲେ। ପ୍ରଥମ ଥର ଉତ୍କଣ୍ଠାରେ ଥରେ ସେ ଆଡ଼କୁ ଚାହିଁ ଆଖି ଫେରି ପଡ଼ିଲା । ଯାହା ଦେଖିଲି ଅତି ଭୟଙ୍କର । ଦୁଇଟି ନର କଙ୍କାଳ, ଖଣ୍ଡିଏ ଶାଢ଼ୀ-ଜୀର୍ଣ୍ଣ ଛିର୍ଣ୍ଣକୀଟଭୁକ୍ତ। କେତେକ ଗହଣା । କଙ୍କାଳର ଗଳ ଦେଶରେ ଜଡ଼ିତ ଖଣ୍ଡିଏ ଛିନ୍ନରଜ୍ଜୁ। ଓଃ ! କି ଭୀଷଣ ! କି ଦୁର୍ଗନ୍ଧ !

 

ଇନ୍‌ସପେକ୍ଟର ବାବୁ ମହାନ୍ତିଙ୍କ ମୁଖକୁ ଚାହିଁ ପଚାରିଲେ-‘କିଓ ମହାନ୍ତିଏ, ଏ ଘଟଣା କି ସତ୍ୟ ?’ ଉତ୍ତର ନାହିଁ । ଏକ ଧ୍ୟାନ, ଏକ ଦୃଷ୍ଟି, ଅପଲକ ନୟନ, ନୀରବ ।

 

ଇନ୍ସ - ତେବେ ଆଉ କାହିଁକି ଆପଣଙ୍କ ପରି ଭଦ୍ରଲୋକର-ଛାଡ଼। ପହରା ! କୋନହାୟ?

 

ପ୍ରହରୀ ସଲାମ ଦେଇ ଉପସ୍ଥିତ । ଇଙ୍ଗିତ କ୍ରମେ ମହାନ୍ତିଙ୍କୁ ହାଜତ କୋଠୀକୁ ଘେନିଗଲା ।

 

ମୁଁ ଘଟଣାଟି କିଛି ବୁଝି ପାରିଲି ନାହିଁ । ପଚାରିବାର ସାହାସ ମଧ୍ୟ ହେଲା ନାହିଁ । ସେ ଦୃଶ୍ୟରେ ମୁଣ୍ଡଟା ବି କିପରି ବିଗିଡ଼ି ଯାଇଥିଲା । ଭାବି ଭାବି ସେ ଦିନ ବସାକୁ ଉଠି ଆସିଲି । ପ୍ରାୟ ଦିନ ୮।୧୦ ପରେ ଦିନେ ହଠାତ୍ ପୁଣି ଇନ୍‌ସ୍‌ପେକ୍‌ଟର ବାବୁଙ୍କ ସଙ୍ଗେ ସାକ୍ଷାତ । ଶୁଣିଲି ଏ କଙ୍କାଳ ଦୁଇଟି ମହାନ୍ତିଙ୍କ ପତ୍ନୀ ଓ ନବଜାତ କନ୍ୟାର । ପତ୍ନୀ ମହାନ୍ତିଙ୍କ ଦୁର୍ବ୍ୟବହାରରୁ ଯୌବନ ସୁଲଭ ପାପ ପଙ୍କରେ ଜଡ଼ିତହୋଇ ଦିନେ ରାତିରେ ଏ ଶିଶୁକୁ ପ୍ରସବ କରି ଅପବାଦ, ନିନ୍ଦା, ମହାନ୍ତିଙ୍କ କଟୁଭର୍ତ୍ସନା ଓ ପ୍ରହାର ଭୟରେ ଗଳରଜ୍ଜୁର ଶାନ୍ତିମୟ ଆଶ୍ରୟ ଗ୍ରହଣ କଲା । କନ୍ୟାଟି ଜୀବିତା ଥାଏ । ମହାନ୍ତିଏ ଘରେ ନ ଥିଲେ ।ଭୋରକୁ ଫେରି ଏ ଘଟଣା ଦେଖି କନ୍ୟାର ଗଳାରେ ଦଣ୍ଡାୟମାନ ହୋଇ ତାକୁ ମଧ୍ୟ ସଂସାର କଷ୍ଟରୁ ମୁକ୍ତ କରି ଦେଲେ । ଶୁଣୁ ଶୁଣୁ ଦେହଟା ଶୀତେଇ ଉଠିଲା ।ଆଖି ମୁଦି ହୋଇଗଲା। ତା ପରେ ଉଭୟଙ୍କୁ ସେ ବଡ଼ଟ୍ରଙ୍କରେ ବନ୍ଦ କରି କଳଙ୍କ ରଟନା ଭୟରେ ତାଙ୍କ ବାଡ଼ୀର କଦଳୀ ମୂଳେ ପୋତି ଦେଇ ପତ୍ନୀଙ୍କର ପୁରୀ ଯିବା ରଟନା କରି ନିଶ୍ଚିନ୍ତ ଥିଲେ । କ୍ରମେ ପାପ ଫୁଟି ଉଠିଲା । ତାଙ୍କର ଶାଶୁ ତାଙ୍କ ଗୃହରେ ଥାନ୍ତି । ଏକମାତ୍ର କନ୍ୟାର ଶୋକ ଭୁଲି ନପାରି ପାଗଳିନୀ ପରି ଦିନେ ରାତ୍ରିରେ ଗୃହ ତ୍ୟାଗ କରି ଚାଲି ଆସିଲେ ।ଯେଉଁଦିନ ଆମ୍ଭେମାନେ ଆଖଡ଼ା ଦେଇ ଯାଉଁ, ସେତିକିବେଳେ ଏ ଟ୍ରଙ୍କବରାମଦୀ। ମହାନ୍ତିଙ୍କୁ ଏ କଥା ଗୋଚର ନାହିଁ । ସେ ଶାଶୁବୁଢ଼ୀ ବର୍ତ୍ତମାନ କେଶ୍‌ରମାତବର ସାକ୍ଷୀ ।

 

ପଚାରିଲି ତେବେ ମହାନ୍ତିଏ କଣ କହନ୍ତି ?

ଇଷତ୍ ସୁଖ ଦୁଃଖ ହାସ୍ୟ ସହ ଇନ୍‌ସପେକ୍‌ଟର ବାବୁ କହିଲେ ‘ଅଗତ୍ୟା, ସ୍ୱୀକାର କରୁଛନ୍ତି ।

 

ମୁଁ, ଚିନ୍ତିତ ହୋଇ କହିଲି-ତେବେ ?

ଇନ୍‌ସ୍ପେକ୍‌ଟର ବାବୁ ବେଲ୍ ଦେଇ ବାଇକ୍ଚଢ଼ୁଚଢ଼ୁ କହିଗଲେ ‘‘ତେବେ ଆଉ କଣ’’ ?

 

‘ନରହତ୍ୟାର ଅପରାଧୀ’

 

ମସ୍ତଭୁଲ।

ବଡ଼ବିଶ୍ୱାସରେ ଦୁଇ ବନ୍ଧୁର କାଳ କଟୁଥାଏ । ଜଣେ ଡାକ୍ତର ଆଉ ଜଣେ ଭଦ୍ରସନ୍ତାନ-ବିଦ୍ୟା ଶୂନ୍ୟ, ଫେସନବାଜ୍, ବଡ଼ ବଂଶଜ ।

 

ପିଲାଦିନରୁ ଏକ ସଙ୍ଗରେ ବଢ଼ିପଢ଼ି ଆସିଲେ । କ୍ରମେ ଡାକ୍ତର ବୋଷଖୁସାମତ ଓ ସେବାଦେବାରେ ସୁନାମ ଅର୍ଜ୍ଜନ କରିପାରିଛନ୍ତି । ପଛକୁହା ଗୁଣରେ ନବ୍ୟ ସଭ୍ୟ ମଣ୍ଡଳୀରେ ଡାକ୍ତର ଅଦ୍ୱିତୀୟ। ଯୁବକ ବୟସ, ସୁଗଠିତ ଅଙ୍ଗ ।ମୋଟ ଉପରେ ଔପନ୍ୟାସୀକ ବାବୁ । କିଛି ଗୁଣରେ କମ ନୁହନ୍ତି । ଭଗବାନଙ୍କ ଦୟା ପୁଣି ଅନନ୍ତ । ସେ ବୋଧହୁଏ ଉପନ୍ୟାସ ପଢ଼ିଥିଲେ, ନୋହିଲେଡାକ୍ତରବୋଷଙ୍କ କର୍ମକୁ ଗୋଟିଏ ସମ୍ପୂର୍ଣ୍ଣ ଉପନ୍ୟାସ ସମ୍ଭବା, ନଭେଲ ପାଠିକା, କଦର୍ଯ୍ୟ ପାଚିକା, ସୁବେଶସାଧିକା, ମାନରାଧିକା; ପତ୍ୟାରାଧିତା; ନାଗରାର୍ଚିତା, ସ୍ୱାଧୀନଭର୍ତ୍ତୃକା-ରମଣୀକୁଳଚନ୍ଦ୍ରମା ସୁନ୍ଦରୀ ଯୋଗାଇ ଦେଇ ନଥାନ୍ତେ । ହରି ନଖର ବିଦାରିତାକୋପଦୃପ୍ତାହସ୍ତିନୀ ଗତିରେ ଦ୍ୱିତଳ ଉପରେ ଗୃହିଣୀଙ୍କର ସାନ୍ଧ୍ୟ ସମାରୋହ ଯେ ଦେଖୁଛି ତା’ର ଜୀବନ ଧନ୍ୟ !

 

ଡାକ୍ତର ସ୍ତୈଣ ନୁହନ୍ତି-ସଂଯମୀ, ସଦ୍‌ବ୍ୟୟୀ, ସୁବ୍ୟବସ୍ଥା ପ୍ରଦାୟକ ଆଉ ସ୍ପଷ୍ଟବାଦୀ ବୋଲି ଦୈନିକ ବହୁବାର ସ୍ୱମୁଖରେ ପ୍ରକାଶ କରନ୍ତି । ତାଙ୍କ ସହିତ ପରିଚୟ ପରେ ମଧ୍ୟ ବୁଝାଯାଏ ଏ ସବୁ ଦୁର୍ଗୁଣ ପ୍ରକୃତରେ ତାଙ୍କଠାରେ ନାହିଁ । କେବଳ ଦେଶକାଳ ପାତ୍ର ବିବେଚନାରେ ସେ ଏହି ଶ୍ରେଣୀୟ ସଙ୍ଗୀମାନଙ୍କର ପ୍ରଧାନ ମିତ୍ର । ‘‘ମନୁଷ୍ୟ’’ ତାର ସଙ୍ଗୀ ସହଚରରୁ ବୁଝା ପଡ଼େ ଯଦି ଏ ନୀତି ସତ୍ୟ ହୁଏ ତେବେ ନାଚାର । ଡାକ୍ତରଙ୍କ ସଙ୍ଗୀ ଦଳର ପ୍ରକୃତି ଏ ସ୍ଥଳରେ ଫୁଟାଇ ଦେବା ପରେ ବୋଧ ହୁଏ ଆଉ ତାଙ୍କର ପ୍ରାଣସଖା ‘ବଡ଼ଦାଦା’ ଙ୍କର ବିଶେଷ ପରିଚୟ ଦେବା କାର୍ଯ୍ୟରୁ ଅବ୍ୟାହତି ମିଳିବ । ଉଭୟଙ୍କର କ୍ଷୀର ନୀର ଅଭେଦ ପ୍ରୀତି । ଉଭୟଙ୍କର ଉଭୟଙ୍କ ଅନ୍ଦର ମହଲକୁ ପ୍ରବେଶାଧିକାର । ବିନା ଡାକରାରେ, ବିନା ଭିଜିଟରେ ତ୍ୟାଗ ସ୍ୱୀକାର ପୂର୍ବକ ଡାକ୍ତର ବନ୍ଧୁ ଗୃହରେ ରାତ୍ରିଅର୍ଦ୍ଧରେ ମଧ୍ୟ ଦେଖା ଦିଅନ୍ତି । ଗଲା ଶୀତରେ ଯେତେବେଳେ ବନ୍ଧୁ-ପତ୍ନୀ ପୀଡ଼ିତା ଥିଲେ ଡାକ୍ତରଙ୍କୁ ଦିନାକେତେ ତାଙ୍କ ଲାଗି ପଥ୍ୟ ପର୍ଯ୍ୟନ୍ତ କରିବାକୁ ପଡ଼ିଛି ।ବନ୍ଧୁତ୍ୱରଶେଷସୀମା। ଅନ୍ୟ ପକ୍ଷରେ ‘ବଡ଼ଦା’ ବଡ଼ ଶ୍ରଦ୍ଧାଳୁ । ଡାକ୍ତରଙ୍କ ଅପେକ୍ଷା ବୋଷପତ୍ନୀ ଏହାକୁ ସମଧିକ ପ୍ରବଳସ୍ନେହପ୍ରଗାଢ଼ଆଦର ଓ କୃପାକଟାକ୍ଷପ୍ରଦାୟିନୀ।ବର୍ଷପରେବର୍ଷଗଲା। ସ୍ନେହ-ରସର ଘନିଷ୍ଠତା କ୍ରମେ ଘନ ହୋଇରାବିଡ଼ି ଆକାର ଧରି ଆସିଲା । ଆଉ ଏ ଘର ସେ ଘର ଭେଦ ନାହିଁ । ‘ବସୁଧୈବକୁଟୁମ୍ବକମ୍’ ।

 

(୨)

ଡାକ୍ତର ବୋଷ, ‘ବଡ଼ଦା’ ଅନ୍ୟାନ୍ୟ କେତେକ ମଡ଼ର୍ଣ୍ଣବଡ଼ ବାବୁ ଏକ ଯୋଟହୋଇ ସେ ଦିନ ଶିବରାତ୍ରୀ ଦେଖି ବାହାରିଛନ୍ତି । ଘାଟ ମନ୍ଦିରଠାରୁ ଡାକ୍ତର ‘ବୋଷ’ ଭୟାନକ ମୁଣ୍ଡବ୍ୟଥା ସହି ନ ପାରି ବନ୍ଧୁ ବାନ୍ଧବଙ୍କ ମନରେ ଦୁଃଖ ଦେଇ ଅଗତ୍ୟା ଫେରି ଆସିଲେ ।ତେତେବେଳକୁ ରାତି ଅଧରୁ ବେଶୀ ।

 

ଭୋରଭୋରମହାଦ୍ୱୀପ ଉଠିଲା ! ଦର୍ଶନ ସାରି ଡାକ୍ତରଙ୍କ ପ୍ରିୟ ବଡ଼ଦା ପ୍ରଥମେ ବନ୍ଧୁଙ୍କର ପୀଡ଼ିତାବସ୍ଥାଟାରସଙ୍ଖୋଳା ଦେବାକୁ ଡାକ୍ତରଙ୍କ ଘରକୁ ଯାଇ ଶୁଣିଲେ ସେ ଫେରି ନାହାନ୍ତି । ମନରେ ସନ୍ଦେହ ଛୁଇଁଲା । ଅତି କଷ୍ଟରେ, କି ପଥମଧ୍ୟରେ ପତିତ ? ଘରକୁ ଫେରି ମୁହଁ ଧୋଇ ବାହାରିବାର ଇଚ୍ଛାରେ ଶୀଘ୍ର ଗୃହାଭିମୁଖୀହୋଇ ଯେତେବେଳେ ନିଜଦ୍ୱାର ଆଗରେ ପହୁଞ୍ଚିଲେ, ଦେଖିଲେ ବନ୍ଧୁ ତାଙ୍କଘରୁଆଖିମଳି ମଳି ବାହାରି ଆସୁଛନ୍ତି । ମୁଣ୍ଡ ବ୍ୟଥା ନୁହେଁ, କିନ୍ତୁ ଏ ଏକ ରୋଗର ଢଙ୍ଗ । ବାବୁ ତଟସ୍ଥ ହୋଇ ପଚାରିଲେ କି ଡାକ୍ତର ବାବୁ, ଏଠି କିପରି ?

 

ଡାକ୍ତର ବୋଷ ଅପେକ୍ଷାକୃତ ଅଧିକ ବିସ୍ମିତ ହେବାପରି ଚାହିଁ ରହିଲେ ।କିଛିକ୍ଷଣପରେ କହିଲେ ‘‘ତୁମିଏଖାନେ ଯେ ? ଏଁ ? ତାଇତ ? ତୁମି ଯେ ଆମାର ସଙ୍ଗେ ଘୁମି ଏଛିଲେଏଖନ, କୋନଦିଗହତେବେରିୟେଏଖାନେ? ତୋମାଦେରବାଡ଼ିରଶତଦ୍ୱାର ନା କିହେ ?

 

ବଡ଼ଦାଦାବୋକାପରି କଥାଟାର ମର୍ମ୍ମବୁଝିପାରିଲେ ନାହିଁ ପରା ! ପଚାରିଲେ-କିହେ ! ବ୍ୟାପାର କି ? ରାତ୍ରେର ଗରମ ସିଦ୍ଧିର ନେଶା କି ଏଖନୋଛୋଟେନି?

 

ଡା-‘ତାଇତି ଏ କିହଲ? ତୁମିଆମାକେ ସଙ୍ଗ କରେ ବାଡ଼ିତେ ନିଏ ଏଲେ । କେ ଏକଜନଦୋରଖୁଲେ ଦିଲ । ଉଭୟେ ଏକ ଖାଟେର ଓପର ଏପର୍ଯ୍ୟନ୍ତ ଘୁମିୟେଛିଲାମ।ରାତ୍ରୀଶେଷହଓୟାତେ ହତଭାଗା ପେସେଣ୍ଟଦିଗକେଦେଖତେ ହବେ ମନେ ପଡ଼େ ଗେଲ ଆର ସଙ୍ଗେ ସଙ୍ଗେ ଆମାର ଘୁମ ଭେଙ୍ଗେଛେ।ଆସତେ ନା ଆସତେତୁମିଏଖାନେ ଉପସ୍ଥିତ ! ରାସ୍ତାୟ ! ରାତ୍ରେ ଆମି ସେ ବାଗାନେଇ କାଛେ କ୍ରୀଷ୍ଟଚୂଡ଼ାଗାଛେର ତଲାୟତୋମାର ଡାକ ଶୁନେ ଅପେକ୍ଷା କର୍ତ୍ତମ।ତୁମି ସଙ୍ଗେ କରେ ନିଏ ଏଲେ ।ଏଖନ ଏ କି ବଲ ହେ ? ହରି ହେ, ରାଜା କର ।ୟାଁ, ତାଇତ, ଦେଖି ତ ଦେଖି ଆମାକେ ଭୂତେ ଧରେଛେ ନା କି ? ଏଁ ?’ ବଡ଼ଦା କ’ଣ ବୁଝିଲେ କେଜାଣି ।ବନ୍ଧୁତ୍ୱ ବେଶ୍ ଗଢ଼ାହୋଇପାଗେଇ ଆସିଛି । ଦୁହେଁ ଦୁହିଁକୁ କେବଳ ଚାହିଁ ରହିଲେ ।

 

ବଡ଼ଦା-‘ଆଚ୍ଛା’ ଯାନ ଯାନ ! ସେ ଆମାର ମସ୍ତଭୁଲ।କିହି ଟିକିଏ ପାଖେଇ ହୋଇଆଗବଢ଼ା ହେଲେ ।

 

ଡାକ୍ତର-ଯାବଇତ। ଆର ଦେରି ନେଇ ।ଡ୍ୟୁଟିସ କଲ । ତେବେ କଥାଟା କିହଲ? ଆମର ଯେ ମାଥା ଆର ଓ ଘୁରେ। ଭଲା କରେ ଦେଖବାଆମାୟା? ସତିସତି ଭୂତେ ଧରେ ନିତ ? ତାହାଲେନାହୟ ଆର ଓ ଏକଟୁଖାନିଘୁମିଏ ନବ ଏଖନ।ସତିବଲନାବଡ଼ଦା ! ତୁମି ଗତ ରାତ୍ରେ ଆମାର ସଙ୍ଗେ ଏକ ଖାଟେଘୁମାଓନି? (ଭାବି ଭାବି) ଠିକ୍ ତୁମି; ତୁମିଇ ନିଶ୍ଚୟ । ରାତ୍ରେ ସେ କତଘଟନା ହୟେ ଗେଲ ! ସେ ଭାବି କି ଆମାର ସ୍ୱପ୍ନ ! ୟାଁ ! କି କଲ ହେ ! ହରି ହେ ରାଜା କର ! ଏ କି ହଲ !

 

ବଡ଼ଦାଦାଙ୍କର ମୁଖର ଭାବ କିପରି ଭିନ୍ନ ରକମର ଦିଶିଲା । କିଛି ନ କହି ଦୁମ୍ କରି ଘରଭିତରକୁ ପଶିଗଲେ । ଡାକ୍ତର ବୋଷ ଚତୁର ବୋକା ପରି କିଛିକାଳ ଫେରି ଚାହିଁ ଗମ୍ଭୀରଭାବେବସାଭିମୁଖୀ ହେଉ ହେଉ ବାବୁଙ୍କୁ ଶୁଣାଇବା ପରି କହିଗଲେ ‘‘ଓଃ ମସ୍ତ ଭୁଲ ।’’

 

ଚାରିଆଡ଼ ଜନଶୂନ୍ୟ ।ଭୋରହୋଇ ଆସୁଛି ।ଯାତ୍ରାକାଳୀ ଫେରି ନାହାନ୍ତି । ଏ ଘଟଣା କେହି ଦେଖି ନ ଥିଲା । ଏକ ଆକାଶ ମାତ୍ର ପ୍ରତ୍ୟକ୍ଷ ସାକ୍ଷୀ । ଆଉ ସୂର୍ଯ୍ୟଦେବ ଯେପରି କଥାଟାର ମର୍ମ ବୁଝିପାରି ଅଧରରେ ନାଲିହସି ହସି ଉଠି ଆସୁଅଛନ୍ତି । କିନ୍ତୁ ଡାକ୍ତର ବାବୁ, ମାଫକର, ଲେଖକର ଆଖି ଆହୁରି ତୀକ୍ଷ୍ନ।ମୋର ‘ଫୁଟାନି’ ବାହାର କରିବାକୁ ଆଉ ବନ୍ଧୁ ଆଗରେ କହ ନାହିଁ, ବଡ଼ ଡର ଲାଗେ । ଲେଖକ ବାଚାଳ । ଗୁପ୍ତ କାହାଣୀ ପ୍ରକଟ କରିବାହିଁ ତାର ବ୍ୟବସାୟ।

 

ଯୁଗଳ ଛବି

ସେ ଦିନର ସୂର୍ଯ୍ୟ ପଶ୍ଚିମଆକାଶକୁ ଯେପରି ଆଉ ଏକପ୍ରକାର ନୂଆ କିରଣରେ ଚିତ୍ର କରିଥିଲେ । ଅତି ସୁନ୍ଦର, ଦେଖିଛି, ଛବିଟି ଆଖି ଆଗରେ ନାଚେ । କହିପାରୁ ନାହିଁ ବାକି, କେତେ ସୁନ୍ଦର ବା କିପରି ସୁନ୍ଦର ।ଆମ୍ବଗଛ ଦେହରେ ସେ ଯେଉଁ ମାଳତୀ ଲତାଟି ଜଡ଼ିଛି-ଗୋଟାକେତେ କାଲିର ବାସିଫୁଲ ଡେମ୍ଫରୁ ଖସି କେଉଁଠି ଲତା ପତ୍ରରେ ଆଶ୍ରୟ ନେଇଥିଲା; ଧୀରେ ଧୀରେ ଯେତେବେଳେ ସଞ୍ଜପବନସଜମାଳତୀରମନୋହରମୁଖ ଖଣ୍ଡିକର ବାସନା ମଧୁ ଚୁମ୍ବିବାକୁ ଆସିଲା, କଠୋର ପ୍ରାଣରେ ଏ ପୁରାତନ ପ୍ରଣୟିନୀରଅସ୍ତିତ୍ୱ ମଧ୍ୟ ଲୋପ କରିବାର ଯତ୍ନ କଲା ।ପ୍ରୀୟଜନର ମଳିନ ମୂର୍ଚ୍ଛିତ କଙ୍କାଳର ସ୍ମୃତି ପର୍ଯ୍ୟନ୍ତ ଲୋପ କରିଦେବା ଲାଗି ଶୀଘ୍ର ସେମାନଙ୍କୁ ନିକଟବର୍ତ୍ତୀ ନଦୀଗର୍ଭକୁ ଫିଙ୍ଗିଦେଲା ।କଠୋର ପାଷାଣ ପ୍ରାଣର ପ୍ରଣୟର ଏହି ପରିଣାମ ସିନା ! ବୈତରଣୀ ତାର ସଲୀଳ-ପ୍ରଚଳିତ ସ୍ୱର୍ଗୀୟ ଭାଷାରେ ଉତ୍ତର ଦେଇ ଯେପରି ବିରହପୀଡ଼ିତା, ବିତାଡ଼ିତାହତଭାଗିନିକୁ ପଣନ୍ତ ପସାରି କୋଳେଇ ନେଲା । ଜଗତରେ ପୁଣି ଏ ଦୃଶ୍ୟ ମଧ୍ୟ ସମ୍ଭବ, ଆଉ ଦିନେ ଏତେ ସ୍ନେହ ଆଦରର ପରିବର୍ତ୍ତରେ ଏ ଜଟୀଳ ପ୍ରବଞ୍ଚନା, ପରିଶେଷରେ କଠୋର ପରିହାର ମଧ୍ୟ ସମ୍ଭବ ।

 

ନଦୀ ବନ୍ଧେ ବନ୍ଧେ ଶୁଭିଲା-

ମନ ଦହନା, ପ୍ରାଣ ଦହନା, ଫେରି ଅନାନା, ଫେରି ଅନାନା,

ଜୀବନ ଜନମ ଦେଇଛି ବିକି ଗୋଫେରିଅନାନା ଛୁରୀ ମାରନା ।

 

ଏକ ଅଭିନବ ପ୍ରେମିକ ।ତରୁଣ ବୟସ, କୁଞ୍ଚିତ କେଶ, ବେଶ୍ ସୁନ୍ଦର ଗୋଲମୋଲ ମୁଖ ଖଣ୍ଡିକ, ଗୌରବର୍ଣ୍ଣ, ପିନ୍ଧିଛି ଖାଲି ଖଣ୍ଡେ ଧୋତି, କାନିଟି କାନ୍ଧରେ ପଡ଼ିଛି । ଭଲ ସାଜିଛି । ହାତରେ ଦୁଇ ଚାରୋଟି ଫୁଲ ପତ୍ର । ଯେପରି ମନର ବିଷମଜ୍ୱାଳା, ଖର ବେଦନାରେ ଗୀତଟିରସର୍ବଶରୀର ସିଞ୍ଚିତ କିମ୍ବା ଗୀତର-ବର୍ଣ୍ଣେ ବର୍ଣ୍ଣେ, ଛତ୍ରେ ଛତ୍ରେ, ଗାୟକର ସଜୀବ ପ୍ରାଣମୟ ପ୍ରୀତି-ଭାଷାର ଭାବ ଫୁଟି ରହିଛି ।

 

ବୈତରଣୀର କୂଳରେ ଛୋଟଦୋତାଲାକୋଠାଟି। ସମ୍ମୁଖରେ ଖଣ୍ଡେ ଛୋଟ ବଗିଚା ।ଗୋଟିକେତେ ସୁନ୍ଦର ସୁନ୍ଦରକ୍ରୋଟନ ଗଛ, ସଜ୍ଜିତ କୁଞ୍ଜ, ଫୁଟା ଫୁଲର କୁଣ୍ଡ ।ଗୋଟିଏଛୋଟ କାଟର ପ୍ରମୋଦ ଉଦ୍ୟାନ କହିଲେ ମନ୍ଦ ହେବ ନାହିଁ । ଉପର ମହଲାର ବାହାର ଆଡ଼କୁଗୋଟିଏଯୋଡ଼ି ଝରକା । ଗୀତର ପ୍ରଥମ ଚରଣ ପରେ ତରୁଣର ଦୃଷ୍ଟି ସେହି ଆଡ଼କୁ ଗଲା । ଝରକାର ଅପର ପାରରେ ଦେବନନ୍ଦନଲାଳିତା। ଏ କାହାର ସ୍ୱଚ୍ଛ ଲାବଣ୍ୟ ପ୍ରତିମା ? ଆହା ! ହା କେଡ଼େ କମନୀୟ ରୂପ ! ବିଧାତା ମଉଳି ଯିବା ଭୟରେ ହାତରେ ନଗଢ଼ି ଏ ରୂପ ମାନସରେ ଗଢ଼ିଥିଲେ ପରା ! କିମ୍ବା ବିଶ୍ୱକର୍ମାତୁଳିକାରପରାକାଷ୍ଠା ଦେଖାଇଛନ୍ତି । ଏ ସୌନ୍ଦର୍ଯ୍ୟ କବିଚକ୍ଷୁରନିରତିଶୟ ନବୀନ । ଶରୀର ଦିବ୍ୟ ପ୍ରଷ୍ଫୁଟିତ ଅଥଚ ଏଡ଼େ ସରଳ ଶିଶୁ ସମ୍ଭବ ଯେ ମନେ ହୁଏ ଯେପରି ଲେଶମାତ୍ର ସଂସାର ସଂଜ୍ଞା-ଶୂନ୍ୟ । ନିଜର ଯୌବନ ସୀମା ସ୍ପର୍ଶର ସମ୍ବାଦ ପର୍ଯ୍ୟନ୍ତ ତାର କାନକୁ ଯାଇ ନାହିଁ । ତଥାପି କାହିଁକି କେଜାଣି ପୁଣି ଯେପରି ମୁଖରେ କି ଏକ ଚିନ୍ତାର କାଳିମା ! କେତେଗୁଡ଼ିଏ ଫୁଲ ଧରି ଗୋଟିଗୋଟି କରି ପବନର ଗତି ଦିଗରେ ପାଖୁଡ଼ାତକଉଡ଼ାଉ ଥାଏ । ନିତାନ୍ତ ଅନ୍ୟମନା କିମ୍ବା ଅତ୍ୟନ୍ତ ଚପଳତା !

 

ତରୁଣଟି ଗାଇ ଗାଇ ଆସୁଥିଲା । ହଠାତ୍‌କାହିଁକି ସେ ପକା ପାଖରେ କିଏ ଯେପରି ବଳ ପୂର୍ବକ ତାହାର ଗତି ରୁଦ୍ଧ କରିଦେଲା । ଅଶକ୍ତ, ଅଚଳ । ବହୁ କଷ୍ଟରେ ଚାଲି ଆସୁଛି ।ପାହୁଣ୍ଡକକୋଶେ ପଥ ଲାଗିବାପରି ଆସୁଛି । ଗୀତଟି ଗାଉଛି ଆଉ ଦୃଷ୍ଟି ଏକ ଧ୍ୟାନରେ ସେ ଝରକାରେ ନିବିଷ୍ଟ ।ପକ୍କା ପାର ହେଲା, ସେ ମାଳତୀ ମୂଳେ ଗୀତଟିର ଅନ୍ୟ ଚରଣଗୁଡ଼ିକ ଗାଉ ଗାଉ କେତେ ଗୁଡ଼ିଏ ଝରା ଫୁଲ ସଂଗ୍ରହ କଲା ।ତା’ପରେ ପୁଣି ଫେରିଲା,-ସେହିପରି-ପୂର୍ବପରି ଗାଇ ଗାଇ, ଚାହିଁ ଚାହିଁ। କେବଳ ମାତ୍ର ଗୃହୀତ ଫୁଲଗୁଡ଼ିକପକାଆଗରେ କ୍ଷୁଦ୍ର ପଥ ପାର୍ଶ୍ୱରେ କାହାରି ସମ୍ବର୍ଦ୍ଧନା ଉଦ୍ଦେଶ୍ୟରେ ସଜାଡ଼ି ରଖିଦେଲା । କୁମାରୀଟି ତେତେବେଳଯାଏ ଅନାଇଁ ରହି ଫୁଲ ଉଡ଼ାଉଥାଏ। ମୁଖରେ ହର୍ଷ, ବିଷାଦ, ସୁଖ, ଦୁଃଖ ନାହିଁ,-ଗମ୍ଭୀରତା, କିନ୍ତୁ ଯୌବନସୁଲଭ ବା କୁମାରୀସୁଲଭ ନୁହେଁ । ଏକ ଅଦ୍ଭୂତ ପ୍ରକାର । ନୂତନ-ସମ୍ପୂର୍ଣ୍ଣ ନବୀନ ଗମ୍ଭୀରତା ।

 

ସୂର୍ଯ୍ୟ ଅସ୍ତ ହେଲା, ଉଭୟେ ଲୁହ ପୋଛିକୁଆଡ଼େ ଚାଲିଗଲେ । ସେ ପ୍ରେମଭୂମି, ଦେବତାର ନନ୍ଦନ ଶୀଘ୍ର ଅନ୍ଧକାର ପଟଳରେ ସମାଚ୍ଛାଦିତହୋଇ କ୍ରମେ ନିଶାର ପ୍ରକୃତି ସାପେକ୍ଷ ହେଲା । ଆଉ ମାଳତୀର ଅଙ୍ଗଶୋଭା ଫୁଟି ଦିଶିଲା ନାହିଁ, ତେବେ, ଥାଏ ଖାଲି ଦୂରର ସେ ଅସମଗନ୍ଧ-ପବନଚୋରୀ କରି ନେବା ବେଳେ ତା’ର ସଭୟ ପ୍ରକ୍ଷିପ୍ତ କେତେକ ବାସ କଣା ।ବଡ଼ ମଧୁର ସେ । ପବନ ! ବୁଝିପାରିଲି ନାହିଁ ଏ ବାସ ଚୋରି କରି ତୁ ଭାଗ୍ୟବାନ୍‌ନା ଭୋଗକରି ମୁଁ ଭାଗ୍ୟବାନ୍‌?

 

(୨)

ସ୍ନେହକର, ପ୍ରେମକର, ଆଦରକର, ମନାନାହିଁ। ତେବେ ସେତେବେଳେ ଅଦୃଶ୍ୟରେ ଥାଇ ଜଣେ କିଏ ହସେ କାହିଁକି ? କିପରି ଏକ ବିଷାକ୍ତ ବିକଟ ହାସ୍ୟ ? ପ୍ରତ୍ୟେକ ଦନ୍ତମୂଳରେ ଯେପରି ମହାମାରୀ ।

 

ରତ୍ନାକରର ଛାତ୍ରାବସ୍ଥା ।ମାଟ୍ରିକ୍ୟୁଲେଶନ ପାଶ କରି ଏଇ କଲେଜରେ ଢୁକିଛି ।ବଡ଼ ଶିଷ୍ଟ, ବଡ଼ ସୁଶୀଳ, ପିତାମାତାର ଆଦରର ସଙ୍ଖାଳୀ, ହେଲେ ଗରିବ । ତେଣୁ ଗ୍ରାମବାସୀଙ୍କର ବା ଆତ୍ମୀୟ ସ୍ୱଜନଙ୍କର ଆଦରର ପାତ୍ର ହେଲେ ମଧ୍ୟ, ଧନଗର୍ବିତ ଈର୍ଷାପର ଚକ୍ଷୁରେ ସେ ଘୃଣ୍ୟ, ଅସୁନ୍ଦର, ପରିତ୍ୟକ୍ତ, ଉପେକ୍ଷିତ ଇତ୍ୟାଦି ଇତ୍ୟାଦି ଦିବ୍ୟ ବିଶେଷଣଯୁକ୍ତ।ନିଶାମଣୀ ଜମିଦାର କନ୍ୟା, ରତ୍ନାକରର ବାଲ୍ୟ ସହଚରୀ । ମାଗୁ ଅବଧାନ ଚାଟଶାଳୀରେ ଯେତେବେଳେ ରତ୍ନାକର ବଡ଼ଚାଟ, ନିଶାମଣୀ ତେତେବେଳେ ‘ଛିତଲନବୀଲ ନୀଲ’ କୋକିଳ ନିନ୍ଦିତ ଗଳାରେ ଗାଏ । ରତ୍ନାକର କାହିଁକି କେଜାଣି ପଢ଼ା ପାଠ ଭୁଲି ଯାଏ, କହୁ କହୁପାଶୋରିଦିଏ । ମନ କାନ ଅଜଣାରେ ଅଲଗା ହୋଇ ପଡ଼େ । ନିଶାର ଢଳଢଳ ତରତର ଆଖି, ସଦା ସହର୍ଷ ମୁଖରେ ଯେପରି କି ଏକ ସ୍ୱର୍ଗସୁଧା ସଞ୍ଚିତ ଥିଲାପରି ଲାଗେ । ଚାଟଶାଳୀ ଛୁଟି ହେଲେ, ସମସ୍ତେ ଚାଲିଯିବା ପରେ, ରତ୍ନାକର କିଛିକାଳ ନିଶାର ପଛେ ପଛେ ଚାହିଁ ରହେ । କେବେ ଅବା ତାର ପଦଚିହ୍ନ ଚାହିଁ ଚାହିଁ କୌତୁକରେ ଖେଳି ଖେଳି ଯାଏ ।ବଡ଼ ଇଚ୍ଛା ହୁଏ ଥରେ ଭଲ କରି ଚାରିଆଖି ଭେଟି ଯା’ନ୍ତି, ଥରେ ‘ନିଶାମଣି’ ବୋଲି ଆଦରରେ ଡ଼ାକି ଦିଅନ୍ତା ।

 

ଅବଧାନଙ୍କଠାରେ କେତେଗୁଡ଼ିଏ ଗୁଣର ଆଳୁ ପ୍ରତ୍ୟୟ ଥିବାରୁ ବଡ଼ଚାଟ ରତ୍ନାକରକୁ ଛୋଟଛୋଟ ପିଲାମାନଙ୍କର ଶିକ୍ଷା ଭାର ଗ୍ରହଣ କରିବାକୁ ପଡ଼େ । ଶୀଘ୍ର ନିଶାମଣୀ ପକ୍ଷରେ ସେ ଦିନ ଆସିବାକୁ ରତ୍ନାକର ଚାହିଁ ରହିଥାଏ । ଗାଁ ମୁଣ୍ଡ ବାଟ ଦେବତାଙ୍କୁ ଆସିବାବେଳେ ଏବେ ସେ ମୁଣ୍ଡିଆମାରି ଆସେ । ନିଶାକୁ ମଧ୍ୟ ଟିକିଏ ଏ ରୋଗ ଧରିବା ପରି ଲାଗିଲା । ଆଉ କିଛି ନହେଉ ସେ ରତ୍ନାକରକୁ ଭଲ ପାଏ । ରତ୍ନାକର ଭାଗ୍ୟରେ ନିଶାମଣୀରଶିକ୍ଷାଭାର ନେବାର ଦିନ ମଧ୍ୟ ଆସିଗଲା । ଅର୍ଥାତ୍‌ବାଟ ଦେବତାଙ୍କ କର୍ମରେ ପଇସାଏ ଶାଳଉଖୁଡ଼ାଭୋଗ ଥୁଆହେଲା । ପାଠ ଆସୁ ନଆସୁ ରତ୍ନାକର ନିଶାମଣୀ ନିକଟରେ ବସିଥାଏ । କ୍ରମେ ‘ନିତି ଦେଖୁଥିଲେ ପ୍ରିତୀବଢ଼ୁଥାଇ’ ହୋଇ ଉଭୟଙ୍କ ମନ ଉଭୟଙ୍କ ପ୍ରତି ଆକର୍ଷିତ ହେଲା । ଚାଟଶାଳୀ ଆସିବା ବେଳ ହେଲେ ରତ୍ନାକର ଖାଇବା ପିଇବା ଭୁଲିଯାଏ ପୁଣି ଯିବାବେଳେ ଆଖି ଛଳ ଛଳହୋଇ ପଡ଼େ ।ନିଶାମଣୀର ଏବେ ସେ ଅବସ୍ଥା ଆସିଛି । ଆସୁଥିଲେ ମଧ୍ୟ ରତ୍ନାକରକୁ ପାଠ ଲେଖି ଦେବାକୁ କେତେବାରଅନୁରୋଧ କରିଛି । ରତ୍ନାକରର ଅଜଣାରେ କେତେବାର ତା ମୁହଁକୁ ଚାହିଁ ପୁଣି ତାର ଆଖି ଫେରିବା ବେଳକୁ ମୁହଁ ତଳକୁକରିଗଣ୍ଡରେ ଆରକ୍ତିମା ଫୁଟାଇ ଦେଇଛି ।କେତେବାର ଦୁହେଁ ହସାହସି ହୋଇଛନ୍ତି, ମଧ୍ୟରେ ସମ୍ପର୍କ କେବଳ ସ୍ୱର୍ଗୀୟ ପବିତ୍ର ସ୍ନେହ-ପରସ୍ପରର ଆକର୍ଷଣ ।

 

ତା’ପରେ ଦିନେ ରତ୍ନାକରର ଦିନ ଆସିଲା । ସେ ଦିନ ସେ କାନ୍ଦି କାନ୍ଦି ଚାଟଶାଳୀରୁ ବିଦାୟ ନେଇ ଟାଉନସ୍କୁଲକୁ ଯିବ । ମାଗୁ ଅବଧାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇ ବାହାରିଲା । ଗୋଟିଗୋଟି ସାଥି ପିଲାମାନଙ୍କଠାରୁ ବିଦାୟ ନେଲା । ଗୁଣରୁ, ବୁଦ୍ଧିରୁ ରତ୍ନାକର ସମସ୍ତଙ୍କର ପ୍ରୀୟପାତ୍ର। ପିଲାମାନେ କେତେ ବ୍ୟସ୍ତ ହେଲେ । କେବଳ ଖୁସିଥାଏ ମଧୁ-ନାଏବଘର ପୁଅ । ଆଶା,-ରତ୍ନାକରର ପଦ ଶୀଘ୍ର ସେ ଅଧିକାର କରିବ । ନିଶାମଣୀ ସଙ୍ଗେ ପୂର୍ବେ କେତେବାର ମିଶିବାର ଚେଷ୍ଟା କରି ବିମୁଖ ହୋଇଛି। ଏ ସୁଯୋଗ ଯେପରି ଏକା ତା’ରିଲାଗି ବିଧାତା ସୃଷ୍ଟି କରିଛନ୍ତି । ଅବଶ୍ୟ ଉପରମନରେ ସେ ମଧ୍ୟ ଦୁଃଖ ପ୍ରକାଶ କରିବାକୁ ତ୍ରୁଟି କରିନାହିଁ ।

 

ରତ୍ନାକର ସମସ୍ତଙ୍କୁ କହିଗଲା-ଜଣକ ଛଡ଼ା। କହିବା ପରି ତାର ମନେ ହେଲା;-କହିଛି ଯେପରି-‘ନିଶା, ଥା ତେବେ ମୁଁ ଗଲି’ । ସମସ୍ତେ ଉତ୍ତର ଦେଲେ, ପଦେଅଧେ କହିଲେ । ଏ ସ୍ଥଳରୁ କିଛି ଉତ୍ତର ପାଇନାହିଁ । ପାଇଛି ହଠାତ୍‌ଆବେଗ ଭରା ଦୁଇଟି ଅଶ୍ରୁବିନ୍ଦୁ। ତାପରେ ?-ରତ୍ନାକର ମୁହଁ ଫେରାଇ ଚାହିଁଗଲା। ନିଶାର ଆଖିରେ ଲୁହ ଆଖିରେ ମରିଛି, କୋମଳଗଣ୍ଡରେ ଶୁଖିଯାଇଛି, ରତ୍ନାକର ପୋଛିଦେଇ ପାରିନାହିଁ ।

 

(୩)

କେବଳ ଛୁଟି ବେଳେ ରତ୍ନାକର ଘରକୁ ଆସେ । ରବିର ପ୍ରଚଣ୍ଡକିରଣ ତଳେ ଯେତେବେଳେ ବହୁଦୂର ଗଗନରେ ଚିଲ କିମ୍ବା ଶାଗୁଣା ଚକିଦେଇ ଘୁରୁଥାଏ, ନଦୀକୂଳରେ ଆମ୍ବ ବଗିଚାର ଏହି ମାଳତୀ ମୂଳରେ କେତେବାର ଦେଖିବ ନିଶାମଣୀ ଆଉ ରତ୍ନାକର ଖେଳୁଥିବେ । ଖାତର ନାହିଁ ଏ ଖରାକୁ । ଲୋଡ଼ା ନାହିଁ ଆଉ ଅନ୍ୟସଙ୍ଗୀ । ବରଂ ତାର ରୋଗୀର ଚିରେଇତା ପରି ଲାଗେ ।

 

ଆଜିକାଲି ସେ ଏକାନ୍ତ ସାକ୍ଷାତ ଆଉ ନାହିଁ । ନିଶାର ବାଲ୍ୟଚପଳତା ସ୍ଥାନରେ ଏକ ମଧୁର ଲଜ୍ଜା ଧୀରେ ଧୀରେନୂତନରାଜ୍ୟ ବିସ୍ତାର କରି ବସିଲା । ଏଣିକି ସାରା ପୃଥିବୀର ଗତି କିପରି ପରିବର୍ତ୍ତିତ ହେବାପରି ଲାଗିଲା । ସେ ବାଲ୍ୟସ୍ନେହରେ ପ୍ରୀତିର ଆବେଶ ସ୍ପର୍ଶ କଲା । ଚପଳ ଚାହାଣୀରେ ଚଞ୍ଚଳଛଟକ ମିଶିଗଲା, ଆଉ ପୂର୍ବେ ଯେ ଦୀର୍ଘଶ୍ୱାସରେଗୋଟିଏଗୋଟିଏ ଚିନ୍ତା ଖସୁଥିଲା, ଆଜି ସେହି ଖରଶ୍ୱାସ ସଙ୍ଗେ ଅନ୍ତର ମଧ୍ୟରୁ ଝଲକାଏ ଉଷ୍ଣରକ୍ତ ଝରିବାର ଆରମ୍ଭ । ରତ୍ନାକର ପ୍ରତି ସେ ପାଠଶାଳାର ଆଦରର ପ୍ରକୃତ ଅର୍ଥ ଏତେଦିନ ଫୁଟି ଦିଶିଲା ।

 

ନିଶା, ସମାନବଂଶ ହେଲେ ମଧ୍ୟ ଧନୀ ଦମ୍ପତିର ଏକ ମାତ୍ର କନ୍ୟା । ଯୁଗଧର୍ମ ଏ ମିଳନର ଆଦୌ ପକ୍ଷପାତୀ ନୁହେଁ । ପ୍ରଣୟର ଅନ୍ଧତ୍ୱ ଏହିପରି ସ୍ଥଳରେ ବିଶେଷରୂପେପରିସ୍ଫୁଟ ହୁଏ । ଉଭୟଙ୍କ ଧାରଣା ବିବାହ ପ୍ରତି ସନ୍ଦିହାନ ହେଲେ ମଧ୍ୟ ‘ଆଶା ବୈତରଣୀ ନଦୀ’ ମନୁଷ୍ୟ ଆଶାଧୀନ, ଫଳ ଭାଗ୍ୟାୟତ୍ତ ସିନା ! ମିଳନର ଆଶା ମନୁଷ୍ୟ ହୃଦୟରେ ଜାଗିବା ଆଗେ ଥରେ ଯୁଗଧର୍ମର ମତାମତ ଉପରେ ନିର୍ଭର କରୁଥିଲେ ଆଉ ଦୁଃଖ ନଥାନ୍ତା । ରତ୍ନାକର ବା ନିଶା କେହି ତାର ଅପେକ୍ଷା କରି ନାହାନ୍ତି । ଆଜିକାଲି ସାକ୍ଷାତ ଯେ ନାହିଁ ଏକଥା ନୁହେଁ, ତେବେ ସେ ବହୁ ଦୂରରୁ । ସେ ସାକ୍ଷାତ କେବଳ ଆଖିର ଆଖିର ନୀରବ ନୟନର, କେବେ ଅବା ସ୍ୱପ୍ନର ଅନୁଗ୍ରହରୁ, ତାହା ପୁଣି କ୍ଷଣିକ । ପୂର୍ବେ ରତ୍ନାକର ଛୁଟିରେ ଗ୍ରାମକୁ ଆସିଲେ, ନିଶାମଣୀଙ୍କ ଘରକୁ ଅବାଧ ପ୍ରେବେଶ କରିପାରୁଥିଲା । କ୍ରମେ ଏପ୍ରବେଶ ନିଶାର ପିତାମାତାଙ୍କର ସନ୍ଦେହ ଓ ବିରକ୍ତି ଚକ୍ଷୁରେ ପଡ଼ିବା ପରି ଜଣାଯିବାରୁ ରତ୍ନାକର ନିଜେ ନିଜେ ସେ ଦ୍ୱାର ଋଦ୍ଧ କରିଛି । ବାକି ଭୁଲି ପାରି ନାହିଁ ନିଶାର ମାଦକତା, ନୟନର ନିଶା । ଏବେ ପତ୍ର ଆଦାନପ୍ରଦାନ ମଧ୍ୟ ସୁକଠିନ । ମାଳତୀମୂଳର ଫୁଲ ତୋଳା ମାତ୍ର ଚାକ୍ଷୁସ ମିଳନର ଏକମାତ୍ର ସହାୟ ।

 

ଆଜି ସେହିପରି ରବିର ସନ୍ଧ୍ୟାଗମନଛାୟାତଳେ ରତ୍ନାକର ମାଳତୀମୂଳରେଫୁଲତୋଳି ଆସିଛି ।ତୋଳୁତୋଳୁଗୋଟିଏ ଡାଳରେ ତାର ଆଖି ପଡ଼ିଲା । ଏତ ଫୁଲ ନୁହେଁ, ତେବେ ଡାଳରେ କିପରି ? ଘେନି ଆସି ଦେଖେ ଖଣ୍ଡେ ଛୋଟ କାଗଜ ମୋଡ଼ା। ଅକ୍ଷର ଚିର ପରିଚିତ । ଯେ ଅକ୍ଷର, ଯେ ଜ୍ଞାନର ଅଙ୍କୁରା ରୋପଣ କରିଛି ସେ ନିଜେ;-ସେଇ ଛୋଟଛୋଟ ଅକ୍ଷରର ଛୋଟଛୋଟ ଶବ୍ଦ ଯୋଜନାରଛୋଟବାକ୍ୟଟିଏ :-

 

‘‘ସନ୍ଧ୍ୟାପରେ ବୈତରଣୀ କୂଳରେ ଅପେକ୍ଷା କରିବ ।’’

 

(୪)

ବହୁତଦିନର ବହୁତ ଆଶା ଘେନି ଆଜି ଯେପରି ଏକାଦଶୀର ଶରଦ ଚନ୍ଦ୍ରର ତରଳ କିରଣ ବୈତରଣୀର ଢଳ ଢଳ ଜଳରାଶିର ଚିକ୍କଣ ବକ୍ଷରେ କୌଣସି ଗୁପ୍ତ କାହାଣୀ ଖୋଜି ବୁଲୁଛି । ଟୁପୁଟାପ୍‌କରି ବେଳେବେଳେ ଗୋଟିଏଗୋଟିଏଝରାଫୁଲଖସିପଡ଼ୁଛି । ନଦୀବକ୍ଷରେଟେଣ୍ଟୋଇର ଚନ୍ଦ୍ରକିରଣ ସହିତ ଅଦ୍‌ଭୂତକ୍ରିଡ଼ା । ସମ୍ମୁଖରେ କେତେଦୂର ବ୍ୟାପୀ ବିସ୍ତୀର୍ଣ୍ଣ ବାଲୁକା, ବିରହବିଧୂରା ବିଧବାର ଧବଳବସ୍ତ୍ରପରିହୀତଜଡ଼ଅଙ୍ଗପରିଅନନ୍ତଗଗନର କରୁଣା ଜଳକଣା ଭରସାରେ ଚାହିଁ ରହିଛି । ନଦୀକୂଳରେ ଠାଏ ଠାଏ ନୀରବ ନିଶୀଥରେ ନିଦ୍ରିତଭବନର ଜାଗ୍ରତ ପ୍ରହରୀ ପରି ମସ୍ତକରେ ତୁଙ୍ଗପାଗଭିଡ଼ିଗୋଟିଏଗୋଟିଏଦୀର୍ଘତରୁ ଦଣ୍ଡାୟମାନ । କେଉଁଠି ଅଳ୍ପଦୂରରେ କଠିନ ଶିଳାଘାତରେ ଜଳର ଗୁରୁ ଗମ୍ଭୀର ଧ୍ୱନି କ୍ଷଣେ କ୍ଷଣେଆଶାୟୀତ କର୍ଣ୍ଣର ଆକାଙ୍କ୍ଷିତପଦଶବ୍ଦପରି କେବେ ଅବା ହୃଦୟରେ ଆଶା ନିରାଶାର କନ୍ଦଳ ମଧ୍ୟରେ କ୍ଷଣିକ ସଦର୍ପ ଭରସା ତାନପରି ଶୁଣା ଯାଉଛି ।

 

ଘନପଲ୍ଲବ ଛାୟାରେ ଚନ୍ଦ୍ରକର ଚିତ୍ରିତ ମୃଗଚର୍ମୋପରି ଆସୀନ ପ୍ରେମଯୋଗୀ ରତ୍ନାକର । ବାଲ୍ୟକାଳର ସେହି ମାଗୁ ଅବଧାନ ଚାଟଶାଳୀଠାରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଜୀବନର ଯାବତ ସ୍ନେହ, ପ୍ରେମ ଓ ମାୟାର ଭାବନାରେ ନିବିଷ୍ଟମନା । ଧ୍ୟାନ ନିଶାର ସରଳ ମଧୁରମୋହିନୀ ମୂର୍ତ୍ତି, ହସ୍ତରେ ଜପାମାଳା ସ୍ୱରୂପ ସାନ୍ଧ୍ୟମାଳତୀ ସୁମନ ଚର୍ଚ୍ଚିତ କ୍ଷୁଦ୍ର ପତ୍ରିକାଟି । ଦୃଷ୍ଟି ନଦୀକୂଳର ସରଳ ବକ୍ର କ୍ଷୀଣ ପଥ ଉପରେ ଯୋଡ଼ିଏ ଚରଣ ରେଖାର ଆକାଙ୍କ୍ଷାରେ ।

 

(୫)

ଅଳ୍ପକାଳ ମଧ୍ୟରେ ନିଶାର ଅବଗୁଣ୍ଠନବତୀ ଦରଲଜ୍ଜାବିଜଡ଼ିତ ପ୍ରତିମାଟି ନଦୀତୀରରେ ଦେଖାଗଲା । ରତ୍ନାକର ସେ ଅର୍ଦ୍ଧ ଅନ୍ଧକାର ମଧ୍ୟରେ ସୁଦ୍ଧା ଦୂରରୁ ଏ ରତ୍ନର ତେଜ ଫୁଟି ଉଠିବାର ଚିହ୍ନିପାରି ଠିଆହେଲା । ବହୁକାଳପରେ ଏ ପୁନର୍ମିଳନ । ସୁଖ ଦୁଃଖ, ବିଗତ ସ୍ମୃତିର ମଧୁର ଝଙ୍କାର, ଆଶା ଆଶ୍ୱାସ-ସମସ୍ତେ ଯେପରି ଏକ କାଳରେ ରତ୍ନାକରର ମନମସ୍ତକ ଅଧିକାର କରି ବସିଲେ । ଆଗ୍ରହକମ୍ପିତ କଣ୍ଠରେ ଡାକିଲା ‘‘ନିଶା’’ ।

 

ଗୋଟାଏ ଶୀତଳ କୋମଳତଡ଼ିତ ଶକ୍ତି ସଞ୍ଚାଳିତ କ୍ଷୁଦ୍ର କରିପଲ୍ଲବ ରତ୍ନାକରର ହସ୍ତରେ ମିଳିତ ହେଲା । ଉତ୍ତର ନାହିଁ, କଥା ନାହିଁ । ଦଣ୍ଡେ ସାରାଜଗତ ନିଶ୍ଚଳ ଥିବାପରି ଲାଗିଲା । ପ୍ରକୃତି ଯେପରି ଜୁଳୁଜୁଳାରଶତସହସ୍ର ଚକ୍ଷୁରେ ଏ ଯୁଗଳଛବି ଦେଖି ବାକଶୂନ୍ୟା । ଖାଲି ନିକଟରେ ନଦୀର ସେହି କଳକଳ ନାଦ ସତେକି ତାର ଖେଳାର ସଙ୍ଗୀ ହେବାକୁ ମଧୁର ଆହ୍ୱାନ କରୁଛି । ଗ୍ରହ ନକ୍ଷତ୍ର ସହିତ ନୀରବ ଗଗନରୁ ନିର୍ମ୍ମଳ ଚନ୍ଦ୍ର, ବିମଳସ୍ୱର୍ଗସୁଧା ସିଞ୍ଚି ଏ ଯୁଗଳ ମାଧୁରୀରେ ଯେପରି ଆନନ୍ଦ ଅନୁଭବ କଲେ । ପବନର ଗତି ନାହିଁ, ତରୁ ଲତା ନିର୍ବାକ୍‌ନିସ୍ପନ୍ଦ । କେବଳ ଅନତିଦୂରର ମାଳତୀ ତା’ର ନିଜର ବାସ ଗରିମାରେ କ୍ଷଣିକ ସ୍ଫିତା।ଚାରିଆଡ଼ କୌଣସି ମୋହିନୀମାୟାବଳରେ ସତେଜ ଅଥଚ ନୀରବ, ସରଳ କିନ୍ତୁ ନିଶ୍ଚଳ । ଉଭୟେ ଏ ମିଳନର ଉପଢୌକନରେ ହସ୍ତରେ ଅନୁଭବ କଲେ ବିନ୍ଦୁଏ ବିନ୍ଦୁଏତପ୍ତଅଶ୍ରୁମାତ୍ର। ପ୍ରକୃତିର ଏ ଶବ୍ଦହୀନ ରାଜ୍ୟ ମଧ୍ୟରେ କେବଳ କୋଟର ମଧ୍ୟରେ ଜଣକର ସହ୍ୟ ହେଲାନାହିଁ ।ତେତିକିବେଳକୁ ତା’ର କଠୋର କଣ୍ଠ ମେଲାଇ ପେଚକ ଦୁଇ ତିନି ଡ଼ାକଡ଼ାକି ଦେଲା । ନିଶାର ଅବଳା ମନଟା ଛନକି ଉଠିଲା । ଗଭୀରନଦୀର ଜଳ କାହିଁକି ଆହାରି ଉତ୍କଣ୍ଠିତ ଭାବରେ କହିଲା ‘କଳ କଳକଳକଳ’ । ରତ୍ନାକର ପୁଣି ଡାକିଲା-‘ନିଶା’

 

ଏତିକିବେଳେ ନଦୀ ବନ୍ଧଆଡୁଯୋର ଗଳାରେ ଶୁଭିଲା-‘ନିଶା’ ? ବିଲୁଆଟା ଡାକିଲା ହୁକେ ହୁକେ। ପେଚଟା ପୁଣି ରଡ଼ିଲା, ନଦୀ ଟିକିଏ ଗର୍ଜି ଉଠିଲା-ଗଭୀରଗଳାରେ କହିଲା କଳ କଳକଳକଳ। ରତ୍ନାକର ଓ ନିଶା ନଦୀବନ୍ଧକୁ ଫେରି ଚାହିଁଲେ-ଗୋଟାଏଆଲୋକ ରେଖା ଆଉ ପୁଣି ସେହି-‘ନିଶା’ ।

 

ନିଶା କହିଲା ମୁଁ ବାହାରି ଆସିବାବେଳେ ବାପା ବୁଲି କରି ଫେରି ଆସୁଥିଲେ । ମୋତେ ଦେଖି କିଏ ବୋଲି ପଚାରିଲେ । ମୁଁ କିଛି କହିଲି ନାହିଁ । ତୁମେ ଅପେକ୍ଷା କରି ବସିଥିବ ମନେ କରି ଚାଲି ଆସିଲି ।ବୋଧହୁଏ ଘର ଦେଖି ଖୋଜି ଆସିଲେ । ଉପାୟ ?-ସହିଲାନାହିଁ ବିଧାତା ଦଣ୍ଡକର ସୁଖ ! ଶୁଖି ଆସିଲା ମୁଖ । ଗଣ୍ଡଭୟ ପାଣ୍ଡୁର। ଆଖିକାଳି ମାଛନ୍ନ । ସମ୍ମୁଖ ଅନ୍ଧକାର । ରତ୍ନାକର କହିଲା ‘ଚାଲ ଲୁଚିଯିବା’ । ନିଶା କହିଲା ‘ଏକେ ଚନ୍ଦ୍ରପକ୍ଷ’ । ସେମାନେ ଏହି ଦିଗକୁ ଆସୁଛନ୍ତି । ପ୍ରାୟ ପହୁଞ୍ଚିଲେ। ବାପା ଆଉ ଆମ ଚାକର ଆନନ୍ଦିଆ । ଦେଖ ଦେଖ ଏଥର ସ୍ପଷ୍ଟ ଦିଶିଲେଣି । ଆଉ ତ ଲୁଚିବାର ବାଟ ନାହିଁ ।ଲୁଚି’ବା କି ଲାଭ ? କଳଙ୍କ ବଢ଼ାଇବାସିନା ? ବଢ଼ିଲେ ମଧ୍ୟ ମୁଁ ତ ଆଉ ତମକୁକଥାଟା ଅଧା ରହିଲା । ପୁଣି ଶୁଭିଲା-ଟିକିଏ ବିରକ୍ତି ସ୍ୱର ହେବ-‘ନିଶା’

 

‘‘ବନ୍ଧୁ, ଅନ୍ୟ ଜନ୍ମରେ ଯେପରି ତୁମର ସାକ୍ଷାତ୍‌ମିଳେ-ଏ ଜନ୍ମରେ ଆଉ ଆଶା ନାହିଁ । ଜୀବନର ଏ ବିଷମ ସଂକଟ ବେଳେ ଅଭୟ କୋଳରେ ଆଶ୍ରା ଦେ’ ମା ବୈତରଣି ! -ଅଜ୍ଞାତରେ ହଠାତ୍‌ରତ୍ନାକର ହାତରୁ ରତ୍ନଟିଏ ଖସିଯାଇ ନଦୀର ଗଭୀର ଜଳରେ ପଡ଼ିଗଲା ।

 

ରତ୍ନାକର ତଟସ୍ଥ, କାନ୍ଦି କାନ୍ଦି ଡାକିଲା-‘ନିଶା’ ‘ନିଶା’-ଚନ୍ଦ୍ର କିରଣରେ ଥରେ ଉପରକୁ କାହାର ମସ୍ତକର କେଶରାଶି ଉଠିବାର ଦିଶିଲା-କଳ କଳ କଳକଳ ।

 

ସେହି କେଶ ଗୁଚ୍ଛ ଲକ୍ଷ କରି ରତ୍ନାକର ମଧ୍ୟ ତଟିନୀର ଖେଳାର ସଙ୍ଗୀ ହେଲା । ସେହିପରି ଥରେ ଭାସି ଉଠିଛି ମାତ୍ର-କଳ କଳ କଳକଳ। ଏଥର ନଦୀର କୂଳରେ ବିକଳ-କମ୍ପିତ କଣ୍ଠରେ କିଏ ଡାକେ-‘ନିଶା ନିଶା’ ଦୂରର ପ୍ରତିଧ୍ୱନି ମାଳତୀର ବାସପବନରେଦୋଳିଦୋଳି କହିଲା । ‘ନିଶା ନିଶା’ କୁଳୁ କୁଳୁକୁଳୁକୁଳୁ।

 

ଭଗବତବଢ଼ା

ଚକ୍ରଧର ସାଉକାପଡୀ। କସ୍ତା, ମୁଗେଇ, ପାଞ୍ଚହାତୀ ଗାମୁଛା ଆଉ ତନ୍ତି ବୁଣା ଖଦିର କାରବାର । ଠକାଠକୀ ବେଶୀ ନାହିଁ । ତେବେ ଚା’କିରୀଚୋରୀ ବଣିଜ ମିଛ-ଆଗରୁ ତ କଥା ଅଛି । ଚକ୍ରଧର ସେଥିରୁ ଟପୀ ଯିବେ କିପରି ? ହରିଆ ସାମଲ ଚକ୍ରଧରସାଉର ସଙ୍ଗାତ । ଦିହେଁଯାକଚିତାଚୈତନ କାଟି, ଅର୍ଦ୍ଧକ୍ଷୌର ମଥାରେ ପିତଳ ଖୋଳାର ରାଧାକୃଷ୍ଣ ଛପାଘେନି, ନାଲି ବଟୁଆରେ ପିତଳ ଚୂନଖାଇ; ଧଳାପଥୁରିଆଖିଲିକାତି ଭରତି କରି, ଗଣ୍ଡିରାଟିମାନ ପିଠିରେ ନଦି, ଡକା ଡକିହୋଇ ହାଟକୁ ଯା’ନ୍ତି । ଗାଁ ଗଣ୍ଡାରୁ ଦି’ପଇସାଭିଆଭିତି କରି ଫେରି ସଞ୍ଜବେଳକୁ ଘରେ ପିଲା ମାଇପଙ୍କ ମୁହଁ ଚାହିଁ ଦିନ ସୁରୁଖୁରୁରେ କଟିଯାଏ ।

 

ଏବେ ଦିନାକେତେ ହେବ ସେ ଗାଁର ଜଣେ ବ୍ରାହ୍ମଣକୁ ବର୍ଷକୁ ଯୋଡ଼େ ଲୁଗା ଧାନ କେତେ ନଉତୀ କରାରରେ ଭାଗବତ ଲଗାଇଛନ୍ତି । ସଞ୍ଜବେଳକୁଚକ୍ରଧରସାଉଘର ଉଚ୍ଚ ଚଉପାଢ଼ୀରୁ ବାଛୁରୀ ଫିଟି ତଲେଇ ପଡ଼େ ।ଦିଚାରିପଇସାର ଗଞ୍ଜେଇ ଶ୍ରାଦ୍ଧ ହୁଏ । ପଇସାକର ଚନ୍ଦ୍ରକାନ୍ତି ଉଖୁଡ଼ା ହରିଆ ସାମଲ ହାଟରୁ ରୋଜ ଆଣିଥାଏ । ଏଇଟା ନିତ୍ୟ ଖଞ୍ଜା ଭୋଗ।ଦିସଙ୍ଗାତ ବସନ୍ତି । ଗାଁର ଆଉ ଆଉ କେତେ ପୁରାଣ ଭକ୍ତ, ଗଞ୍ଜେଇ ଭକ୍ତ, ଉଖୁଡ଼ା ଭକ୍ତ-ସଙ୍ଗଭକ୍ତ-ସବୁ ଏକଜୁଟ ହୁଅନ୍ତି । ନାରନାୟଣଂନମସ୍ମୃତ୍ୟଠାରୁ ନିତି ଆରମ୍ଭ ହୋଇ; ଫେର ମୂଳରୁ ଦୋସର ଆଗରୁ, ହଁ ହଁଶୁକମୁନି କଣ କହିଲେ, ପରୀକ୍ଷିତ ରଜା କଣ ଶୁଣିଲେ ଓ ଗୋପୀଙ୍କ ବିଚାର ଇତ୍ୟାଦି ପଚାରୁ ପଚାରୁ ଫେରେ ସେଇ ମୂଳ ଆଡ଼କୁ ଚାଲିଆସେ ।

 

ବାହ୍ମୁଣ ନନା ଟିକିଏ ବିଷମ ସଉକିଆ।ଚୂଟିକେରିକିଜଡାତେଲ, ଘିଅ, ନୋହିଲେ ଲହୁଣୀରେ ଚିକ୍କଣ ହୋଇବଡ଼ଦାନ୍ତୀ କାଠ ପାନିଆରେ ଶାଉଁଳା ହୋଇଥାଏ । କାନରେ ଫୁଲଟିଏ, ନୋହିଲାବେଳକୁକର୍ପୂରକାନ୍ତି ପତ୍ର ଗଣ୍ଡାଏ ଖୋସା । ପୂର୍ଣ୍ଣ ବ୍ରାହ୍ମଣତ୍ୱ ନିଦର୍ଶନରେ ଅକ୍ଷୌର । ଶୁକ-ବକ୍ରନାଶାରନିମ୍ନଦେଶରନିଶାଧିକୃତ ସ୍ଥାନରେ ସାହାର ମରୁଭୂମିର ଚାରୁ ଚିତ୍ର; ତଥାପି ଉଭୟ ଦିଗରେ ସୁଦୀର୍ଘ ମୁସଲମାନୀ ବୀରକେଶ ଗଣ୍ଡା ଦୁଇ ଚାରି ଉତ୍କଳଲକ୍ଷ୍ମୀ, ‘ତୋରାଣୀ’ ଛଣାର ବ୍ୟବହାର ଲାଗି ସଦା ସଗର୍ବେ ବିରାଜିତ । ଦାଢ଼ିବାବତରେ ଥୋଡ଼ତଳକୁ ଗଳବକ୍ର-ଭାବରେ ରୁମ ଅନ୍ଦାଜ ଏକପଣ।ଗାଲମୁଛା ନାସ୍ତି । ଗାଏମୋଟନିଶଦାଢ଼ି ମିଶି ରୁମ ଏକପଣ ଦୁଇ ବା ଚାରିଗଣ୍ଡା । ପିନ୍ଧା ଅର୍ଦ୍ଧପଥଶ୍ରାଦ୍ଧ କରିଆ, ଉତ୍ତରୀୟ ପେଜ ସୁବାସିତ ଖଣ୍ଡେ ପାଚଲା ଗାମୁଛା ଆଉ-ସର୍ବାଙ୍ଗେ କୃଷ୍ଣମୃତ୍ତିକାସୁଲଳିତଂ ରୁଦ୍ରାକ୍ଷମାଳା ଗଳେ ।

 

ତନ୍ତ୍ୟାଣୀପରିବେଷ୍ଟିତଂବିଜୟତେ ଶ୍ରୀ ପୁରାଣପଣ୍ଡାମଣି।

 

ନନା ଯେତେବେଳେ ଗଞ୍ଜାଧୂମ୍ରରୁଦ୍ଧବଜ୍ରଗମ୍ଭୀରଗଳାରେ ଆ-ଆ-ଆ-ଆ-ହେ କରି ପୁରାଣଟା ଆରମ୍ଭ କରି ଦିଅନ୍ତି ଚାରିଦିଗରୁ ହରିବୋଲ ହୁଳହୁଳୀ ଉଛୁଳି ଉଠେ । ଏ ଧ୍ୱନି କମିବା ଆଗରୁ ପୋଥିରୁପୁଡ଼ାଏ ଶେଷ । ନିତି ଏହିପରି ଲୀଳା ଆରମ୍ଭ ହୋଇ ଗାଁ ଧୋ’ରା ବଣରେ ବିଲୁ ପଧାନ ‘ହୁକେ’ କଲାବେଳକୁପୋଥିରେଡୋର। ଶେଷ, ଯେ ଯାହା ଘରକୁ ଗଲେ । ବାଛୁରୀ ବିଚରା ପୁଣି ଦୀର୍ଘରବ ସହ ଚଉପାଢ଼ିର ଶାସନ କର୍ତ୍ତା ।

 

(୨)

ଦିନାକେତେ ପରେ ଯେତେବେଳେ ପୋଥିତିନିପାଆକୁ ଆସି ଗଲା, ଦେଉଳ ଆଖପାଖ ଦୀନା ମା ବୁଢ଼ୀର ପୁରାଣ ଶୁଣା ମନେ ପଡ଼ିଲା ।ବୁଢ଼ୀ ଜାତିରେ ମାଛଧରା କେଉଟ । ତା’ ବୟସ ଦିନେ ପରା ତାଙ୍କ ଜାତିକି ଚାହିଁ ସେ ଭାରି ସୁନ୍ଦରୀ ହୋଇଥିଲା । ଦିନାକେତେ ସାଇ ବୁଲି ମାଗି ଯାଚି ଖିଆ ପିଆ କରୁ କରୁ ଜଣେ ବେହେରା ଆଖିରେ ତାର ସୁନ୍ଦରପଣିଆ ଧନ୍ଦା ଲଗାଇ ଦେଲା । ଥୁଆଥୋଇହୋଇ ଦୁଇ ପରାଣୀରେଘରଦ୍ୱାର କଲେ । କେଉଟୁଣୀ ଏତେ କାଳେ ଥଳ ଧରିଲା । ତାଙ୍କ ଫଳ ଦୀନା ବେହେରା । ଦୀନା ବେହେରା ଗରିବଘରର ପିଲା ହେଲେ ମଧ୍ୟ ଭଗବାନ ଦତ୍ତ ଗଳା ଟିକିଏ ଥିଲା । ପହିଲେ ଯେତେବେଳେ ଏ ସାଇବାଲାଧଗଡଧାତିନ୍ଦା କରି ଧୁରୁବ ନୀଳା ! ଆଖଡ଼ା ଜମାଇ ବସିଲେ ସେଥିରେ ଏ କେନ୍ଦୁକାଠକଳାଦୀନା ଶ୍ରୀମତୀ ପଟ ପିନ୍ଧୁଥିଲା, ‘ଅଇଲେ ଭଗବତୀ ନିର୍ମଳମନେ ରତନ ବିଭୂଷିତ କୁଣ୍ଡଳ କର୍ଣ୍ଣେ’ କରି-କବି ‘ବଇଆବୋଲେ ସେଇଆ ହେଲା’ ପର୍ଯ୍ୟନ୍ତ ସବୁ ସେ ନିଖୁଣ କରି ଗାଏ ।ଦୀନା ବାପ ଜଣେ ଗାହକ । ରସ ଗୀତର ଖାଣ୍ଟି ରସିକ । ପୁଅ ଦଛ(ଯଶ) ହେବାର ଶୁଣିବାକୁ ମାଛ ବିକା ପଇସା ଶ୍ରାଦ୍ଧ କରି ସ୍ତୁତିବାଦକମାନଙ୍କୁବଡ଼ ଗୁଜୁରାତି ଦିଆ ପାଚିଲା ସାଚିପାନଖିଲରେପୋତି ପକାଏ ।

 

କିଛି କାଳପରେଦୀନା ଏ ଆଖଡ଼ା ପ୍ରସାଦରୁ କୌଣସି ଗୁଣଗ୍ରାହକ ରାଜପୁରୁଷଙ୍କ ହାବୁଡ଼େ ପଡ଼ି ଆଖଡ଼ାଛଡ଼ା ହୋଇ ନୂତନ ରୁଚି ଅନୁମୋଦିତ ଓସ୍ତାଜୀ କାଇଦାର ‘ସଙ୍ଗୀତ ଶିକ୍ଷା’ରେଭର୍ତ୍ତି ହେଲେ । ଗୁରୁ ପ୍ରସାଦରୁ କିଛି କିଛି ଶିକ୍ଷା ହେବା ପରେ ଦିନେ ଗୁରୁ ଗୃହରେ କୌଣସି ଅପ୍ରକାଶ୍ୟ ଗୁରୁତର ଲୋକନିନ୍ଦ୍ୟ ଅପରାଧ କରିବାରୁ ଗୁରୁଙ୍କ ଗୁରୁକୋପରେ ପଡ଼ି ବିତାଡ଼ିତ ହେଲେ ।ରାଜଚକ୍ରଆଢ଼ୁଆଳରୁ ସେଥିରୁ ରକ୍ଷା ପାଇ ଏବେ ଜଣେ ଓସ୍ତାଇତ ! ।

 

ବହୁବାବୁସୁମଣ୍ଡିତ ରାଜମହଲରେ କେଉଟ ଦୀନାବେହେରାଙ୍କ ପ୍ରସାର ଅକ୍ଷୁନ୍ନ । କବିବର ୰ ରାଧାନାଥଙ୍କ ବର୍ଣ୍ଣିତ ‘ଦରବାର’ ଉକ୍ତିର ଶ୍ରେଷ୍ଠ ଆଦର୍ଶ ଏହି ‘ଦରବାର’ ହୋଇଥିଲେ କବିବରଙ୍କର ଲେଖନୀ ଆହୁରି ରସପ୍ଳୁତହୋଇ ପାରିଥାନ୍ତା । ଦୀନବନ୍ଧୁ କାନ୍ଦି କୁନ୍ଥେଇ କଥାଏ କହିଲେ ‘ନା’ ହେବା ଅସମ୍ଭବ । ଏବେ ସେ ଆଉ ‘ଦୀନା’ ନଥାଇ ଦୀନବନ୍ଧୁ ଓ ଜାତିରେ କେଉଟ ନଥାଇ କୈବର୍ତ୍ତ ହେବା ସ୍ଥଳେ, ତାଙ୍କ ମା-ନୁହେଁ-ଜନନୀ ଯେତେବେଳେ ଏ ପୋଥିପଢ଼ା ସଭାକୁ ବିଜେ କରନ୍ତି-(ଅବଶ୍ୟ, ବୁଢ଼ୀ,-ପୁଅର ମହଣ ଛତା, ଘଡ଼ି, ଛଡ଼ୀ, ଘର ବାହାର ମେଲା ଘାସବଣଦଉଡ଼ିଆ ଖଟରେ ସଞ୍ଜବେଳିଆ ସଦରମିସଲ ଟାଣ କରୁଥିବା ସତ୍ୱେ-ପୂର୍ବର ପୁରୁଣା ପେଡ଼ି ସାଇତା ବଗଡ଼ାଖଦୀରମହତ୍ତ୍ୱ ଅକ୍ଷୁନ୍ନ ରଖି) ସମସ୍ତେ ଭିତରେ ଭିତରେ ନାକ ଟେକିଲେ ମଧ୍ୟ ଦୀନାର ରାଜକୁଳ ପ୍ରଚଳନ ହେତୁ ଅଛବଜାତିରଦୋଷ କାଟି ଦେବାକୁ ବାଧ୍ୟ ହୋଇ ବାହାର ଆଦର ଗଳାରେ ଡ଼ାକି ତାକୁ (ବୁଢ଼ୀକି) ଆଗରେ ସ୍ଥାନ ଦିଅନ୍ତି । ବୁଢ଼ୀ ଆସି ପହିଲେଦ୍ୱୀପ ପାଖରେ ନନା ମୁହଁକୁ ନିରେଖିକିଟିକାଟିଆ କରି ଚାହିଁଥାଏ । ଆଖିରୁ ଦି’ଧାର ଲୁହ ଗଡ଼ି କାନି ଓଦା କରି ଦିଏ । ପୁରାଣ ଶେଷରେ ବୁଢ଼ୀ ଲୁହ ପୋଛିପୋଛି ଘରକୁ ଯାଏ । କାହାକୁ ପାଟି ଫିଟାଏ ନାହିଁ କି କେହି ତାକୁ ସାହସ କରି କିଛି ପଚାରନ୍ତି ନାହିଁ, ଖାଲି ମନେ ମନେ ଭାବି ନିଅନ୍ତି ଯେ ବୁଢ଼ୀର ପୁରାଣ ବୁଝିବା ଶକ୍ତି ଖୁବ୍‌ବେଶୀ । ନନା ମଧ୍ୟ ପୋଥିବଢ଼ିବା ଦିନକୁ କିଛି ବହୁଳ ପ୍ରାପ୍ତି ଆଶା କରିବାଟା ଏପରି ସ୍ଥଳେ ଆଉ ଅଯଥା ବୋଲି କିଏ କହିବ ?

 

[ ୩ ]

ଚାହୁଁ ଚାହୁଁ ଦିନେ ପୁରାଣ ବଢ଼ିବା ଦିନ ହେଲା ।ଗହମକ୍ଷିରୀ; ଉଖୁଡ଼ାହୁଡ଼ୁମ୍ବ-ବହୁତ ଯୋଗାଡ଼ କରାଗଲା । ଦି’ ସଙ୍ଗାତଙ୍କର ସେଦିନ ହାଟ ଯିବା ବନ୍ଦ । ଆଗ ଦିନ ଚାରିପାଞ୍ଚରୁ ହାଟ ସଉଦା ଲାଗିଛି । ଅନେକ ପଇସା ଖର୍ଚ୍ଚ ।ସାଇବାଲା ଭେଦା ଚାନ୍ଦା କରି ବି କିଛି କିଛି ଦେଲେ । ପୁରାଣ ବଢ଼ିଗଲା। ସମସ୍ତେ ମନ ଆନନ୍ଦରେ ହରିବୋଲ ପକାଇଲେ । ନନା ସମସ୍ତଙ୍କୁ ଭେଟି ପାରିଛି । ଫଳେ ପୁଷ୍ପେ ପାଇ ପାରିଛି । ବାକୀ ଏବେ ତିନି ଚାରି ଦିନ ହେବ କାହିଁ ବୁଢ଼ୀର ତ ଦେଖା ନାହିଁ । ବେଶୀ ଆଶା ଯେଉଁଠି ଥିଲା ସେଇଠି ନନା ନିରାଶ । ମନଟା ବଡ଼ କୁନ୍ଥେଇ ବିଥେଇ ହେଲା ନିଶ୍ଚିତ ଲାଭରେ ବାଧା ପାଇ ସେଦିନ ଅନ୍ୟ ମନସ୍କ ଭାବରେ ପେଟେ ଚଉବନ ଭୋଜନ ଠୁଁ କି ପ୍ରସାଦ-ଆଶାୟୀ କୁଟୁମ୍ବଙ୍କର ଚକ୍ଷୁ ଓ ଉଦର ତୃପ୍ତିର ମହୌଷଧ ବୁଜୁଳି ବାନ୍ଧି ନନା ଗୃହାଭିମୁଖୀ ହେଲେ । ମନ କଥା ମନେ ଥାଏ ।

 

ଏବେ ନନା ପୁଣି ପଣା ସଂକ୍ରାନ୍ତିକି ପଣା, କରିୟା, ଛତୁ ଆଉ ଛତା ଦାନ ନେଇ ଖୁବ୍‌ମନଖୁସିରେ ବେଳ ଗଡ଼ିବା ସମୟକୁ ଘରମୁହାଁ ହୋଇଛନ୍ତି, ବାଟରେ ଦୂରରୁ ବୁଢ଼ୀ ତେଣୁ ଆସୁଥିବା ଦେଖି ଏ ଲାଭ ଯୋଗ ବାସରେ ପଞ୍ଚମବୃହସ୍ପତିଙ୍କର ଅନୁଗ୍ରହ କଲ୍ପଣାଟାଏ କରି ପକାଇଲେ । ଢିପଯାଗା ଖଣ୍ଡେ ଦେଖି ଛତା ବାଡ଼ିବୁଜୁଳି ରଖି ଦେଇ ଦିବ୍ୟ ହସଟାଏ ହସି ବୁଢ଼ୀ ପାଖରେ ପହୁଞ୍ଚି ସିଧା ସିଧାକଲ୍ୟାଣଟାଏ କଲେ ।ବୁଢ଼ୀ ବାଟରୁ ଖଣ୍ଡିକେତେ କଣିକା ଗୋଟାଇ ଧରି ଚାଲିଛି । ତା’ର ନନାଙ୍କ ସାଜସଜ୍ଜା ବା ଆଶୀର୍ବାଦକୁ ଲକ୍ଷ କରିବା ଅବସର ବା କାହିଁ ? ନନା ବାଟ ଯଗି ଘାଟ ମାଗି ବସି କହିଲେ-ମାଉସି ! ମୋତେ ଚିହ୍ନି ପାରୁପାରୁଛ ? ଏଥର ବୁଢ଼ୀ ମୁହଁ ଟେକି ଚାହିଁ ନନାଙ୍କୁ ଦୋଦୋ ଚିହ୍ନା କଲାପରି କହିଲା-ଉଁ ?

 

ନନା-ମୁଁ ପରା ସେଇ ପୋଥୀପଢ଼ା ନନା । ପୋଥୀତବଢ଼ିଗଲା। ମାଉସୀ ତୁମେତକାଇଁ ସେ ଦିନକୁ ନଥିଲ ? ଆମ ଦୁର୍ଭାଗ୍ୟ ସେ, ଗଲାଉନ୍ତରୁ ତୁମର କି ଦୋଷ ? ଗଲାଉତୁରୁ କାର୍ଯ୍ୟବ୍ୟସ୍ତ ଲୋକ, କୁଆଡ଼େ କାମରେ ବାହାରି ଯାଇଥିବ । ହେଲେ ତୁମପରି ପୁରାଣ ବୁଝିବା ବାଲା ସେ ତନ୍ତୀ ସାଇରେ ଆଉ କିଏ ଥିଲା ମନ ମାନେ । ପୁରାଣ, ଶ୍ରୋତା ବକତା ଦୁହେଁ ଥିଲେ ସିନା ଗଲାଉତୁରୁ ଆନନ୍ଦ ହୁଏ ।ଅରସିକଗୁଡାଙ୍କୁରସସ୍ୟ ନିବେଦନ କାହୁଁ ସୁଖଲାଗିବ ? ଶୁଖିଲା କାଠ ଚୁପୁଡ଼ିଲେ କି ଗଲାଉତୁରୁ ରସ ଠୋପେ ହେଇ ବାହାରିବ ? ପୁରାଣ ବଢ଼ିଗଲା ତ ବାକୀ ମନଟା ମୋର ତୁମକୁ ନଦେଖି ବଡ଼ବିତାପର ହେଲା । ଗଲାଉତୁରୁ ଭକ୍ତି ଥିଲେ ସିନା ରସ ! କିଏ ଅଛି ସେଥିରେ ଏମିତି ଜଣେ ଯେ କାହା ଆଖିରୁ ଛଳଛଳ ଲୁହ ଗଡ଼ି ପଡ଼ିବ ? ଗଲା ଉତୁରୁ ଭାବକୁ ସିନା ଭାବୁକ । ପୁଅ ନାତି ଧନଦରବସେଇଥିରୁବଢ଼ୁଛି । ଗଲା ଉତୁରୁ ଦେଖ । ଆହୁରି ହବ, ଆହୁରି ବହ !

 

ବୁଢ଼ୀ ଏଥର ନନା ମୁହଁକୁ ନିରେଖି ଚାହିଁ ଓଠର ଦାଢ଼ୀପୁଞ୍ଜିକ ଥରେ ଅଧେ ଆଉଁସି ପକାଉ ପକାଉ କହିଲା-ତୁ ସେଇ ଏବେ ? ହଁ ରେ ପୁଅ ଏଥର ଚିହ୍ନିଲି । ସେଇଠୁ ତଟକା କାନ୍ଦ କାନ୍ଦହୋଇ ପୁଣି ଆରମ୍ଭ କଲା-‘ତୁ ତ ମୋର କେତେ ମନେ ପଡ଼ୁ ।ଘରମଣୀବୋଲିଯୋଉ ଛେଳିଟି ନଥିଲା, ତୁ ଦେଖି ନଥିବୁ କି ? ଦୀନା ଆମର ଭାରି ଶରଧା କରିଥାଏ । ବେକରେ ତୁ ସେମେତେ ମାଳି ପକେଇଛୁ ସେମିତି ଘଣ୍ଟି ଘାଘୁଡ଼ି ଶିବରାତ୍ରି ଯାତ୍ରାରୁ ପୁଅ ରଜାଙ୍କ ସଙ୍ଗରେ ଯାଇଥିଲା ଯେ କିଣି ଆଣି ବାନ୍ଧି ଦେଇଥାଏ । ଏଇମିତି ଓଠ ତଳକୁ ତୋରି ପରି ତାର କଳା କଳା ପୁଞ୍ଜିଏ ଦାଢ଼ୀ । (ନୟନରେ ଅଞ୍ଚଳ ସଂଯୋଗ)

 

ଅଧା କଥା ପେଟରେ ଅଣନିଶ୍ୱାସୀହୋଇ ମଲା । ଲୁହ ପୋଛୁପୋଛୁ ପୁଣି ନନାର ଦାଢ଼ୀ ଆଉଁସିଆଉଁସି ଶକେଇ ଶକେଇ ଖନେଇ ଖନେଇ ବୁଢ଼ୀ କହିଲା :-

 

‘‘ଆଉ ଅଛି କିରେ ପୁଅ ? ତାକୁ ପରା ବାଦ କରି ଥାନା ପୁଲିସ ବାଲା ଘରୁ ଫିଟାଇ ନେଇ ସାଇବଖାନାକୁ ଦେଲେ । ମୁଁ ଯେତେ କାନ୍ଦିଲି, ମୋ ପୁଅ ଦୀନା ଶରଧା କରେ ବୋଲି କହିଲି, ବେଳସରିକି କରାଟରୁ ଦୋଣୀଟେ ଯାଚିଲି, ଆଠଅଣା ମାଗିଲା-କାହୁଁ ପାଇବି ? ପୁଅ ତ ନାହିଁ । ସେତେବେଳେ ଦୀନା ରଜାଙ୍କ ସାଙ୍ଗରେ କୁଆଡ଼େ ଯାଇଥିଲା ବିଦେଶ । ପଛକୁ ପୁଅ ଅଇଲା କୁପରୁ ଚେଇବାରେ କହିଲେ ଆମେ ତମର ବୋଲି ଜାଣି ନ ଥିଲୁଁ। ଆହା ହା ! ଘରମଣୀ କୁଆଡ଼େ ଗଲୁ ରେ ?’’

 

ନନା ଏ ସବୁ ଶୁଣି ତଟସ୍ଥ । ଦକ୍ଷିଣା ମାଗିବେ କଣ ? ପଳେଇବା ରାସ୍ତା ଖୋଜିଲେ । ହେଲେ ବୁଢ଼ୀନଛୋଡ଼ବନ୍ଦା । ସବୁ କଥାତକ ନ କହି, ମନ ପୂରେଇ ଛେଳି ଘରମଣୀ ବଦଳରେ ନନା ଘରମଣୀକି ନ ଦେଖି ଛାଡ଼ୁଛି କେତେକେ ?

 

ପୁଣି ଅସରାଏ ଲୁହ ଗଡ଼େଇ କହିଲା ‘ତୋରିପରିରେ ପୁଅ, ଜଗନ୍ନାଥେ ଥେଲେ ବୁଝିବେ । ଠିକ୍‌ଏଇମିତିଦାଢ଼ୀପୁଞ୍ଜିକ ହୁଲୁ ହୁଲୁ କରୁଥାଏ । କଅଁଳ କରି କେରିଏ ଦୁବ ଦେଲେ ଖାଏ । ଦୁବ ଖାଇଲାବେଳେ ତୁ ପାନ ଚୋବେଇଲେ ଯେମିତି ଦିଶେ ସେମିତି ଦୁଶିଯାଏ । ପୁଅରେ, ତୋତେ ଦେଖିଲେ ମୋତେ ଘରମଣୀକି ପାଇଲା ପରି ଲାଗେ । [ ଲୁହ ପୋଛୁପୋଛୁ ] ତୋରିପରିରେ ପୁଅ, ମୋଘରମଣୀଠିଇକି ତୁ, କି ତୁ !’ ବୁଢ଼ୀ ରାସ୍ତା ଦେଖିଲା ।

 

ନନା ସଂକ୍ରାନ୍ତି ପରା ଦିନେ କେଉଟ ଛୁଆଁ ହେବାଟା ମନେ ପଡ଼ିବାରୁ ପାଖ ବଡ଼ପୋଖରୀ ଆଡ଼ିକି ଅଣ୍ଟାପାଣିଟାଏ କରି ବାହାରିଲେ । ଲୁଗା ନ ଧୋଇ ପଣା ପାଣି ଛୁଇଁ ଘରକୁ ନେବେ କିପରି ?

 

ନନାଙ୍କ ଏ ପୁରାଣ ଦକ୍ଷିଣାଟା ତ ମନ୍ଦ ନୁହେଁ ।ବାକୀ ଆଉ କେତେବେଳେ ଦେଖା ହେଲେ ପଚାରିବା-ଦକ୍ଷିଣା ପରେ ନନାଙ୍କୁ ଗୁଜୁରାତି ଦିଆ ପାନ ଖିଲେ ମିଳିଛି କି ନାହିଁ ?

 

ଭାଗ୍ୟଚକ୍ର

ସେ ପରିତ୍ୟକ୍ତା । କାହାରି ଦୃଷ୍ଟି ତଳେ ନାହିଁ । ରୂପର ଗରିମା ଅଛି, ନୟନର ଛଳ ଛଳ ଢଙ୍ଗ ଅଛି-ବାକୀ ଶନିର କୋପଚକ୍ଷୁ ପଡ଼ିଛି । କେହି ଚାହୁଁ ନାହିଁ, କେହି ଆଦର କରୁନାହିଁ-ବରଂ ଘୃଣା, ବରଂ ଉପେକ୍ଷା । ଯହିଁରେ ସେ ହାତ ଦିଏ ଉଭେଇ ଯାଏ । ଯୁଆଡ଼େ ଦୃଷ୍ଟି ପଡ଼େ ଜଳିଯାଏ । ପିତା ମାତାଙ୍କର ପରିତ୍ୟକ୍ତା । ଅତି ଆଦର କରୁଥିଲା, ଗୋଟିଏ ମାତ୍ର ଭାଇ ବିନୋଦ। ସଙ୍ଗ ଛାଡ଼ି ଚାଲିଯାଇଛି-ନିରୁଦ୍ଦେଶ । ଆହା ବୋଲ କହିବାକୁ ତାର ସାହା ନାହିଁ । ଏଡ଼େ ସୁନ୍ଦର ରୂପ; ଭୋଗ କରେ କେବଳ ଦିବସର ପ୍ରଚଣ୍ଡ ରୌଦ୍ର । ଏତେ ମଧୁର କଣ୍ଠ; ସେ କେବଳ ବଡ଼ପାଟି କରି କାନ୍ଦିବାକୁ, ଛଳ ଛଳ କରୁଣ ନୟନ-କେବଳ ନିର୍ଯାତନର ବିଷମ ଯନ୍ତ୍ରଣା ସହି ଲୁହ ଢଳ ଢଳ କରି କରୁଣା ଭିକ୍ଷା କରିବାକୁ, ବଡ଼ସରସ ତାର ଦୁଃଖ କାତର ହୃଦୟ-କଠୋରବାକ୍ୟବଜ୍ର ସହିବାକୁ । ତାର ସୃଷ୍ଟି, ତାର କଳ୍ପଣା, ତାର ଜନ୍ମ-ଗୋଟିଏଜ୍ୱଳନ, ଗୋଟିଏହତଶ୍ୱାସ, ଗୋଟିଏ ମରଣର ବିଭୀଷିକା ।

 

ଘୋର ଦୁର୍ଭିକ୍ଷ ପୂର୍ବେ ସେ ପିତାମାତାର ଆଦରର କନ୍ୟା ଥିଲା- ‘ଶୁଭା’ ।ବଡ଼ ଭାଇ ବିନୋଦଠାରୁବଡ଼ ଯତ୍ନ ପାଉଥିଲା । କୋଳଛଡ଼ା ଚାଲି ଜାଣି ନାହିଁ, ଘୃତାନ୍ନ ଅରୁଚି ହେଉଥିଲା, ପିତାର ଆୟ ଥିଲା, ଦେଶରେ ସୁସମୟ ଥିଲା । କାଳ ହେଲା ମହାନଦୀର ବଢ଼ି। ଘର ଦ୍ୱାରଧୋଇଗଲା, ତା ପଛେ ପଛେମଡ଼କ। ଶୁଭାର ସ୍ନେହମୟ ପିତା ଏଥି ସଙ୍ଗେ ଆଖି ମୁଦି ଦେଲେ । ତା’ପରେ ଦୁର୍ଭିକ୍ଷ-ସର୍ବଶେଷ । ଲୋକେ କହନ୍ତି ଏ ଦୁର୍ଭିକ୍ଷରେ ମନୁଷ୍ୟ ମନୁଷ୍ୟ ମାଂସ ଖାଇଗଲେ । ଜାତି କୁଳ ବାଛ ବିଚାର ବା ରହିବ କ’ଣ ? ଯେଉଁଘରେ ଅହରହ ଆନନ୍ଦର ଧ୍ୱନି ଉଛୁଳୁ ଥିଲା, ଆଜି ସେହି ଡିହରେ ସନ୍ଧ୍ୟାବେଳେ ବତି ଦେବାକୁ କେହି ନାହିଁ । ମହାଲକ୍ଷ୍ମୀ ଚଞ୍ଚଳା-ବିମୁଖ ହେଲେ, ଶିରୀ ଲୁଚି ଗଲା । ସେତେବେଳକୁ ବିନୋଦର ବୟସ ଦଶ କି ଏଗାର । ଶୁଭାକୁ ମୋଟେ ସାତ।

 

ଶୁଭାର ମାମୁଁଘର ତରଫକୁ ଏ ଦୁର୍ଭିକ୍ଷଟା ତେତେ ବାଧି ନାହିଁ, ପରଙ୍ଗ ଦେଶ । ଯାହା ବା ଧୋଇ ଯାଇଛି ସେ ଅତି ସାମାନ୍ୟ । ଶୁଭାର ଜନନୀ ଅନ୍ୟ ଉପାୟ ନ ଦେଖି ବାଧ୍ୟ ହୋଇ ଦିନେ ପୁଅ ଝିଅ ଦୋ’ଟିକି ସେହିଠାରେ ଛାଡ଼ି ଦେଇ ଆସିବାକୁ ଗଲେ । ସେତେବେଳକୁ ଶୁଭାର ଅଜା ବୁଢ଼ାସଦେଇ ମହାପାତ୍ରେ ଜୀବିତ । କନ୍ୟାର ଦୂରବସ୍ଥା ଦେଖି ବଡ଼ ବ୍ୟଥିତ ହୋଇ ନାତି ନାତୁଣୀଙ୍କୁ ଆଶ୍ରୟ ଦେଲେ । ଶୁଭାର ଜନନୀ ପିତାମାତାଙ୍କ ନିତାନ୍ତ ଅନୁରୋଧ ସହେ କଷ୍ଟ ପଡ଼ି ବଞ୍ଚିବାକୁ ମଧ୍ୟ ଶ୍ରେୟ ମନେ କରି ପତି ପରିତ୍ୟକ୍ତ କୁଟୀରର ଆଶ୍ରୟ ନେଲେ । କାଳ ସୁସ୍ଥ ହେଲେ, ଅବସ୍ଥା ଟିକିଏ ଭଲ ହେଲେ ପୁଅ ଝିଅଙ୍କୁ ନେଇଯିବେ । ଦିନେ ଯେ ଗୋଟିଏ ସରଳ ଘରର ଗୃହଲକ୍ଷ୍ମୀ ଥିଲେ ସାଇ ପଡ଼ୋଷୀ ସୁଖ ଦୁଃଖରେ ଅପେକ୍ଷା କରୁଥିଲେ, ଅକାଳରେ ଆଜି ଚାଣ୍ଡାଳୁଣୀରୁ ହୀନଦଶାଭୋଗିବାକୁ ବାଧ୍ୟ, ତଥାପି ପତିଗୃହ ତ୍ୟାଗ କରିବାକୁ କୁଣ୍ଠିତା।କୋଟା କୁଟି, ଘଷି ବିକି ଶୁଭାର ଜନନୀ କୌଣସିମତେ ଭଗ୍ନାବଶେଷ ଘର ଖଣ୍ଡି ଛପର କରି ନିଜେ ମୁଠିଶାଗ ଓ ଖୁଦର ଶ୍ରାଦ୍ଧରେ କାଳାତିପାତ କରିବାକୁ ଲାଗିଲେ ।

 

ବିନୋଦ ଅଜାଙ୍କ ଘରେ ପଢ଼ୁଥାଏ। ଶୁଭା ଆଈଙ୍କ କୋଳ ପୂର୍ଣ୍ଣ କରିଥାଏ ।ବିନୋଦର ଟିକିଏ ବୁଦ୍ଧି ହେଲାଣି । ସେ ସବୁ ଘଟଣା କିଛି କିଛି ବୁଝି ପାରିଛି ମାତ୍ର ଶୁଭା ନିତାନ୍ତ ଚପଳା ବାଳିକା, ସଂସାର ଜ୍ଞାନଶୂନ୍ୟା । ଜାଣିଛି ମାଁମୁ ଘରକୁ ବୁଲି ଆସିଛି । ବାପା ଶ୍ରୀକ୍ଷେତ୍ର ଦର୍ଶନକୁ ଯାଇଛନ୍ତି । ଫେରିଲେ ସଙ୍ଗରେ ନେଇଯିବେ ।ବିନୋଦଦୁଃଖିନୀ ଶୁଭାକୁ ପ୍ରାଣ ଭରି ସ୍ନେହ କରେ, ସଙ୍ଗରେ ଖେଳାଏ । ଆଗେ ଘରଠାରେ ସେ ଯେତେ ଆଦର କରୁଥିଲା ତାର ଦୁଇଗୁଣ ଯତ୍ନ ଆଦର କରେ । ଭ୍ରମରେ ହେଲେ ତାର ମନରେ ପିତାମାତାଙ୍କର ଭାବନା ଆଣିବାକୁ ଦିଏନାହିଁ । ଗଲାବେଳେ ତାର ମାତା ବିନୋଦଙ୍କୁ ଖଣ୍ଡିଏ କନାରେ ବାନ୍ଧି, ଗଣ୍ଠି କରି ଚାରିଅଣା ପଇସା ଦେଇ ଲୁହ ଛଳଛଳ ଆଖିରେ ଦୁଇଟି ପିଲାଙ୍କର ମୁଖ ଚୁମ୍ବନ କରିଗଲେ । ବିନୋଦ ସେ ପଇସାତକ ଖର୍ଚ୍ଚ ନ କରି ଗଣ୍ଠିଧନ କରି ରଖିଥାଏ । ସଞ୍ଜସକାଳେ ସେ ଗଣ୍ଠିକି ଚାହିଁ ନିଜ ଜନନୀକୁ ମନେ କରି ହୃଦୟ ଥର ଥର କରି ଗୋଟିଏଦୀର୍ଘନିଶ୍ୱାସ ମାରେ । ସଞ୍ଜବେଳେ ଅଜା ଯେତେବେଳେ ଝୁଲିମୁଣି ମାଳ ଧରି ନାତି ନାତୁଣିଙ୍କୁ ଦି ହାତ ଧରାଇ ଗାଁର ଜଗନ୍ନାଥ ଦେଉଳକୁ ଯା’ନ୍ତି, ବିନୋଦ ମୁଣ୍ଡିଆ ମାରି ଆଗେ ତା’ର ମା ଓ ଶୁଭା ଲାଗି କହେ, ପଛେ, ତା’ ଅଜା ଆଈ ମାମୁ ମାଇଁ ଓ ତା ଲାଗି ସବା ପଛରେ ଠାକୁରଙ୍କୁ ଜଣାଏଁ। ଗାଁ ଇସ୍କୁଲରେ ଯାହା ଯାହାପଢ଼ିଥାଏ ସବୁ ଆଦ୍ୟପ୍ରାନ୍ତ ଘରକୁ ଫେରି ଅଜାଙ୍କ ଆଗେ ଆବୃତ୍ତି କରେ । ରାତି ହେଲେ ଖାଇପିଇ ଅଜାଙ୍କ କୋଳରେଭାଇଭଉଣୀ ଦୁହେଁ ଢୁଳେଇ ପଡ଼ନ୍ତି । ଶୁଭା ପିଲା ଲୋକ, ଦିନଯାକ ଧୂଳି ଖେଳ, ନାଚ କୁଦାରେ କ୍ଳାନ୍ତ ହୋଇ ପଡ଼ିଥାଏ । ବିଛଣା ଛୁଇଁବାକ୍ଷଣି ତା ଆଖିରେ ନିଦ । ବିନୋଦ ଗାଁ ପିଲାଙ୍କ ସଙ୍ଗେ ଖେଳବୁଲା, ମାଛ ଧରା, ନଇଡ଼ିଆଁଜନ୍ମକେ ଜାଣେ ନାହିଁ । ପଢ଼ି ଯିବାବେଳେ ଯାହା ଥରେ ସେ ଘରୁ ବାହାର ହୁଏ । ଭଲ ପଢ଼େବୋଲି ଗୁରୁବର୍ଗରୁ ଶ୍ରଦ୍ଧା ପାଏ । ଦୁଷ୍ଟ ପିଲାମାନେ ତାକୁ କିପରି ଏକ ଭିନ୍ନ ଆଖିରେ ଅନାଇଁ ଥାନ୍ତି । କେତେବେଳେ ସୁସମୟ ହେଲେ ବିନୋଦକୁତତ୍ତ୍ୱଜ୍ଞାନ ଦେବେ । ବିନୋଦ ଏ ସବୁ ବିଷୟ କେତେକ ବୁଝେ, କେତେକ ବୁଝି ନ ବୁଝି ବା ପରି ତୁନି ଥାଏ । କାହାରି କଥାରେ ବା ପରିହାସରେ ସେ କଥା କହେ ନାହିଁ । କେବେ କେବେ ପିଲାମାନେ କୁହା କରି ତାର ବହି ସ୍ଲେଟ ଲୁଚାଇଥାନ୍ତି । ଅନ୍ୟ ପିଲାଙ୍କଠାରୁ ଶୁଣି ବିନୋଦ ଧୀର ସରଳଭାବରେ ମାଗିନିଏ । ତାର କଥାର ଓ ମୁହଁର ଏତେ ଶକ୍ତି ଥିଲା ଯେ ଦୁଷ୍ଟ ପିଲାମାନେ ମଧ୍ୟ ମାଗିଲାମାତ୍ରେ ଆଉ ମନା କରି ନପାରି କୌଣସି ଛଳନାରେ ହେଲେ ଦେଇ ପକାନ୍ତି । ବିନୋଦ ଗୁରୁ କାନକୁ ଏ ସବୁ କଥା ନିଏ ନାହିଁ । ବରଂ କେହି ପ୍ରରୋଚନା କଲେ ହସି ଦେଇ ତୁନି ହୁଏ ।ଏକପକ୍ଷରେ ସର୍ବଦା ନୀରବ ସହ୍ୟ ଗୁଣରୁ କଳି ଗୋଳ ନ ହୋଇପାରୁଥିଲେହେଁ କଣ୍ଟାବାଡ଼ରେ କାନି ଲଗାଇବା ଯାହାଙ୍କର ଦସ୍ତୁର, ତାଙ୍କ ଅଭ୍ୟାସ ବଦଳିବା କଷ୍ଟ ସାଧ୍ୟ । ସେମାନେ ଯଥା ପୂର୍ବଂ ତଥା ପରଂ।କାହାଣେ ବେଶୀ ପଛେ ବିଶ୍ୱାଏ କମ ନୁହେଁ । ଦୁଃଖେ ଦୁଃଖେବିନୋଦ କାଳ କାଟିନିଏ, କ୍ରମେ ସେ ସେ ଗ୍ରାମରେ ରହି ଅଜାଙ୍କ ଯତ୍ନରେ ମାଇନର ବୃତ୍ତିପରୀକ୍ଷା ଦେଇଛି । ଫଳ ବାହାରି ନାହିଁ । ବିନୋଦର ମାମୁଁ ତେତେବେଳକୁ ଦରପାଠୁଆ ହୋଇ ଗାଁପାଖ ଜମିଦାରୀ ସିରସ୍ତାର ଗୁମାସ୍ତାଙ୍କ ପାଖେ ମୋହରୀର ଗିରି କରୁଥାନ୍ତି । ମୋରପିଲାଟିଦିନରୁ ଏବେ ମଧ୍ୟ ଏହି ମୋହରୀରଙ୍କ ନାଁ’ଟା ଶୁଣିଲେ କାହିଁକି ଦେହ ଶୀତେଇ ଉଠେ, ଡରଲାଗେ, ଘୃଣାଲାଗେ ଆଉ ତା ସଙ୍ଗେ ରାଗବି ଲାଗେ । ମସ୍ତକ ମଧ୍ୟରେ କଳ୍ପନା ଏମାନଙ୍କର କି ଏକ ଉତ୍କଟ ମହାମାରୀର ରୂପ ବର୍ଣ୍ଣନା କରିଦିଏ । ଅଜା ଆଈଙ୍କର ନାତି ନାତୁଣୀଙ୍କ ଠାରେ ଯେତେ ଶ୍ରଦ୍ଧା ବଢ଼ୁଥାଏ ତେଣେ ମାମୁଁ ମାଇଁଙ୍କର ତତୋଧିକ ବିରକ୍ତି ମଧ୍ୟ ବଢ଼ିବାରେ ଲାଗିଥାଏ । କ୍ରମେ ବିରକ୍ତି ପରେ ଗାଳି ତା’ପରେ ହାତ ଶାସନ ଆରମ୍ଭ ହେଲା । ମାମୁଁଙ୍କ ହାତ ଶାସନ ଠାରୁ ମାଇଁଙ୍କ ମୁଖ ଶାସନକୁ ବିନୋଦ ବେଶୀ ଡରେ । ସେ ନମାରିଲେ ମଧ୍ୟ ପୋଡ଼ଖଣ୍ଟା ଧାରିଣୀ ହୋଇଘଉଡ଼ି ଆଣିବାକୁ ଖୁବ୍‌ନିପୁଣା। ତେଣେ ପଢ଼ୁଆ ସାଥିପିଲାଙ୍କ ଦୁର୍ବ୍ୟବହାର, ଘରକୁ ଫେରିଲେ ଅଧିକାଂଶ ଦିନ ଶୁଭାର ମାଇଁଙ୍କ ଶାସନ ଜନିତ କ୍ରନ୍ଦନ ନିରତାମୁଖଶ୍ରୀ; ଦେଖି ବିନୋଦର ପିତାମାତା ବେଶୀ ମନେ ପଡ଼ନ୍ତି । ସାଧାରଣତଃ ଦୁଃଖ ବେଳେ ଜଗତର ପ୍ରାୟ ଏହି ଅବସ୍ଥା ହୋଇଥାଏ।ବିନୋଦମାତୃଦତ୍ତ ପଇସା କେତୋଟିର ପାହୁଲା ଅଧଲା ଭଙ୍ଗାଇ ରଖିଥିଲା । କେବେ ବା ଅଜା ଆଈ ପଇସାଏ ଅଧଲାଏ ତାର ଜଳଖିଆ ଲାଗି ଦେଇଥାନ୍ତି । ସେଗୁଡ଼ିକ ଖର୍ଚ୍ଚ ନକରି ଶୁଭାର ଏବଂବିଧ ବିରସ-ମୁଖର ଅବସ୍ଥା ପରିବର୍ତ୍ତନ ଲାଗି ରଖି ଦେଇଥାଏ । ଗାଁକୁ ଦାମ ସାଉଗୁଡ଼ିଆ ବରା ପିଆଜୀ ବିକି ଆଣିଲେ କିଣି ଲୁଚାଇ କରି ଶୁଭାକୁ ଦେଇ କେତେ ଆଦର କରେ । ନିଜେ ଦିନେ ଏଥିରୁ ଖଣ୍ଡେ ହେଲେ ପାଟିରେ ପକାଇ ନାହିଁ । ସ୍କୁଲରୁ ଫେରି ପ୍ରଥମେ ତାର ଆଖି ଶୁଭାକୁ ଦେଖେ, ନପାଇଲେ ବା ଦେଖାର ବିଳମ୍ବ ହେଲେ ଅଥୟ ହୋଇ ମନେ ମନେ ଘର ବାହାର ଖୋଜିପକାଏ । ମାଇଁଙ୍କ ବିରକ୍ତି ଭୟରେ ପୁଣି କାହାରିକୁ ତ ପଚାରି ପାରିବ ନାହିଁ । ଦିନପରେ ଦିନ ସୁଖ ଦୁଃଖ ନେଇ ଏହିପରି ଚାଲିଥାଏ । ବିନୋଦ ଚାହୁଁ ଚାହୁଁଷୋଳ ବର୍ଷରେ ପହୁଞ୍ଚିଲା। ଶୁଭା ମଧ୍ୟ ଟିକିଏ ବଡ଼ ହେଲାଣି । ବୁଦ୍ଧି ଶୁଦ୍ଧି ହେଲାଣି । ହଠାତ୍‌ଦିନେ ଏହି ସମୟରେ ଅକାଳରେ ଏ ଭାଇ ଭଉଣୀଙ୍କୁ ଅଜା ଆଈ ଶୋକସାଗରରେ ଭସାଇ ଦେଇ ଚାଲି ଗଲେ । ବୁଝିପାରେଁ ନାହିଁ ଜଗତର ଗତି । ଭଗବାନଙ୍କର କଣ ଏହି ନିୟମ ଯେ ଦୁଃଖୀର ଦୁଃଖଭାର ବଢ଼ାଇବାକୁ ସେ ଉତ୍କଣ୍ଠିତ ଭାବରେ ଅନାଇଁ ଥାନ୍ତି ? ବିନୋଦର ଏ ଆଘାତରେ ଅଙ୍ଗ ଭଗ୍ନ ହେଲା । ଦଶଦିଗ ଅନ୍ଧାର ଦିଶିଲା ।

 

(୨)

ସତ୍ୟ ମିଥ୍ୟା ଭଗବାନଙ୍କୁ ଗୋଚର।ବୁଢ଼ାବୁଢ଼ୀଙ୍କ ମରିବାର ପ୍ରାୟ ମାସ ତିନି ହେବ । ବିନୋଦପଢ଼ାପଢ଼ି ବନ୍ଦ, ତା’ର ବୃତ୍ତି ହୋଇଛି, ଫଳ ବାହାରିଲା । ସେ ସ୍କୁଲରୁ ଯେତେବେଳେ ଶୁଭ ଖବର ଶୁଣି ଘରେ କହିବାକୁ ଆସେ, ସେତେବେଳକୁ ମାଇଁ ମୁହଁଟାକୁ ଭା’ରୀ କରି ବସିଛନ୍ତି । ମୂର୍ତ୍ତିଦେଖିବିନୋଦର ଛାତିରୁ ରକ୍ତ ଶୁଖିଗଲା । ସେ ତା’ର ବୃତ୍ତି ପାଇବା ଖବରଟା ଭୁଲିଯାଇ ଶୁଭାକୁ ଖୋଜିବାକୁ ବାହାରି ଦେଖିଲା ଢିଙ୍କିଶାଳ କଣରେ ଶୁଭା ଛିଡ଼ାହୋଇ କାନ୍ଦୁଛି । କାରଣ ପଚାରିବା ପୂର୍ବେ ତା ମୁଣ୍ଡରେ ଏକ ବ୍ରହ୍ମ ଚପେଟାଘାତ ଅନୁଭବ କରି ବସିପଡ଼ିଲା । ଜ୍ଞାନ ବୁଦ୍ଧି ସମସ୍ତ ଛାଡ଼ିଗଲା । ପଛକୁ ଚାହିଁ ଦେଖେ ମାମୁଁ, ଲାଲ ଆଖି ନିଆଁ ଗୋଲା ପରି ଜଳୁଛି । ମୁଖରେ ପିଶାଚର ହିଂସା, କ୍ରୋଧରେ ଥର ଥରହୋଇ କହିଲେ, ଟଙ୍କା କ’ଣ କଲୁ ? ପୁନଃ ପ୍ରହାର, ବିନୋଦର ଏଥର ଚୈତନ୍ୟ ହଜିଗଲା । ସେହିଠାରେ ସେହିପରି ଅବସ୍ଥାରେ କଚାଡ଼ିହୋଇ ପଡ଼ିଗଲା । ଶୁଭା ବଡ଼ ପାଟି କରି ରଡ଼ି ଉଠିଲା । ମାମୁଁ ତାହା ପ୍ରତି ମଧ୍ୟ କରୁଣା ପ୍ରକାଶ କରି ପାରିଲେ ନାହିଁ । ତାକୁ ମଧ୍ୟ ଉତ୍ତମ ମଧ୍ୟମ ଦେଇ କହିଲେ ‘‘ଜୀବନରେ ତ ମାରି ଦେବି, ଏତିକି କ’ଣ ? ଚୋରେଇ କରି ଟଙ୍କା ନେଇ କଣ କରିଛ କହ ? ତୁମେ ଭାଇ ଭଉଣୀ ଦୁହେଁ ସଲା ହୋଇ ଏତକ କରିଛ’’ । ଏତିକି ବେଳେ ମାଇଁ ସାଆନ୍ତାଣୀ ନସର ପସରହୋଇ ଭିତର ଘରୁ ଅଭିନୟ ମଞ୍ଚକୁ ଧାଇଁ ଆସୁଥିଲେ । ଅଣ୍ଟାରେ ଥିବା ଟଙ୍କା ତିନୋଟିଝ’ଣ କରି ଖସି ପଡ଼ିଲା । ଏହି ତିନିଟି ଟଙ୍କା ମାମୁଁ ସା’ନ୍ତଙ୍କର ହଜିଥିଲା । ମାଇଁ ନେଇଥିବାର ଅସ୍ୱୀକାର କରି ଭଣଜା ଭାଣିଜୀଙ୍କ ମୁଣ୍ଡରେ ବୋଳି ଦେଇଥିଲେ । ଦୈବ ଦେଖାଇ ଦେଲା । ମାମୁଁ ଟଙ୍କା ଶବ୍ଦ ଶୁଣି ଚାହିଁ ଦେଖିଲେ ସତକୁସତ ତିନିଟି ଟଙ୍କା ମାଇଁ ସା’ନ୍ତାଣୀ ତରତର କରି ଗୋଟାଇ ପକାଉଛନ୍ତି । ଶୁଭା ପାଟି କରି କାନ୍ଦି କାନ୍ଦି ସେତେବେଳେ ମଧ୍ୟ କହୁଛି ‘‘ମାମୁଁ ମୁଁ ଟଙ୍କା ଜମା ଦେଖି ନାହିଁ ।ବିନୋଦ ପ୍ରହାରରେ ମୂର୍ଚ୍ଛିତ । ମାଇଁଙ୍କ ନିକଟ ମାଲବରାମଦି ଦେଖି ଶୁଭା ଆହୁରି କାନ୍ଦି ଉଠିଲା । ଏଥର ମାମୁଁ ସମସ୍ତ କୌଶଳ ବୁଝିପାରି ବିନୋଦର ଚୈତନ୍ୟ ଆଣିବାର ଯତ୍ନରେ ଲାଗିଲେ । କିଛି କାଳପରେ ତା’ର ଚୈତନ୍ୟୋଦୟ ହେଲା ସତ୍ୟ, ମାତ୍ର ହୃଦୟରୁ ସେ ଆକସ୍ମିକ ଭୀତି ଓ ଆକ୍ରମଣର ପ୍ରଭାବ ଯାଇ ନାହିଁ । ଏକାବେଳକେ ପିତା ମାତା ଅଜାଆଈ ସମସ୍ତେ ଆଖି ଆଗରେ ନାଚି ଉଠିଲେ । ଶୁଭାର ପ୍ରହାର ଜର୍ଜରିତ ମୁଖ, ବୃଥାରେଚୋରୀ ଅପବାଦ-ବିନୋଦକୁ ଶତ ବୃଶ୍ଚିକ ଦଂଶନ ଜନିତ କଷ୍ଟଠାରୁ ଅଧିକ ବାଧିଲା ।

 

ତା’ପରେ ଧୀରେ ଧୀରେ ସନ୍ଧ୍ୟା ଆସିଲା । ମୌନମନ୍ତ୍ରମୁଗ୍ଧା । ଆକାଶରେ ସେହି ଚନ୍ଦ୍ର, ସେହି ନକ୍ଷତ୍ରମଣ୍ଡଳୀ ପୂର୍ବପରି ଝଲମଲ ହେଲେ । ସମସ୍ତ ଆନନ୍ଦତଳେ; ପ୍ରକୃତିର ଯାବତ କରୁଣା ତଳେ ବିଷାଦଭରା ଦୁଇଟି ଭାଇଭଉଣୀ । ମାମୁଁ ମାଇଁ ରାତିରେ ଖାଇବାକୁ ଥରେ ଅଧେ ଡାକିଲେ । ଦୁହେଁ ମନାକଲେ । ଆଉବା ବେଶୀ ଆଦର କରୁଛି କିଏ ? ସର୍ବବିଷାଦହାରିଣୀ, ଦୟାରୂପିଣୀ ନିଦ୍ରା ଆସି ଦୁଃଖୀରଦୁଃଖ ଭାରାକ୍ରାନ୍ତ ହୃଦୟ ଦୁଇଟି କୋମଳ କରପଲ୍ଲବରେ ଧୀରେ ଧୀରେ ଆଉଁଷି ଦେଲେ । ଶୁଭାର ସେଥିରେ ନିଦ୍ରା ଆସିଗଲା କିନ୍ତୁ ବିନୋଦର ପୂର୍ଣ୍ଣ ଅଭିମାନ । ସେ ବିନିଦ୍ର । ନୟନରେ ଅଜସ୍ର ନିରଧାର । ଭବିଷ୍ୟତରେ ପଢ଼ିବାର ତ ଏଠାରେ ସୁବିଧା ନାହିଁ । ପିତୃସମ୍ପତ୍ତି ଶୂନ୍ୟ, ଅଧିକକାଳ ମାମୁଁ ଘର ଆଶ୍ରୟ ଅସମ୍ଭବ । ସର୍ବୋପରି ଶୁଭାର ବିବାହଭାର-କରାଳ-ଚିନ୍ତାଚକ୍ର ତାର ନୟନ ସମ୍ମୁଖରେ ତୀବ୍ର ବେଗରେ ଘୁରିବାର ଆରମ୍ଭ କଲା । ଶୁଭା ଅଳ୍ପ ଅଳ୍ପପଢ଼ି ଜାଣିଛି । ବିନୋଦ ଚାହିଁ କ୍ଷୀଣାଲୋକ ଯୋଗେ ଦେଖିଲା ଶୁଭାର ଘୋରନିଦ୍ରା ଆସିଛି । ଖଣ୍ଡିଏ ଛୋଟ କାଗଜରେ କେତେ ଇତସ୍ତତ ହୋଇ ଲୁହ ଝରାଉ ଲେଖିଲା -

 

‘‘ପ୍ରାଣର ଭଉଣୀ ଶୁଭା’’

ଆଉ ବେଶୀ ଏ କଷ୍ଟ ସହି ପାରିଲିନାହିଁ । କେବେ ମା ସଙ୍ଗେ ଦେଖାହେଲେ କହିବୁ ମୁଁ ଭାଗ୍ୟ ଅନ୍ୱେଷଣ କରିବାକୁ ବାହାରିଲି । ତୋତେଛାଡ଼ିଯିବି ଏ ସାହସ ନଥିଲା । ମାତ୍ର ମୁଁ କର୍ତ୍ତବ୍ୟ ହୀନ । ସଂସାରର ସବୁ ବନ୍ଧନ ତୁଟି ଏକା ତୁ ଥିଲୁ । ତୋତେ ଛାଡ଼ିଦେଇ ଯିବି ଏକଥା ଭାବିବା ବେଳକୁ ହୃଦୟ ଫାଟି ଯାଉଛି ।ଭଉଣି ! ଏଥି ସଙ୍ଗେ ତୋତେ କିଛି ଖର୍ଚ ଦେଇ ଗଲି । ମା ମୋତେ ଏଠି ଛାଡ଼ିଦେଇ ଗଲାବେଳେ ଦେଇଯାଇଥିଲା । ପ୍ରଭୁ କେବେ ଭଲଦିନ ଦେଲେ ତୋରମୋର ପୁଣି ଦେଖା । ନଚେତ୍‌ଏତିକି । ଭାଗ୍ୟ ଆଦରି ମାମୁଁ ମାଇଁଙ୍କୁ ମାନି ଚଳୁଥିବୁ । ତୋତେ ଉଠାଇ କହିକରି ଯିବାକୁ ମୋର ଧୈର୍ଯ୍ୟ ନାହିଁ । ରାତି ପାହିଯିବ, ତୋତେ ଉଠାଇଲେ ଆଉ ଯାଇପାରିବି ନାହିଁ । ମୁଁ ମଧ୍ୟେ ମଧ୍ୟେତୋର ଖବର ନେଉଥିବି । କିଛି ଚିନ୍ତା କରିବୁ ନାହିଁ , ଦୁଃଖୀର ଭରସା ଦୀନବନ୍ଧୁ । ଯେତେ ଦୁଃଖରେ ପଡ଼ିଲେ ମଧ୍ୟ ତାଙ୍କୁ ଭୁଲିବୁ ନାହିଁ, ଧର୍ମ୍ମ ଭୁଲିବୁ ନାହିଁ, ଭକ୍ତି ଭୁଲିବୁ ନାହିଁ, ଶେଷରେ ମୋର ସ୍ନେହ ଆଶୀର୍ବାଦ, ମୁଁ ଗଲି ।’’

ତୋର

ସ୍ନେହର ଭାଇ

ବିନୋଦ

 

ପତ୍ରଟି ବନ୍ଦ କରି ମା ଦେଇଥିବା ପଇସାତକ ସାଙ୍ଗରେ ଶୁଭା କାନିରେ ବାନ୍ଧି ଦେଲା । ଥରେ ଲୁହ ଛଳ ଛଳଆଖିରେ ଶୁଭାର ମୁହଁକୁ ଭଲ କରି ଦେଖି ନେଲା, ବିନୋଦର ଏହି ମାତ୍ର ଶେଷ ବନ୍ଧନ । ଏଡ଼େ କଷ୍ଟରେ ମଧ୍ୟ ସେ ଭଉଣୀର ମୁହଁକୁ ଚାହିଁ ଟିକିଏ ଶାନ୍ତି ପାଉଥିଲା । ଶେଷରେ ସେତକ ସୁଦ୍ଧା ଛାଡ଼ିବାକୁ ବାଧ୍ୟ । କାନ୍ଦିକାନ୍ଦି ଏକମୁହାଁ ହୋଇ ଥରେ ମନ୍ଦିରଦ୍ୱାରକୁ ଗଲା । ଅନ୍ଧାରରେ ତାରାଲୋକରେ ଉଚ୍ଚରେ ନୀଳ ଚକ୍ର ଚାହିଁ ହାତ ଯୋଡ଼ିଭୋ’ କରି ପାଟି କରି ଉଠିଲା । ହଠାତ୍‌ସେ କ୍ରନ୍ଦନରେ ଥରେ ନୀଳଚକ୍ର କମ୍ପି ଗଲାପରି ଦିଶିଲା ।

 

ତା’ପରେ ରାତ୍ରିର ସେ ଗଭୀର ଅନ୍ଧକାର କ୍ରନ୍ଦନ-ନିରତ ବାଳକଟିକୁ ନିଜର କଳାଶାଢ଼ୀ ପଣନ୍ତ ଘୋଡ଼ାଇ କ୍ଷଣକ ମଧ୍ୟରେ କେଉଁଆଡ଼େ ଲୋକ ଚକ୍ଷୁରୁ ଦୂରକୁ ଘେନିଗଲା ।

 

(୩)

ସକାଳୁ ଯେତେବେଳେ କାଉ କା’ କା’ କରି ଡାକ ଦେଲା, ଶୁଭା ଗୋଟେ କି ସ୍ୱପ୍ନରୁହଠାତ୍‌ଉଠି ଭାଇକୁ ଖୋଜିଛି । ଦେଖା ପାଇଲା ନାହିଁ, ସଂସାରର ସଖା ସୋଦର କେବଳ ବିନୋଦ । ଦୁଃଖର ସାନ୍ତ୍ୱନା, ଶୋକରଆଶ୍ୱାସ, ତାପିତାର ଚନ୍ଦନ ଥିଲା କେବଳ ବିନୋଦ। ଆଦରର ଡାକ ଶୁଭା ଶୁଣି ନାହିଁ-ଶୁଣିଥିବ ଅବା ମନେ ନାହିଁ । ଡାକେ କେବଳ ବିନୋଦ । କାନିରେ କ’ଣ ଓଜନ ଲାଗିଲା, ଫିଟାଇ ଦେଖେ ପତ୍ରଟି, ଆଉ କିଛି ପଇସା ଥର ଥର ହାତରେ, ଛଳ ଛଳଆଖିରେ ଚିଠିଟି ପଢ଼ିଲା।ପଢ଼ିଛି କି ଜୀବନ ଛାଡ଼ି ଯାଇଛି କେଜାଣି ? ତା’ପରେ ଘର ପଛପଟ ବିଗିଚାକୋଣ, ଗଛ, ବୁଦାମୂଳ କେତେ ଖୋଜିଛି, ପ୍ରାଣ ଭିତର ଫାଟି ଯାଉଛି; କେବଳ ଭାଇ ଭାଇବୋଲି କେତେବାର ତୁନି ତୁନି ମନ ବିକଳ ହୋଇ ଡାକିଛି, ପାଟି କରି ନାହିଁ ମାଇଁ କି ଡରି, ବାକି ଏ ଆହ୍ୱାନ ଶ୍ମଶାନ ବିଳାସୀ ବିଷକଣ୍ଠ ଭୋଳା ଗଙ୍ଗାଧରଙ୍କର ଯୋଗ ସ୍ପର୍ଶ କରିଥିବ । କିନ୍ତୁ ବିନୋଦ ନୀରବ । ଭାଇର ସେ ‘ଶୁଭା’ ବୋଲି ତ ଉତ୍ତର ନାହିଁ । କ୍ରମେ ମାମୁଁ ମାଇଁ, ଗାଁର ସାଇ ପଡ଼ୋଷୀ, ବିଶେଷରେ ବିନୋଦର ଶିକ୍ଷକ କୂଅ ପୋଖରୀ ଆଉ ଗଛ ଡାଳ କେତେ ଖୋଜିଲେ-ବିନୋଦ ନାହିଁ । ଶୁଭା ତାର ପତ୍ର କଥା କୌଣସିଠାରେ ପ୍ରକାଶ କଲା ନାହିଁ । ମନ କଥା ମନେ ମନେ ମଲା । ଅବିଶ୍ରାନ୍ତ ଶୋକ ଦୁଃଖ, ମାମୁଁ ମାଇଁଙ୍କ ତାଡ଼ନା, ଭର୍ତ୍ସନା ଓ ପ୍ରହାର କେତେ ସହିପାରିବ ? ଦିନେ ଅକାରଣରେ ମାମୁଁ ମାଇଁଙ୍କ ଦୁଧଚୋରୀ ଅପରାଧରେ ଅପରାଧିନୀହୋଇବଡ଼କଠୋର ଦଣ୍ଡ ଭୋଗ କରି ରାତି ଅଧରେ ଶୁଭା ମଧ୍ୟ ଭ୍ରାତୃପଥ ଅନୁସରଣ କଲା । ଏଥର ମାମୁଁ ମାଇଁ ନିଶ୍ଚିନ୍ତ ।

 

ଦୁଇଦିନ ଦୁଇରାତି ଚାଲିଛି । ଖିଆ ନାହିଁ, ପିଆ ନାହିଁ-ଚାଲିଛି । ଗନ୍ତବ୍ୟ ସ୍ଥିର ନାହିଁ ବା କେହି କେହି କିଛି ପଚାରିଲେ ଉତ୍ତର ଦେଉନାହିଁ । ଅନାହାର, ଅନିଦ୍ରା, ନିରାଶ୍ରୟାଦୁଃଖିନୀ ଶୁଭା ଶେଷରେ ଦିନେ କଟକର ଗୋଟିଏ ବଜାର ପାଖରେ ମୂର୍ଚ୍ଛାଗତା। ଭଗବାନ ଦୟାସିନ୍ଧୁ । ଶୁଭାର ସୁନ୍ଦର ରୂପ କୌଣସି ବେଶ୍ୟାର ନୟନ ଝଲସାଇ ଦେଲା । ଆଶା ନବପଲ୍ଲବିତ ହେଲା । ଘରକୁ ନେଇ ବହୁ ସେବା ଶୁଶ୍ରୂଷା ପରେ ଯେତେବେଳେ ତା’ର ଚେତା ଆସେ, ସେ ଦେଖିଲା ଏକ ଅମରୀ ବାଞ୍ଛିତ ସୁସଜ୍ଜିତ ଦିବ୍ୟ ସୌଧ, କିନ୍ତୁ ଶାନ୍ତିପ୍ରଦ ହେଲା ନାହିଁ ।ଦୁଗ୍ଧଫେନନିର ଶଯ୍ୟା, ଉଜ୍ଜ୍ୱଳଆଲୋକ; କୁସୁମହାର ସୁବାସ-ମସ୍ତକ ପାର୍ଶ୍ୱରେ ଜଣେ କିଏ ସେବା ନିରତା, ଚାହିଁଲା, ସମସ୍ତ ଦେଖିଲା, ପୁଣି ନୀରବ ହୋଇ ଆଖି ମୁଦିଦେଲା । ମନେ ପଡ଼ୁଥାଏ ଭାଇ ବିନୋଦ, ତାର ଶେଷ ପତ୍ର, ଶେଷ ଛତ୍ର, ଶେଷ ଅନୁରୋଧ, ଉପଦେଶ ବା ବିନୟ । ସମସ୍ତ ଗୋଟିଏସ୍ୱପ୍ନ ମାୟା ପରି ଲାଗିଲା । ପୁଣି ଦୁର୍ବଳତା ବଶତଃ ତନ୍ଦ୍ରା ଆସିଗଲା । ଜଣେ କିଏ ଆସି ଏତେବେଳେ ଡାକିଛି-‘ଝିଅ’ ! ଶୁଭାର ଚମକ ଆସିଲା । ଏ’ତ ସେ ଡାକ ନୁହେଁ, ତା’ର ମା’ର ନୁହେଁ । ତେବେ ଏତେ କାଳପରେ କିଏ ତାକୁ ଆଦରରେ ଡାକିଲା ଝିଅ । ଶୁଭା କିଛି ବୁଝି ପାରିଲା ନାହିଁ । କହିଲା କିଏ ତୁମେ ମା ? ମୋତେ ବଞ୍ଚାଇ ରଖିଛୁ କାହିଁକି ? ମୁଁ ତ ଏ ଜଗତର ପରିତ୍ୟକ୍ତା । କହୁ କହୁ ଦୁଇ ନୟନରୁ ଦୁଇଟି ଧାରା ଗଣ୍ଡଦେଶ ତିନ୍ତାଇ ପକାଇଲା, ଓଷ୍ଠଯୁଗଳ କମ୍ପିତହେଲା । ଗୃହକର୍ତ୍ତ୍ରୀ ବେଶ୍ୟା ଲଳିତା କାନିରେ ଲୁହ ପୋଛି ଦେଇ କହିଲା-‘‘ମା ତୁ ଯେ ହୁଅ, ରୂପ ଅଛି; ଏ ରୂପ ଦେବଯୋଗ୍ୟ । ତୋର ଦୁଃଖ ରହିବ ନାହିଁ, ଥୟ ହୁଅ ।’’

 

‘‘ଏହି ରୂପ ଦେବଯୋଗ୍ୟ ! ଦୁଃଖ ରହିବନାହିଁ’’ କଥାଟା କାହିଁକି କିପରି ଲାଗିଲା । ରୂପର ପ୍ରଶଂସା ବା ରୂପ ହେତୁରୁ ଦୁଃଖ ରହିବ ନାହିଁ-ଶୁଭା ଆଜି ଏଇ ପ୍ରଥମ ଶୁଣିଲା । ତେବେ ରୂପ ତାର ଶତ୍ରୁ । ସେତ ପ୍ରାୟ ଶେଷ ହୋଇଥିଲା । ଜଗତର ଯାବତ ଜ୍ୱାଳା ଯନ୍ତ୍ରଣା ପୀଡ଼ନରୁ ମୁକ୍ତିଲାଭ କରିଥିଲା । ତେବେ ବଞ୍ଚାଇଲା କିଏ ? ଦେବୀର ଦୟା ନା-ରୂପର ରାକ୍ଷସୀ ମାୟା ? ଶୁଭାର ହୃଦୟ ଆଲୋଡ଼ିତ ହେଲା । ପୁଣି ତନ୍ଦ୍ରା, ନୀରବ ତନ୍ଦ୍ରାରେ ସ୍ୱପ୍ନ। ଶୁଭା ଏତେଦିନେସ୍ୱପ୍ନରେ ନିଜର ଜନନୀକୁ ଦେଖିଲା, ଭାଇକୁ ଦେଖିଲା । ସମସ୍ତେ ବିରସ, ସମସ୍ତେ ବିଷାଦିତ । ପୁଣି ଦେଖିଲା ମାମୁଁ ମାଇଁ, ଚିତ୍କାର କରି ଉଠିଲା । ତନ୍ଦ୍ରା ଭଗ୍ନ ହେଲା । ଦେହ ଥରି ଗୋଟା ଶରୀରରୁ ଝାଳଟାଏ ବହି ପଡ଼ିଲା । ଲଳିତା ପୁଣି ଆଦର କରି ଶୁଆଇ ପକାଇଲା । ସାରାରାତି-କେବେ ତନ୍ଦ୍ରା, କେବେ ନିଦ୍ରା, କେବେ ସ୍ୱପ୍ନ ଓ କେବେ ଜାଗରଣରେ ପ୍ରଭାତ ହେଲା । ସକାଳେ ଶୁଭାର ଟିକିଏ ଜ୍ଞାନ ଆସିଛି । କିନ୍ତୁ ନିତାନ୍ତ ବଳହୀନା । ଉଠିବାର ଶକ୍ତି ନାହିଁ । ଏ ପ୍ରହେଳିକା-ରାଜ୍ୟ ମଧ୍ୟରେ ଏକାକୀ ବାଳିକା ଶୁଭା ଶଯ୍ୟାଶାୟିନୀ ।

 

ସେହିପରି ଭାବିଲେ ବେଶ୍ୟା ଗୃହରେ ରତ୍ନ ପ୍ରତିମା ଶୁଭା-କେତେଦିନ ଗଲାଣି, କାହାରିକୁ ପ୍ରକୃତ ପରିଚୟ ଦିଏ ନାହିଁ । କହେ;-ତାର ପିତାମାତା ଏହି ବାଟେ ପୁରୀ ଯାଉଥିଲେ ଭୁଲ, କ୍ରମେ ସେ ରହିଗଲା । ପିତା ମାତାଙ୍କର କି ଅବସ୍ଥା ହେଲା ତାକୁ ଜଣା ନାହିଁ ।

 

ଶୁଭାର ବୟସ ହୋଇ ଆସିଛି । ଅଳ୍ପ ଦିନପରେ ତାକୁ କନ୍ଦର୍ପ ଲୀଳାର ବଶବର୍ତ୍ତୀ ହେବାକୁ ପଡ଼ିଲା । ବନଲତିକା ନବ ବସନ୍ତ ସ୍ପର୍ଶରେ ଦିବ୍ୟ ପ୍ରଷ୍ଫୁଟିତା ହେଲା । ଲଳିତାର ଗୃହ ଆଲୋକିତ ହେଲା । ଶୁଭା ଅନେକଦିନ ଲଳିତାର ଘରେ ବଢ଼ିଛି । ମନର ସୁଖରେ ନୁହେଁ, ଅତି ଦୁଃଖରେ । ସେ ବୁଝି ପାରିଛି ଏ କାହାର ଘର, ତା’ର ଭବିଷ୍ୟତ ଜୀବନ କି ଛାଞ୍ଚରେ ଢଳା ହେବ ।ସରଳା ଶୁଭ ମନେ ମନେ ପ୍ରଭୁଙ୍କ ଚରଣରେ ଅଟଳ ବିଶ୍ୱାସ ରଖିଛି । ତୁଚ୍ଛ ପ୍ରାଣଧାରଣ ଲାଗି, ବିପଦରେ ପଡ଼ି ଜଗତର ସାର ସତୀତ୍ୱ ରତ୍ନର ଜଳାଞ୍ଜଳୀ ଦେବାକୁ ତାର ହୃଦୟ ଅନୁମତି ଦେଲା ନାହିଁ । ଲଳିତା ପ୍ରଥମେ ବୁଝିପାରି ନ ଥିଲା କିନ୍ତୁ ପରେ ଶୁଭାର ମନ ବୁଝିବାକୁ ଆଉ ବେଶୀ ବିଳମ୍ବ ହେଲା ନାହିଁ । ଦୀର୍ଘ ବ ୩।୪ ବର୍ଷ ମଧ୍ୟରେ ଲଳିତା ଯଥେଷ୍ଟ ମାୟାଜାଲ ପାତିଛି । ଆପାତ ମଧୁର କ୍ଷଣିକ ଉଜ୍ଜ୍ୱଳ ଅନେକ ଉପାୟ ଉଦ୍‌ଭାବନ କରିଛି । ବାକି କିଛି ନାହିଁ । ପିଶାଚ ଗ୍ରହାକମାନଙ୍କର ଆଦର ଡାକ, ଲୋଲୁପ ଦୃଷ୍ଟି ନିକଟରୁ ଶୁଭା ସଦାସର୍ବଦା ସଶଙ୍କ ଅସସ୍ଥାରେ ଦୂରରେ ରହିଥାଏ । ପରିଶେଷରେ ଲଳିତା ବାଧ୍ୟ ବାଧକତାର ଚେଷ୍ଟା ଆରମ୍ଭ କଲା ।

 

ସେ ଦିନ ଯେତେବେଳେ ଶୁଭାକୁ ଜମିଦାର ପୁଅ ଶ୍ୟାମ-ସୁନ୍ଦର ସଙ୍ଗେ ଏକାଠି ଏକଘରେଛାଡ଼ି ଦେଇ ବଳପୂର୍ବକ ଲଳିତା କବାଟ ଟାଣିନିଏ, ଶୁଭା ସେ ମାତାଲ କବଳରୁ ବଡ଼ କଷ୍ଟରେ ରକ୍ଷା ପାଇଛି । ସେ କଥା କେବଳ ଦୀନବନ୍ଧୁ ଜାଣନ୍ତି ।

 

ତା’ ପରେ ଆଉଦିନେ ସନ୍ଧ୍ୟାବେଳେ ସେହି ପ୍ରସ୍ତାବ ଉଠେ । ଶୁଭାର ଭାବ ଭଙ୍ଗିରୁ ସମସ୍ତ ବୁଝିପାରି ଲଳିତା କହିଲା-ଏତେଦିନ ଯେ ତୋତେ ପୋଷିପାଳି ଆଣିଲି କଣ ତୁ ମୋର ମହାଜନ ଥିଲୁଁ ? ମୁଁ ତୋରଋଣ ଖାଏଁ ? ନାଇଁ ତ ମୋ ଘରୁ ବାହାରି ଯା । ଇତ୍ୟାଦି ଇତ୍ୟାଦି ଅନେକ ଅକଥ୍ୟ କଥା କହି ଘୋରଗର୍ଜ୍ଜନରେ ଦିଗ ପ୍ରକମ୍ପିତ କଲା । ସାଇ ପଡ଼ୋଷୀଏ ରୁଣ୍ଡ ହୋଇ ପଡ଼ିଲେ । କଥାଟା ଶୁଣି ସମସ୍ତେ ଲଳିତାର ପକ୍ଷ ନେଲେ । ନୀର ଛଳଛଳ ନୟନରେ ନୀରବରେ ଶୁଭା କେବଳ ଉପରକୁ ଚାହିଁ କାହାର ବିନ୍ଦୁଏ କରୁଣା ଜଳ ଅପେକ୍ଷା କରୁଥାଏ । ସେ ଦିନ ଲଳିତା ସନ୍ଧ୍ୟାବେଳେ ଶୁଭାକୁ ଗାଧୋଇ ଦେଇ ଦିବ୍ୟ ବେଶ କରାଇ ପୁଣି ଦ୍ୱାରରେ ଅପେକ୍ଷା କରିବାକୁ କହିଲେ । ଶୁଭା ଗୃହସ୍ଥ କନ୍ୟା, ଏ ଦ୍ୱାରଦେଶରେ ଗ୍ରହାକର ଅପେକ୍ଷା ଆଉ ଦୁଃଖରେ ମଧ୍ୟ ଅଜାୟ ଜବରଦସ୍ତ ହାସ୍ୟରେଖା ଫୁଟାଇବା ତା ପକ୍ଷେ ଅତ୍ୟନ୍ତ କଷ୍ଟକର । ବିଶେଷରେ ଯା’ର ଅନ୍ତର ମଧ୍ୟରେ ତୀବ୍ର ବହ୍ନି, କି ସମ୍ଭବ ତାର ବାହ୍ୟ ଆନନ୍ଦ ରକ୍ଷା ? ରୂପ ଶୁଭାର ଅଳ୍ପ ନୁହେଁ, ସେହି ଆକର୍ଷଣରେ କେତେ ପତଙ୍ଗ ଟାଣି ହୋଇ ଆସି ନିରାଶଭାବେ ନିଜେ ନିଜେ ଜଳି ପୋଡ଼ି ମରନ୍ତି । ଦିନକୁ ଦିନ ଲଳିତାର ରାଗ ବଢ଼ିବାରେ ଲାଗିଲା, ବେଶ୍ୟାର ପାଳିତା କନ୍ୟା, ବେଶ୍ୟାବୃତ୍ତି ନକରିବ ତ ଆଉ ଗୃହସ୍ଥର ସତୀ ପଣିଆ ଦେଖାଇ ବସିଲେ ଯେ ଏଣେ ପେଟରେ ଓଦାକନା ଦେବାକୁ ପଡ଼ୁଛି । ହରି ! ଏ ପନ୍ଥା ଭିନ୍ନ କି ଏ ଜାତିର ଅନ୍ୟ ଉପାୟ ନାହିଁ ପ୍ରଭୁ ?

 

ପଡ଼ିଷାଘରଚନ୍ଦ୍ରମଣୀର ବୟସ ଅଳ୍ପ । ଶୁଭା ପରି ସୁନ୍ଦରୀ ନୁହେଁ । ସେ ଶୁଭାର ଦୁଃଖରେ ବଡ଼ଦୁଃଖିନୀ । ବେଳେ ବେଳେ ବୁଝାଇ ସୁଝାଇ ଅନେକ କହେ ‘‘ଶୁଭା ଆମକୁ ତ ଭଗବାନ ଏହି ଉପାୟ କରି ପେଟ ପୋଷିବାକୁ ପଠାଇଲେ, ନୋହିଲେ ଏ ରାକ୍ଷସୀ ଗୃହରେ ପଡ଼ିଥାନ୍ତେ କାହିଁକି ? ତୁ ଆଉ କୁଣ୍ଠିତା ହେଲେ ବଞ୍ଚି ପାରିବୁ ନାହିଁ । ନିଜେ ବିବେଚନା କର,କର୍ତ୍ତବ୍ୟତ ନାହିଁ ।’’ ଶୁଭା ଶୁଣେ-ତେବେ ବଞ୍ଚିରହିବାକୁ ହେବ ବୋଲି, ଧର୍ମର ବିନିମୟରେ, ସତୀତ୍ୱର ପ୍ରତି ବଦଳରେ ? -ଅସମ୍ଭବ ବରଂ ମରଣ ।’’ ଚନ୍ଦ୍ରମଣି ଏ ଉତ୍ତରରେ ଗୋଟିଏ ଦୀର୍ଘନିଃଶ୍ୱାସ ପକାଇ ତୁନି ହୁଏ ।

 

ଲଳିତା ମଧ୍ୟ ମନ ତୁଲାଇବାକୁ କେତେବାରଚାଟୁକଥା କହିଛି;- ମଧ୍ୟ ଫଳ ନାହିଁ ।ତାଡ଼ନା କରି ତା’ର ପାରୁ ପର୍ଯ୍ୟନ୍ତ କଟୁ କଥା କହିଛି;-ତହିଁରେ ମଧ୍ୟ ଫଳ ନାହିଁ । ଆଦର, ତା’ ପରେ ଭୟ ପ୍ରଦର୍ଶନ, ତା ପରେ ଭର୍ତ୍ସନା, ସର୍ବଶେଷରେ ଝାଡ଼ୁଝାଡ଼ଣ ସହିଛି । ସବୁ ସହୁଛି, କିନ୍ତୁ ଫଳରେ ଶୁଭାର ସେହି ଦୃଢ଼ତା, ସେହି ନିଷ୍ଠା । ଶୁଭା ସବୁବେଳେ ରୂପ ନିନ୍ଦା କରେ, କେତେବେଳେ ଭଗବାନଙ୍କୁ କହେ ଏ ରୂପ ଏ ଦାନ ଫେରି ନେବାକୁ । ଏ କାତର ପ୍ରାର୍ଥନା ଶୁଣି, ମଦନ ଅଲକ୍ଷରେ ହସି ହସି ଯୌବନ ବସନ୍ତର ଯାବତ ସୌନ୍ଦର୍ଯ୍ୟ ଯେପରି ଶତଗୁଣିତ କରି ଶୁଭାର ଶୋଭା ବଢ଼ାଇବାରେ ରହିଲା ।

 

ଶୁଭା ଯେତେବେଳେ କୌଣସିମତେ ଲଳିତାର ବଶକୁ ନଆସିଲା, ତା’ର ରାଗ ବଢ଼ିବାର କଥା । ଦିନେ ସନ୍ଧ୍ୟାବେଳେ ଛୋଟ ଖଣ୍ଡେ ବର୍ଷାମେଘ ଆକାଶର ଗୋଟିଏ କୋଣରେ ନବବଧୂର ଲଜ୍ଜାବିଜଡ଼ିତ କାନି-ପଣନ୍ତ ପରି କେତେବେଳୁ ସଞ୍ଜ ତାରାଟିର ବର ଅଙ୍ଗଟିକୁ ଘୋଡ଼ାଇ ରଖିଛି । ଅପର କୋଣରେ କ୍ଷୀଣ ଚନ୍ଦ୍ରର ଅର୍ଦ୍ଧ ବିକଶିତ ତରଳ କିରଣ-ଛଟା । ପ୍ରକୃତି ବଡ଼ ମଧୁମୟୀ ଶୋଭା ଧରିଛି । ଦେଖୁ ଦେଖୁପୂର୍ବଦିଗନ୍ତ-ବ୍ୟାପୀ ଘନମେଘରାଶି ପାପର ଛାୟା ପରି କଳାପାଲ ଟେକି ଚନ୍ଦ୍ର ଅଙ୍ଗ ଆଛନ୍ନ କଲା । ଏଣେ ପୂବେଇ ପବନ ସୁଲୁ ସୁଲୁ କରି ଶୀତଳ ଜଲକଣା ଘେନି ବହିବାର ଆରମ୍ଭ ହେଲା । ମେଘ ପଛେ ମେଘ ଲୁଚକାଳି ଖେଳି ଧାଁଦୌଡ଼ରେ ଲାଗିଲେ । କାଠଯୋଡ଼ୀର ଜଳ କଳ-ହାସ୍ୟରେ ଈଷତ୍ ଫୁଲି ଉଠିବା ପରି ଦିଶିଲା । ତୀରସ୍ଥ ତରୁମାନଙ୍କରେ ଘନାନ୍ଧକାର ପୁଞ୍ଜୀଭୁତ ହୋଇ, ମଧ୍ୟେ ମଧ୍ୟେ କ୍ଷଣ ପକାଶିତକ୍ଷୀଣା ଲୋକରେ ଆହୁରି ସାନ୍ଦ୍ରହୋଇ ଉଠିଲା । ବର୍ଷା-ଝୁପୁଝୁପୁ ଟୁପୁଟୁପୁ ଧୀର ବର୍ଷା-ଖଣ୍ଡେ ଚଲା ବଉଦ ପାଣି ଘେନି ଯାଉ ଯାଉ ବାଟରେ ଫାଟି ଯାଇଛି ।

 

ସେତେବେଳେ ଝୁଲଣା ସମୟ ହେବ । ରାସ୍ତା ଘାଟ ତେଡ଼େ ଶୁଖିଲା ନୁହେଁ । ଠାଏ ଠାଏ ଡୋଭାଡୋଭା ହୋଇ ସଡ଼କ ଭିତରେ ପାଣି ମନ୍ଦେ ମନ୍ଦେ ଜମା ଅଛି । ନର୍ଦ୍ଦମା କଡ଼ରେ କୋଉଠି ଗୋଟା କେତେ ବଡ଼ପାଟିଆ ବ୍ରାହ୍ମୁଣୀ ବେଙ୍ଗ ଖୁବ୍ କୋଳାହଳ କରି ବର୍ଷାର ତୋଷାମୋଦ ଆରମ୍ଭ କରିଦେଲେ । ବିଜୁଳୀ ମେଘର ପେଟ ଫଟାଇ, ତେଜ ଫୁଟାଇ, ଅନ୍ଧକାର ମଧ୍ୟରେ ପଥିକକୁ ଦଣ୍ଡେ ପଥ ଦେଖାଉଥାଏ ।

 

ସେ ଦିନ ଏହି ଅନ୍ଧକାର ରାତିରେ ଲଳିତା ବଳପୂର୍ବକ ଶୁଭାର ବେଶ ରଚନା କରି ଦ୍ୱାରଦେଶରେ ଅପେକ୍ଷା କରି ରହିବାକୁ ଆଦେଶ କଲା । ଶୁଭା ଆଜି ଏତେଦିନେ ମୁହଁ ଖୋଲି ମନା କରିଛି । ଏ ପ୍ରତ୍ୟୁତ୍ତରରେ ଲଳିତା ଦୃପ୍ତା ସିଂହୀର ତେଜରେ ଶୁଭାର ଅଙ୍ଗ ଅଳଙ୍କାର-ଶୂନ୍ୟ କରି ଗଳା ଧରି ଦ୍ୱାରକୁ ଆଣି ଖୁବ୍ ଯୋରରେଠେଲିଦେଲା-ରାସ୍ତାରେ ମୁହଁମାଡ଼ି କଚାଡ଼ିହୋଇ ପଡ଼ିବାବେଳେ ଅର୍ଦ୍ଧସ୍ଫୁଟସ୍ୱରରେ ଶୁଭିଲା-‘ମାଗୋ’ । ଦୁମ୍‌କରି କବାଟଟା ବନ୍ଦ କରି ଲଳିତା ଘର ଭିତରକୁ ପଶିଗଲା । ବିଜୁଳୀ ଟିକିଏ ବେଶୀ ତେଜରେ କାହିଁକି ଏତିକିବେଳେ ଉକୁଟି ଉଠିଲା । ଜଣେ ପଥୁକୀ ନିକଟବର୍ତ୍ତୀ । କାନରେ ଏ ଶବ୍ଦର ଶେଷାଂଶ ‘ଓଃ’ ଟିକକ ପଡ଼ିଛି । ବିଜୁଳୀଆଲୋକରେ ଚମକି ଠିଆ ହୋଇ ଦେଖିଲେ କିଏ ଗୋଟିଏ ସ୍ତ୍ରୀଲୋକ ଦ୍ରୁତବେଗରେ ଚିତ୍କାର କରି ପଡ଼ିଗଲା । ବୋଧହୁଏସଂଜ୍ଞାହୀନା । ନିକଟରୁ ଶୀଘ୍ର ଖଣ୍ଡିଏ ଗାଡ଼ି ଡାକି ଶୁଭାକୁ ଟେକି ନେଇ ବଡ଼ ଡାକ୍ତରଖାନାକୁ ଚଳାଇବାକୁ ଗାଡ଼ିବାଲାକୁ ବରାଦ ଦେଲା । ଶୁଭା ଏ କ୍ଷଣିକ ପରିବର୍ତ୍ତନ ବିଷୟ କିଛି ବୁଝିପାରିଲା ନାହିଁ; କିମ୍ବା ଗାଡ଼ି ଭିତରେ ତା’ର ଜ୍ଞାନ ଆସିନାହିଁ ।

 

ସେ ରାତିରେ ଯେତେବେଳେ ହକହକହୋଇ ଖଣ୍ଡେ ଘୋଡ଼ାଗାଡ଼ି ଡାକ୍ତରଖାନା ଦ୍ୱାରରେପହୁଞ୍ଚେ ଉପସ୍ଥିତ ଚିକିତ୍ସକମାନେ ସିଦ୍ଧାନ୍ତକଲେEmergency Case (ଆକସ୍ମିକ ଦୁର୍ଘଟଣା)। ଫଳତଃ ତାହାହିଁ । ଯୁବକ ଗାଡ଼ିରଦ୍ୱାରଖୋଲି ଡାକ୍ତରଖାନା ଦ୍ୱାରରେ ଉପସ୍ଥିତ ହେବାମାତ୍ରକେ ଡାକ୍ତରବାବୁଙ୍କ ଠାରୁ ଗୋଟିଏ ଭକ୍ତିପୂର୍ଣ୍ଣ ପ୍ରଣାମ ଭେଟି ପାଇଲେ । ସେ ସ୍ଥାନୀୟ ଅଦାଲତର ଜଣେ ହାକିମ । ସମସ୍ତ ବିଷୟ ବିସ୍ତାରିତ ରୂପେ ଶୁଣି ଚିକିତ୍ସକମାନେ ଶୀଘ୍ର ସେ ସ୍ତ୍ରୀ ଲୋକକୁ ପରୀକ୍ଷା-ଗୃହକୁ ଘେନିଗଲେ । ବାବୁଟି ସେହି ସ୍ଥାନରେ ଶୀତଳ ପବନ ଅପେକ୍ଷାରେ ରହିଥାନ୍ତି । ସ୍ତ୍ରୀ-ଲୋକର ମୁଖାପେକ୍ଷା ମଧ୍ୟ କରିନାହାନ୍ତି । ମନରେ ସମ୍ପୂର୍ଣ୍ଣ ଧାରଣା ଆହତା ରମଣୀ ବେଶ୍ୟା । ହୁଏତ ମଦ ଖାଇ ବା କୌଣସି ବିଶେଷ କାରଣ ନେଇ ଏ ଅବସ୍ଥା ଘଟିଛି । ମସଜିଦ୍‌ଗଳିରେ ଏ ଘଟଣା ଘଟିବା ତ ନୂତନ ନୁହେଁ । କେତେ ଶୁଣା ଅଛି । ବେଶ୍ୟାର ମୁଖାବଲୋକନସତ୍‌ଚରିତ୍ର ଯୁବକର ରୁଚି ଅନୁମୋଦିତ ନୁହେଁ । ତେବେ ସେ ଯେ ହେଉ ବା ଯାହା ହେଉ ବିପଦାପନ୍ନକୁ ରକ୍ଷା କରିବା ମନୁଷ୍ୟର କର୍ତ୍ତବ୍ୟ । ମନେ ମନେ ସେ ସନ୍ତୋଷ ଲାଭ କଲେ ନିଶ୍ଚୟ । ଏ କଥା ଭାବୁ ଭାବୁ ଜଣେ ଡାକ୍ତର ଆସି କହିଲେ ‘‘ନା ସେପରି ବିଶେଷ କ୍ଷତି ହୋଇନାହିଁ। କେବଳ ମାନସିକ କୌଣସି ଗୁରୁ ଭାବନା ଓ ଆକସ୍ମିକ ପତନ ହେତୁରୁ ହଠାତ୍‌ମୂର୍ଚ୍ଛାହୋଇଛି। ତେବେ ଶୀଘ୍ର ଜ୍ଞାନ ଆସିବା ପରି ଲାଗୁନାହିଁ -‘‘ଦେଖେଁ ସକାଳ ପର୍ଯ୍ୟନ୍ତ ଚେଷ୍ଟା କରାଯାଉ , ତା ପରେ ସର୍ଜନଙ୍କୁ ଦେଖାଯିବ’’ । ବାବୁ ପକେଟରୁ ଖଣ୍ଡିଏ ପାଞ୍ଚଟଙ୍କାର ନୋଟକାଢ଼ି ତାର ବିଶେଷ ଚିକିତ୍ସା ନିମିତ୍ତ ଦେଇ କହିଗଲେ :-‘‘ମୁଁ ସକାଳୁ ଆସି ପୁଣି ସମ୍ବାଦ ନେବି, ଆଶା କରେ ରୋଗୀ ସୁସ୍ଥ ଥିବାର ଦେଖିପାରିବି’’ । ଡାକ୍ତର ଧନ୍ୟବାଦ ଦେଇ ରାତ୍ରୀ ପ୍ରଣାମ ଜଣାଇଲେ । ବିଦାୟ ।

 

ଶୁଭା Female word (ଜନାନଇ ମହଲ) କୁ Indoor patient ହୋଇନୀତା ହେଲା । ତେତେବେଳକୁ ତା’ର ଚୈତନ୍ୟ ସଞ୍ଚାର ହୋଇନାହିଁ। ଚିକିତ୍ସକମାନେ ଚେଷ୍ଟାରେ ଲାଗିଛନ୍ତି । ଓ୍ୟାଡ଼ରେରୋଗୀ ସଂଖ୍ୟା ନିତାନ୍ତ ଅଳ୍ପ ନୁହେଁ । ଦୂରଦେଶରୁ ଅରକ୍ଷିତା କେତେ ସ୍ତ୍ରୀ ଲୋକ ନାନା ଯମଯନ୍ତ୍ରଣା ଭୋଗ କରୁଛନ୍ତି । ଶୁଭା ନିକଟରେ ଏକା ଧାଡ଼ିରେ ଆଉ ଜଣେ ସ୍ତ୍ରୀ ଲୋକ ମଧ୍ୟ ଭୀଷଣ ଜ୍ୱରପୀଡ଼ିତା । ତେତେବେଳକୁ ପ୍ରଳାପ କରୁଥିଲା । ନିଜର ପୁତ୍ର କନ୍ୟା ନାମ ଧରି, କେବେ ଭଗବାନଙ୍କ ନାମ ଧରି ପାଟି କରୁଛି । ଅବସ୍ଥା ଯେପରି ଆୟୁ ଶେଷ ପ୍ରାୟ । ‘ବିନୋଦ’ ?-କାହା ନାମ କହୁଛି ? ଏ କ’ଣ ସେ ବିନୋଦର ମାତା ? କିଏ ଜାଣେ ? ସଂସାରରେ କେତେ ବିନୋଦ ଅଛନ୍ତି । ଏ କେଉଁ ବିନୋଦର ମା, ମୃତ୍ୟୁଶଯ୍ୟାରେ ଶେଷ ଦେଖା ମାଗୁଛି, ଏଠାରେ କିଏ ବା ତା କଥାରେ ଉତ୍ତର ଦେବ ?

 

(୬)

Room number 10 [ ଦଶ ନମ୍ବର ଘର ] ଚାଲି ଆସନ୍ତୁ ନା । ଭୋରରେ ତାର ସଂଜ୍ଞା ଆସିଛି ।Light food (ଲଘୁ ପାକ ପଥ୍ୟ) ଦିଆ ହୋଇଛି । ବୋଧହୁଏ ଟିକିଏ ସୁସ୍ଥରେ ବିଶ୍ରାମ ନେଇଛି ।

 

ତହିଁ ପରଦିନ ଖୁବସକାଳ, ଶୁଭା ତା’ର ଅବସ୍ଥା ପରିବର୍ତ୍ତନ କଥା ଭାବୁଛି । କିଏ ତାକୁ ଏଠାରେ ଆଣି ଛାଡ଼ିଛି । ଗୋଟିଗୋଟି କରି ରାତ୍ରିର କଥା-ଲଳିତାର ପ୍ରହାର, ଘୋର ଅନ୍ଧାର, ବର୍ଷା ହେଉଥିଲା, ରାସ୍ତାରେ ଦେଖିଛି ବିଜୁଳି ଚମକ, ଆଉ କିଛି ମନେ ହେଉ ନାହିଁ-ସେହିଠାରେ ଶେଷ ।

 

ତା’ପରେ ? ତା’ପରେ ତ ଏହି ସକାଳ ହେଲା । ଲଳିତା ଘର ତ ନୁହେଁ । ସମ୍ପୂର୍ଣ୍ଣ ଅପରିଚିତ ସ୍ଥଳ । ସେ କେଉଁଠି ?

 

ତେବେ ୟା ପରେ ?-ଭବିଷ୍ୟତ ତ ପୁଣି ଅଛି । ମୁହଁ ଢାଙ୍କି ହୋଇ ଆକାଶରୁ ପାତାଳଯାଏ ଭାବି ଯାଉଛି । ଦୂରରୁ ଶବ୍ଦ ଶୁଭିଲା । କ୍ରମେ ନିକଟରେ ଯୋତାର ଶବ୍ଦ । କିଏ ଜଣେ ଆସୁଛି । ଟିକିଏ ସଙ୍କୁଚିତାହୋଇ ଦେହ ମୁଣ୍ଡରେ ଭଲକରି ଲୁଗା ଘୋଡ଼ାଇ ଦେଲା ।

 

ଦ୍ୱାର ନିକଟରେ ଯେତେବେଳେ ଜଣେ ପଶି ଆସିବା ପରି ଲାଗିଲା, ପଛରୁ ପୁଣି ଜଣେ କିଏ କହିଲା-‘‘ଆପଣଙ୍କର ରୋଗୀ ବେଶ୍‌ ଭଲ ଅଛି ବିନୋଦବାବୁ । ’’

 

ବିନୋଦବାବୁ ? ଶୁଭାର ଏ ସ୍ୱପ୍ନନୁହେଁତ? ଲଜ୍ଜା ଛାଏଁ ଛାଏଁ ଦୂର ହୋଇଗଲା । ମୁଖାବରଣ ହଠାତ୍‌ ଖୋଲି, ଯାହା ଦେଖିଲା, ସେଥିରେ ସେ ନିଜକୁ ନଜେବିଶ୍ୱାସ କରି ପାରିଲା ନାହିଁ । ରାଜ୍ୟର ଦୁଃଖ ସାଗର ଉଛୁଳି ଉଠିଲା । ଦରଉଠାହୋଇ, ଲୁହ ଛଳ ୨ ଆଖିରେ ଲୁଗାଦେଇ ଦେଲା ।

 

ବାବୁଟି ଥକା ହୋଇ ଛିଡ଼ାହୋଇ କହିଲେ-‘‘କିଏ ? ଶୁଭା ? ତୁ ।-

 

ଇତ୍ୟବସରେ ନିକଟସ୍ଥ ଜଣେ ରୋଗିଣୀଉତ୍‌କଣ୍ଠିତ କଣ୍ଠ; କମ୍ପିତ କଳେବରରେ ଭରା ଦେଇ ଉଠୁ ଉଠୁ, ଲୁହ ଗଡ଼ାଉ, ଗଡ଼ାଉ, କୋଳ କରିବାକୁ ହାତ ବଢ଼ାଇ କହିଲା-‘‘କିଏ ରେ ବାପ ! କାହା ନା ? କିଏ କଥା କହିଲା ? ମୋବିନ ! ମୋ ଶୁଭା !

 

ରାଜନୀତି କାରଖାନା

ଦାସେ ତ୍ରିକାଳଜ୍ଞ । ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତିନିପୁରର ଆଗତ ଭବିଷ୍ୟ ଖବର ତାଙ୍କ ଇଞ୍ଜିନ୍‌ଧୂଆଁର କଳା କଟ କଟକୋଟ ଖଣ୍ଡକର ଦୁଇପାଖ ଭଦ୍ର ଅଣ୍ଟିରେ ଭରା । ସେଥିରେ ପାଖକେ ମୁଢ଼ୀ ଅଛି, ପିଆଜ ଅଛି, ଲଙ୍କାମରିଚ ଅଛି, ତାଙ୍କ ଶ୍ୱଶୁରଘର ବନା ନିଭିଖଞ୍ଜାପାନଖିଲି ଅଛି; ଖଣ୍ଡେ ଅଧେ ଡାକଘର ବରାମଦି ତମର ତାର ଚିଠିଅଛି । କଳା ଧଳା କନା କବଟା ଅଛି, ଭଙ୍ଗା ଛୁଞ୍ଚିଟେ, ପେଚକଶ, ଘଡ଼ିରସ୍ପ୍ରିଙ୍ଗ୍‌, ଛିଣ୍ଡା ବହିବନ୍ଧାଚମଡ଼ା; ବଜାରଝାଡ଼ୁ, ଡିହ କୁତାରରୁମଗୋଟା କେତେ, ଖଣ୍ଡେକେତେ ଆଜିକାଲିକା ସଙ୍ଗୀତ ’ଖାରିୟାଖଡ଼ା’ ପର୍ଯ୍ୟନ୍ତ-ନାହିଁ କଣ ?

 

ଆର ପାଖରେ ପୁଣି ଖଣ୍ଡିଆ ବିଡ଼ିଅଛି । ଗୋଟେ ଛୋଟବୋତଲ ଅଛି, ଦରଭଙ୍ଗା ଗ୍ଳାସ ଅଛି, ଡିମା ଡିମା ଦି’ଟା ଆଖି ଅଛି, ମୁଣ୍ଡର ଖଇରା ଖଇରା ଚୁଟି ଲାଗି ପୋମେଟମ ଅଛି; ପଞ୍ଜାବୀ, ଉର୍ଦ୍ଦୁ ଖଣ୍ଡକେତେ ବହିଅଛି । ଆଉ ଅଛ-ତୁମେ, ମୁଁ, ସେ, ଘରଦ୍ୱାର, ଦିଅଁ ଦେଉଳ;-ସବୁ-ସବୁ ବୋଇଲେ ଜଗତର ଯାବତ ତାବତ୍‌, ଇଷ୍‌ତିଷ୍‌ଭଟ୍ଟ ଅମଳର ତାଙ୍କ ତନ୍ତୀ ତୁଳାଭିଣା ତାମୁଳୀଘରର ସଜ ପର୍ଯ୍ୟନ୍ତ-ନାହିଁ କଣ ?

 

ଦାସେ ମୂର୍ଖ ବୋଲି ଯେ କହେ ସେ ଗଜମୂର୍ଖ । ସେ ଜଣେ ଦଶ ବାରଟଙ୍କା ବେତନ ଭୋଗୀକୁଲିସର୍ଦାର, ଇଞ୍ଜିନ ଘରଟପ କନବିସ ରଜା । ତାଙ୍କୁ ଯେ ନୀର୍ଦ୍ଧନବୋଲି କହେ-ସେ ଦରିଦ୍ର । ଦାସଙ୍କ ବାପେ ଜଣେ ଅଦାଲତ ପିଆଦା ବାବୁ, ଜଳ ଅସ୍ପର୍ଶ୍ୟ ଜାତି-ଏଥିରେ ତାଙ୍କୁ ଭଦ୍ରବଂଶଖାନଦାନଘର ଛୁଆ ବୋଲି ଯେ ନକହେ ସେ ନିତାନ୍ତ ଛୋଟଲୋକ ।

 

ବୁଢ଼ୀ ମା କହିବା ପରି ତାଙ୍କର ଦୁବ ଦ୍ୱାରୀ ଘର, ଅଚଳନ୍ତି କଂସା, ଆଉ ଗଣ୍ଠି ଗଣ୍ଠିଆ ପାଟ । ଏକା ଶିଙ୍ଘକେ ପର୍ବତ ତାଡ଼େ;-ଦାସେ ଜଣେ ପିଲାବେଳେ ଶୀତ ଦିନିଆଁଉହ୍ମେଇ ପାଖ-‘ମି, ମି, ବା ମାଣିକ ରଜା’ ବାକି ଶିଙ୍ଘ ନଥାଇ ନିଜେ ଗୋଜା ।

 

ଚୋରୀ କରନ୍ତି ସିନା-ସେ’ଟା ୟା ତା’ ଘରୁ ଲୁଗାପଟା ଖଣ୍ଡେ, ହାଣ୍ଡିରୁ ଭାତ ଡାଲି ମୁଠାଏ, ହେଲେ ଡିମ୍ବ ତିଅଣ କି ଆଇଁଷରେ ଲେଖା ? ଏ କି ଚୋରାରେ ଯାଏ ?

 

ଯାହାର ଖା’ନ୍ତି ତାହାର ଦୁର୍ଗୁଣ ଗା’ନ୍ତି । ଖାଇବାତକ ଶ୍ରଦ୍ଧା, ଆଦର, ଟେକାଟେକି, ମୁଣ୍ଡ ସୁନ୍ଦର, ଗଣ୍ଡି ସୁନ୍ଦର-ସବୁଭଲ । ପଛରେ ଖାଲି ମୁହଁ ପୋଛିଦେଲେ-ଆଉ ଲାଙ୍ଗୁଡ଼ ହେଲେ ନାହିଁ । ଏଇଟା ତାଙ୍କର ନିମକହରାମୀ ନୁହେଁ । ବରଂ ସେ ସ୍ପଷ୍ଟବାଦୀ ।

 

ମିଛ କହନ୍ତି କୁଆଟେ ଉଡ଼ିଲେ ଛୁଆଟେ-ଏଇ ତ ? ବେଶୀ କ’ଣ ହେଲା ? ତାଙ୍କର ତ ଏଟା ବଂଶ ଗରିମା । ଆଉ ଖୁସାମତ ଏ ଯୁଗରେ ବା ନ କରୁଛି କିଏ । ଜଣେ ଅଧେ ରଜା ବାକୀ ନ କରନ୍ତି ବୋଲି ତାଙ୍କ ରାଜବାଡ଼ୀ ଭିତରେ ଶ୍ୱେତଚର୍ମଧାରୀଙ୍କ ଅନୁପସ୍ଥିତରେ ଆମ ଆଗରେ କହନ୍ତି । ମାତ୍ର ସତ୍ୟ ମିଥ୍ୟାତ ତାଙ୍କ ମନ ବୁଝୁଥିବ । ବଡ଼ଲୋକ ସେ, ତାଙ୍କୁ କି ଏ ଛୋଟ ତୁଣ୍ଡରେ କହି ଯୋଗାଏ ? ଆମେ ସବୁ ସିନା ରଜା ବୋଲି ଭକ୍ତି କରୁଁ, ସେ ଦେବତାଙ୍କ ବଡ଼ ବାପା ବୋଲି ଡାଲା ଅମୁଣିୟା ବାଢ଼ନ୍ତି । ଖୁସାମତ ଶବ୍ଦଟା ତଳପାହାଚକୁ ଲେଖା । ସେ ତ ଉପର ପାହାଚ । ତାଙ୍କ ଉପରେ ଦୁନିଆଁରେ କେହି ନାହିଁ । ତାଙ୍କ ଉପରେ ଏକା ସେ । ତାଙ୍କୁ ରୋଗ, ଶୋକ, ତାପ କିଛି ବାଧିବ ନାହିଁ-ଅଜର, ଅମର-ଯମରାଜାଙ୍କ ଗେହ୍ଲା ପୁଅ ।ଛାଡ଼ ସେ ବଡ଼ ୨ଙ୍କ କଥା । ଦାସେ ଆମର ଏଇଥିରୁ ଫାଳେ ।

 

ସେ ସବୁ ଅଂଶରେ ରଜାଙ୍କ ସଙ୍ଗରେ ସମାନ ହେବେ ବୋଲି ପିଲାଟି ଦିନରୁ ଇଚ୍ଛା । ରଜା ମଟର ଚଢ଼ିଲେ, ଦାସଙ୍କ ପିଲାଦିନ ଫାଳେ ଚକଭଙ୍ଗା ବାପା ଚୋରାଇ ଆଣିଥିବା ପାର୍ଶଲ ଭଙ୍ଗା କିରାସିନୀ ବାକ୍ସଟା ଘଡ଼ଘଡ଼ କରି ଟାଣିନେଲେତ ହେଲା ।

 

ଯେତେବେଳେ ଦାସେ ଖଣ୍ଡେ ପାଶ୍‌କରି, ନିଶରେ ଘିଅ ହାତ ଟା ମାରି ତାଙ୍କ ଘରେ ଚଉଦ ପୁରୁଷରୁ ନଥିବା କଥାଟାଏ କଲେ, ତାଙ୍କ ବାପା ସ୍ୱଦେହରେ ପିଣ୍ଡ ପାଇଲେ । ପୁଣି ଚନ୍ଦନ ଉପରେ ସିନ୍ଦୂର ଟୋପି ପରି ଦାସେ ଦଶବାର ଟଙ୍କାର ଖଣ୍ଡେ ଚାକିରୀ କରି ତାଙ୍କଠାରୁ ବଡ଼ ପାଠୁଆ ‘ତିଳେଇ ମହାପାତ୍ରଙ୍କ’ ସଙ୍ଗେ ସମାନ ହୋଇ ଦାଣ୍ଡରେ ଚଢ଼ୋଉ ପିନ୍ଧି, ବଙ୍କା ଗୋଡ଼ ସଳଖି ପକେଇ, କୁଜାପିଠି ସୋଜା କରି ମନିଷ ପରି ଛିଡ଼ା ହେଲେ ସେତେବେଳେ ବାପାଙ୍କ ଲାଗି ସାତଗୋଡ଼ିଆ ଗୋଟାଏ ଶିଡ଼ି ବଇକୁଣ୍ଠକୁ ପଡ଼ିଗଲା । ଦିଗୋଡ଼ଲମ୍ବାଇ ଦେଇ ଏଥର ସେ ସ୍ୱଦେହରେ ସ୍ୱର୍ଗବାସ କରିବେ ।

 

ଦାସେ ଖଣ୍ଡିଆପଡ଼ା ଭିତରେ ଜଣେ ଛୋଟଖାଟ କବିରାଜ । ମେସ୍‌ମେରିଜମ୍‌, ଦିପ୍‌ନୋଟିଜମ୍‌ରୁ କାଣ୍ଡିଏ ଜଣା, ତୁଟୁକା ତୁଟୁକୀ ସାପ ବେଙ୍ଗ କରି କିଛି ବି ମାଲୁମ ! ବିଶେଷତଃ ଏବେ ଜଣେ ମାଷ୍ଟରଠାରୁ କିଛି ବି ଶିଖୁଛନ୍ତି । ଥିରେ ଢୋକଗିଳା କଂସା-କାମୁଡ଼ାଙ୍କ ଘରେ କିପରି ଗର୍ବ ଆସେ, ଦୃଷ୍ଟାନ୍ତର ତ ଅଭାବ ନାହିଁ । ଦାସଙ୍କୁ ପୁଣି ମିଉଜିକ୍‌ଜଣା । ଥିଏଟର ନାଚର ଏକ, ଦୁଇ, ତିନି ଜଣା, ତାଙ୍କର ‘ଦ୍ରୁପଦୀ’ ପାର୍ଟର ବିବସନ ବେଳେ ଆଖିମିଟିକା ଦେଖି ମୋର ସେ ଦିନ ସତେ ଭ୍ରମ ହେଲା । ତାଙ୍କୁ ଅଜଣା କି କଥାଟା ତେବେ ?

 

ସର୍ବଗୁଣସମନ୍ୱିତ, ସକଳକଳାବିଦ୍ୟା-ସାଧକ ଦାସେ, ଏଥିରେ ରାଜନୀତି କାରଖାନା ସଙ୍ଗେ ମେଳ ରଖିବାକୁ ଚେଷ୍ଟା କରିବାଟା କି ଅନ୍ୟାୟଟେ ହେଲା ? ଦାସଙ୍କର ଆଜିକାଲି ଡିଉଟିବକତ ସଞ୍ଜେ ସଞ୍ଜେ ପଡ଼ୁଛି । ସକାଳୁ ପହଡ଼ ଭାଙ୍ଗୁ ଭାଙ୍ଗୁ ଦିନ ନଅଟା । ଏ ଉଛୁରୁ ଉଠିବାଟା ରାଜନୀତିର ପହିଲି ଅବକାଶ । ତା’ପରେ ଶ୍ରୀମୁଖ ପଖାଳି, ଦାଣ୍ଡପାଖ ଖଣ୍ଡିଆ କାନ୍ଥି ତଳେ ବସି, ରାଜାଙ୍କ ପାଖ ଚାକରମାନଙ୍କୁ ଜଣଜଣ କରି ପଚାରୁଥାନ୍ତି-‘ହଇରେ ଶ୍ୟାମ ! ରଜାଙ୍କ ସମୟ କ’ଣ ?’

 

‘ଦାନ୍ତୁଆଣି ବଢ଼ୁଛି।’

ଦାସେ ଜାଣନ୍ତି, ଦେଖିଛନ୍ତି ମଧ୍ୟ; ଦାନ୍ତକାଠି, ବୁରୁଶ, ଅଙ୍ଗାର ଗୁଣ୍ଡ ଆଉ ପେଷ୍ଟରେ ରଜାଙ୍କ ଦାନ୍ତୁଆଣି ବଢ଼େ।ଦୌଡ଼ିଯାଇ ନିଜେ ନିଜେ ଆଇନାଟାଏ ଆଗରେ ଥୋଇ, ଡିମା ଡିମା ନାଲି ଆଖିରେ ବଡ଼ବଡ଼ ୩୨ଟା ଦାନ୍ତ ଦେଖି, କୋଇଲା-ଗୁଣ୍ଡି ପେଷ୍ଟରେ ମହୁଲ ଦାନ୍ତକାଠି ବ୍ରୁଶ୍‌ରେଝଟ ଦାନ୍ତୁଆଣି ବଢ଼ାଇ, ପୁଣି ଦୁଆରେ ଯିବା ଆସିବା ଲୋକଙ୍କୁ ଅପେକ୍ଷା କରି ବସିଥିବେ । ଜଣେ କେହି ଗଲା ତ-ପଚାରିଲେ ‘ରଜାଙ୍କ ସମୟ ?’

 

‘ଶୀତଳ ଠା’ ।

ଦୌଡ଼ିଯାଇମୁଢ଼ୀ ପିଆଜ ଉପରେ ଯବରଦସ୍ତ ନିରାଶିଆ ଚୋଟ ବଜାଇଲେ । ଥିଲେ ତ ଉତ୍ତମ, ନଥିଲେ ମା, ଭଉଣୀଙ୍କ ପିଠିରେ ଶ୍ରୀହସ୍ତ ସୁଖ କରି ଆଦାୟ କରିନେବେ । କଂସାଖଣ୍ଡପଡ଼ିଶାଘରେ ବନ୍ଧା ପଡ଼ୁ ପଛେ, ରାଜନୀତି ବନ୍ଦ ହେଲେ ନ ଚଳେ । ଶ୍ୱଶୁର ଘର ନିତି ଦାସଙ୍କୁ ପାନ ଯୋଗାନ୍ତି।ପାଖଘର।ଶ୍ୱଶୁର, ଶାଶୁ, ଆଉ ଦ୍ୱାଦଶବର୍ଷୀୟା ଦାସ-ରାଜ-ମହିଷୀ;-ସମସ୍ତେ ସଦର ଦାଣ୍ଡର ପାନଖିଲିଦୋକାନର ମାଲିକ । ବିଡ଼ିଆନାଗିବଢ଼ିବା ଶେଷ । ଦାସେ ପୁଣି ଯଥାସ୍ଥାନରେ ଅପେକ୍ଷାରେ ବସି ରହିଲେ ।

 

ଯେତେବେଳେ ଦାସେ ଶୁଣନ୍ତି ରାଜା କଚେରୀରେ ବିଜେ; ରୁଣ୍ଡା ରୁଣ୍ଡି କରି ତାଙ୍କ ଗୁହାଳଘର ଭଙ୍ଗା କାଠଘୋଡ଼ାଟାରେ ବରଜା, ସୁରେନ୍‌, ତ୍ରିଲୋଚନ, ବୈଷ୍ଣବ ଛୁଆ ଗୌର, ଗୋଟିଆ ସାଉଁଟିଆ ବାବୁ-ହରିସିଂହ ଇତ୍ୟାଦି ଇତ୍ୟାଦି ଯାବତ କର୍ମକୁଢ଼ୀପଞ୍ଝାଙ୍କୁ ଖୋଜାଖୋଜି କରି ମିସଲ ଜମାଇ ବସନ୍ତି । ତୁମ ନାମରେ ବେନାମୀ ନୋଟିସ ଲେଖା, ପିୟନକୁ ଘୁଷ୍‌ଦେଇ ତା’ର ଡାକଘରୁ ଚିଠି ଆଣି ଗଡ଼ପ କରିବା, ଆଉ ବାଜେ ମାର୍କା ଗଳ୍ପ ଲେଖିବା ଇତ୍ୟାଦି ନଥୀ ଚର୍ଚ୍ଚା ଆରମ୍ଭ ହୋଇ ଶେଷ ହେଉ ହେଉ ଦିନ ଦୁଇ । ତା’ ପରେ ଖବର ନେଲେ, ‘ରଜାଙ୍କ ମାଜଣା’ । ପାଖରେ ପୋଖରୀ । ହିମସାଗର ପରି ଦିବ୍ୟ ଶୀତଳ ଜଳ । କରଞ୍ଜ ତେଲ ତ ଅଛି । ପୋଖରୀର ପଥର ପାହାଚରେ ଶ୍ରୀପାଦ ଭଲ କରି ଘସିବୁଡ଼ି ଆସି ବେଦାନ୍ତୀ କାଠଫାଳ ପାନିଆଁରେ ଶ୍ରୀମୁଣ୍ଡ କୁଣ୍ଡାଇ, ବାଗେଇ କରି ଟେରୀଟା କାଟି ଠା’ରେ ବିଜେ । ସେଇଠୁ ‘ପହୁଡ଼’ । ଭାଙ୍ଗିଲା ବେଳକୁ ଚା’ର। ବାହାରକୁ ବୁଲି ବିଜେ କରି ତମ ନା, ତା’ ନାରେ ଦୁଇଚାରି କଥା ଗାଇଲେ । ହେଲା ସଞ୍ଜ । ମନେ ପଡ଼ିଗଲାଗୋଲାମୀ। ରାଜଶ୍ରୀ ନିଶା ତୁଟିଗଲା । ପଖାଳ ପେଟେ ଠୁଙ୍କି ଦେଇ ଫେର ଇଞ୍ଜିନ୍‌ଉପରେ ରଜା । ସାଙ୍ଗ ଭାଇ ଜଣେ ଅଧେ ସେଠିକି ଗଲେ ତାଙ୍କ ଆଗେ ଏ ପେଚ, ସେ ପେଚ ଟିପି ଫୂର୍ତ୍ତିର ସୀମା ନାହିଁ । ପୁଣି ସେହିଠାରେ ଇଞ୍ଜିନ୍‌ଧଡ଼୍‌ଧଡ଼୍‌ତାଳ ସଙ୍ଗେ ଭେକ ସ୍ୱର ମିଳାଇ ଦାସଙ୍କର ଭାବଲହରୀ ଉଛୁଳି ପଡ଼େ ।

 

ଗା’ନ୍ତି - ‘ଫେରି ନଯାଅ ନଯାଅପରାଣ ସଖା !

‘ଆଜି’ ବହୁତ ଦିନରେ ପାଇଛି ଦେଖା ।’

କେବେ ବା ଆନନ୍ଦ ମାତ୍ରା ବଳି ପଡ଼ିଲେ ଢିଙ୍କିକୁଟା ପରି ଗୀତ ସଙ୍ଗେ ୧, ୨, ୩ ବି ମନେପଡ଼େ।

 

ଡିଉଟି ସାରି ଫେରିଲା ବେଳକୁ ଦୁଇଟା । ‘ଶୟନଂ ହଟ୍ଟ ମନ୍ଦିରେ’ । ଭୋରକୁ ପୁଣି ଘରକୁ ଯାଇ ରାଜନୀତି ମନେ ପଡ଼େ । ଛିଣ୍ଡା ମୁନ୍ଦୁରା ପଡ଼ି ଆଠଟା ବେଳଯାଏ ରାଜନୀତି ଅନୁସାରେ ଏଇଟା ‘ଗଧ ପହଡ଼’ ।

 

ଯେପରି ହେଉ ଜଣେ କାହାରି ପିଛା ଧରିବା ଦାସଙ୍କର ଅଭ୍ୟାସ । ବିଶେଷତଃ ଯା’ର ଦିନେ ଖାଇଥିବେ ତା’ର କୁତ୍ସାରଟନା କରିବାକୁ ଅଧିକ ତତ୍ପର । କାମବକତରେ ସେ ଯେ ଦାନ୍ତରେ କୁଟା ହୋଇ, ଗୋଡ଼ ଧରି ହାତ ଧରି, କୋଶେ ବାଟରେ ତାଙ୍କ ସାଇମୁଣ୍ଡନଈକୂଳକୁବୋଲି ନ ଗୋଡ଼େଇବେ ଏମନ୍ତ ନୁହେଁ । ମାତ୍ର ମୁହଁ ପୋଛିଦେବା ପ୍ରକୃତିଟା ତା’ର ସହଚର । ଥରେ ବୁଲିପଡ଼ି ଫେରି ଚାହିଁଲେ ଦାସେ ଆଉ ତମକୁ ଚିହ୍ନିପାରିବେ କି ନାହିଁ ସନ୍ଦେହ । କେତେଥର ସେ ଅନ୍ୟାନ୍ୟ ପିଲାଙ୍କଠାରୁ କଥାପଦେ ପାଇବାକୁ ବଡ଼ ବଜାର ପେଟା ଗୁଡ଼ିଆ ଦୋକାନରେ ତାଙ୍କୁ ବହୁତ ଶିଙ୍ଘଡ଼ା ଦେଇଛନ୍ତି, ପଛେ ପଛେ ଗୋଡ଼େଇଛନ୍ତି, ଗୋଡ଼ଘସିଛନ୍ତି, ସବୁ ହେଇଛି । ଫେର ତାଙ୍କ ଚିଠି ଚୋରୀ ବି କରିଛନ୍ତି, ବେନାମି ଖେଳ ବି ଖେଳିଛନ୍ତି । ଏଥିରେ ତାଙ୍କୁ ନିମକହରାମ କହିବାଟା ଅପରାଧର ଶେଷ ସୀମା-ନିଶ୍ଚୟ । ପରଲାଗି ପେଚ ଖେଳି ଧମକାଧମକି କରି, ଥରେ ଅଧେ କାହାରି କାହାରି ଉପରେ ସେ ଟଙ୍କା ତାଗଦାରେ ନୋଟିସ ଜାରି କରିବା ପର୍ଯ୍ୟନ୍ତ ଛାଡ଼ି ନାହାନ୍ତି । ତାଙ୍କ ମନେ ମନେ ଜଗତରେ ସେ ଏକା ସିହାଣା । ଯଥା :-‘କାକା’ ରାଜନୀତିର ବଳ ତ କ’ଣ ଥଟା ?

 

ରାଜ ପରିସଦ ଜଣେ କେହି ରସିକ ଏହି କଥାଟାର-ଏ ରାଜନୀତିର କେତେକ ଦିନ ନିତ୍ୟ ଲକ୍ଷ ରଖିଛି । ଯିବା ଆସିବା ବେଳେ ଦାସେ ପଚାରିବେ-‘ସମୟ’ ? ସୁଖରେ, ଦୁଃଖରେ କେବେ ବା ଗାଳି ଖାଇ, ଧମକ ସହି ସେ ବିଚାରା ମନକଷ୍ଟରେ ଫେରୁଥିବ, ବେଳ ଗୋଟାଏ ଦି ଟା, ପେଟରେ ଭୋକ, ସେତିକିବେଳେ ପଛରୁ ଶୁଣିବ ‘ସମୟ’ । ମୁଣ୍ଡଟା ବଡ଼ବିଗିଡ଼ି ଯାଏ । ଭାବି ଭାବି ଦିନେ ଏକ ଉପାୟ ଠିକ୍ କଲା । ଖରାଦିନ, ବୈଶାଖ ମାସ, ପ୍ରାୟ ଏଗାରଟା ବେଳ ହେବ, ତଳ ତାତି, ଉପର ତାତି । କାନିରେ ଗୁଡ଼ିଏ ଭାଲିଆ ବାନ୍ଧି, ନସର ପସର ହୋଇ ରାଜବାଡ଼ୀ ଆଡ଼କୁ ଧାଇଁଛି । ଦାସେ ତେତେବେଳକୁ ତା’ଙ୍କ ଖଣ୍ଡିଆ କାନ୍ଥି ତଳ ରାଜଗାଦୀରେ ନିମ୍ବଗଛ ଛାଇରେ ବସିଥିଲେ । ପଚାରିଲେ ‘କିଓ ମରଦନିଆଁ ! ଏଡ଼େ ଦିପହରେ ତରତର ହୋଇକୁଆଡ଼େ ?’

 

ମରଦିନିଆଁଫେରିପଡ଼ି କହିଲା-ଜାଣି ନାହିଁ କି ଦାସେ ! ଆଜିପରା ରାଜାଙ୍କର ଟାଙ୍କ ଭାଲିଆ ଲାଗି ବଢ଼ିବ।

‘କଣ, କଣ’ ? ଦାସେ କଥାଟାର ଅର୍ଥ ବୁଝି ପାରିଲେ ନାହିଁ ।

 

କ’ଣ କି ? ଛାମୁ ଶ୍ରୀପୟରରେ ଟିକିଏ ବାୟୁପ୍ରକୋପହୋଇଛି ଯେ, ବୈଦ୍ୟ ବତାଇଛନ୍ତି ଭାଲିଆ କାଟି, ଗରମ ଗରମ ନାଗୀ ବଢ଼ିଲେଘୋଳା ବିନ୍ଧା ଉଣା ହୋଇଯିବ। ଆଉ ମଧ୍ୟ ଶ୍ରୀପୟରରେ ବଳ ହେବ ।

 

‘ଦୁଇ ପାଦରେ ନାଗିବଢ଼ିବ?’

‘ଆଉ କଣ ପାଦକେ ହୁଅନ୍ତା ତେବେ ? ବାକି ଗରମ ଦିନ ବୋଲି ଆଜି ଡାହାଣ ପାଦରେ ବଢ଼ିବ। ଆଉ ଦିନ ଦୁଇଚାରି ଗଲେ ବାମପାଦ।’

 

‘ଏଥିରେ କଣ ପାଦରେ ଦମ୍ଭ ଆସିବ ? ଗୋଡ଼ଘୋଳାବିନ୍ଧା ଭଲ ହେବ ?’

‘ମ, ଦେଖୁଛ ରାଜବୈଦ୍ୟ ବତାଇଛନ୍ତି । ମୁଁ ନ ହେଲେ ଖୋଜିଖୋଜି ଭାଲିଆ ନେଇ ଏ ଦିପହରେ, ଏଡ଼େପୋଡ଼ିରେ ଯାଉଥାନ୍ତି ? ହଉ ହଉ ମୁଁ ଯାଏ, ତେବେ ଉଛୁର ହେଲାଣି’ କହି ମରଦିନିଆଁ ଟିକିଏ ତରତର ଭାବ ଦେଖାଇଲା ।

 

ଦାସେ ଆହୁରି ଉତ୍କଣ୍ଠିତ ଭାବରେ ଉଠିପଡ଼ି କହିଲେ-‘ମରଦନିଆଁ’ ! କହିବାକୁ ତ ବଳ ପାଉ ନାହିଁ ରଜାଘର କଥା । ମୋର ସେଇମିତି ହେଉଛି ହେ।ସାଇକଲଟା ବାଜି ଏଇ ଡାହାଣ ଗୋଡ଼ଟା ଏମିତି ଘୋଳାବିନ୍ଧା କରୁଛି ଯେ, ଆଉ ନକହ । ମୋତେ ସେଥିରୁ ଦିଗଣ୍ଡା କିପରି ମିଳନ୍ତା ?

 

‘ଯାଃ, ସବୁଥିରେ ତୁମର ଲୋଭ। ହଉ ନିଅ, ଔଷଧ ତ ମନା କରିବାର ନୁହେଁ’ । ମରଦନିଆଁ ଗଣ୍ଡା ଚାରି ଭାଲିଆ କାଢ଼ିଦେଇ ଆନନ୍ଦ ମନରେ ଚାଲିଗଲା । ବାଟରେ ଦାଣ୍ଡର ଅଳିଆ ଗଦାରେ କାନିବନ୍ଧା ବାକି ଭାଲି ଆତକ ଫୋପାଡ଼ିଦେଲା ବେଳେ ପେଟେ ହସିଛି ।

 

ଏଣେ ଦାସଙ୍କ ରାଜନୀତି କାରଖାନା ଲାଗିଲା । ବେଗେ ଘରକୁ ଯାଇ କାନ୍ଥାଟା ପାରି ଦେଲେ । ଭାଲିଆ ସବୁ ଫାଳ ଫାଳ କରି କାଟି ଗରମ ଗରମ ଡାହାଣ ନଳିଗୋଡ଼ରେ ସେକ ଦେଲେ । ‘ଟାଙ୍କ ଭାଲଆନାଗିବଢ଼ିଲା’ । ଏକେ ଭାଲିଆ, ତହିଁରେ ଗରମ । ଉପର ଓଳିକି ଫୋଟକା, ତା ପରଦିନ ଘା, ପୂଜ ପାଣି ଧାର ଧାର।

 

ଦିନ ଦୁଇ ଚାରି ପରେ ରଜା ଏ କଥାଟା ଶୁଣିଲେ । କୌତୁହଳୀ ହୋଇଲୋକ ପଠାଇ ବୁଝିଲାବେଳକୁ ଦାସେ ପରା ଅଧାପ୍ରାଣ !

 

ମଲେ କି ଗଲେ କେଜାଣି ?’

 

ପ୍ରେମଯୋଗୀ

ସେଦିନ ଶୁକ୍ଳ ପକ୍ଷର ଦଶମୀ ହେବ । ଠିକ୍ ତିଥିଟା ମନେ ପଡ଼ୁନାହିଁ । ରାତି, ସେଇନେ ଘଣ୍ଟା ବାଜିଲା ୭ଟା-ବେଳ ରତ ରତହୋଇ ଆସୁଛି । ମୋଟେଗୋଟିଏ ତାରା ଦେଖଣାହାରିଙ୍କ ଠାରୁ ‘ମନିଷମରା’ କଳଙ୍କଟା ନେଇ ଥରେ ଥରେଆଖି ମୁଦି ଦେଲାଣି । ଲାଜତ ପୁଣି ସମସ୍ତଙ୍କର ଅଳ୍ପ ବହୁତ ଅଛି । ମିଛଟାରେଗୋଟାଏ କଳଙ୍କ ପଶରା ମୁଣ୍ଡରେ ନଦିଦେଲେ କିଏ ଦୁଃଖିତ ନ ହେବ ଭଲା ?

 

ଖରାଦିନଟା, ଜମା ବର୍ଷା ନାହିଁ । ଭାରି ଗରମ ପଡ଼ିଛି ।ଦିନଯାକ ଝାଞ୍ଜି ବହୁଛି । ସଞ୍ଜ ଲାଗିଲେ ଟିକିଏ ଥଣ୍ଡା ପବନ ଦେହରେ ବାଜି ଅମୃତ ପରି ଲାଗୁଛି । ଜହ୍ନ ଉଇଁ ଆସିଲାଣି । ଗଳିଭିତରେ ସେ ଛୋଟ ଘରଟିରେ ବାହାର ପାଖକୁ ଖଣ୍ଡିଏ ଛୋଟ ଝରକା, ଖୋଲା ଝରକାଟା । ସେ ବାଟରେ ଚୋରପରି ଚନ୍ଦ୍ରର କିରଣ ଘରଭିତରେ ପଶି ଗୋଟିଏବି ରହିଣୀ ଫୁଲକୁମାରୀର ମନ ଭିତରର ଛବି ଦେଖି ମୁରୁକିହସା ମାରୁଛି ।ଛଳ ଛଳଦୋ’ଟିକରୁଣ ଆଖି । ମର୍ତ୍ତ୍ୟରେ ବଡ଼ଦୁର୍ଲ୍ଲଭ । ଯେ ଦିଖିଛି-ଦେଖାତ ନୁହେଁ କେବଳ, ଏକାବେଳେ ମନପ୍ରାଣ ବିକି ଦେଇ ଭୁଲିଛି । ସୁନ୍ଦର ଗୌରାଙ୍ଗୀ, ଅଳ୍ପ ଉଚ୍ଚ, ମଧ୍ୟଭଳି ଦେହ, କେଡ଼େ ସୁନ୍ଦର ଯେ ତା’ର ବାହୁ ଦୁଇଟିର ଗଢ଼ଣ, ମୁଁ ସାମାନ୍ୟ ଲୋଖନୀରେ ଚିତ୍ର କରିପାରିବି ନାହିଁ । ତେବେ ଏତିକି ହୁଏ, ମନଟା ତାକୁ ଦେଖିଲେ କିପରି ଏକ ସ୍ୱର୍ଗୀୟ ଆନନ୍ଦରେ ଦଣ୍ଡକରେ ମାତି ଉଠେ । ଜାତିକୁଳ, ମାନ ମହତ୍ୱ, ଆତ୍ମପର-ସବୁ ଭୁଲି ଯାଏଁ ।ବଡ଼ ଲଳିତ ସେ ହସ ଟିକକ ତା’ର । ଛୋଟ ଓଠଟିର କ୍ଷୀଣ ହସ ରେଖାଟି ଯେମିତି ଚନ୍ଦ୍ରରେ ସୁଧାକିରଣ ।

 

ଯୌବନର ପ୍ରଥମ ପବନ ବହିଛି, ତଥାପି ଉଦାସୀନ । ଅନେକ ସମୟରେ ଦେଖାଯାଇ ଥାଏ, ଏପରି ଉଦାସୀନତା ଭିତରେ ଲୁଚକାଳି ଖେଳି ଗୋଟାଏ ପ୍ରେମ-ପବନର ଜୁଆର ବହୁଥାଏ । ଆଉ ତା’ର ଭଟ୍ଟାବେଳେ ଗୋଟିଏ ଉଦାସୀନତା ଆସେ । ସୁନ୍ଦରୀର ସେଇକଥା ଘଟିଛି ପରା ? କାହିଁକି ନା ?-ହସୁ ହସୁ ହସଟା ରହିଯାଏ, ଅଧ ଅଧ ହସରେ ଓଠଟି ଟିକିଏ କମ୍ପିଉଠେ, ଉଜ୍ୱଳ ଆଖିଦୋଟି ଅଳ୍ପ ମେଘଢଙ୍କା ଚନ୍ଦ୍ରର ଶୋଭା ଛଡ଼ାଇ ନିଏ । ଜାଣି ନାହିଁ, ଅନୁଭବ କରିନାହିଁ, ଏ କି ପ୍ରକାର ନିଶା ! ମାତ୍ର ଦେଖି ଦେଖି ବୁଝୁଛି ସବୁପ୍ରକାର ମାଦକଠାରୁ ଏ କାଦମ୍ବରୀ ମନୁଷ୍ୟକୁ ବେଶୀ ଘାରେ । ଏ ନିଶାରେ ଛାତିଫଟା ଅଛି, ମରମ କଥା ବାନ୍ତିହୁଏ, ସୁଖ କଳ୍ପଣା ମୁଣ୍ଡ ଧରେ, ଅନିଦ୍ରାରେ ଆଖି ଜଳେ, ରୋଗୀ ଉନ୍ମାଦ ହୁଏ ! ଡାକ୍ତର ବୈଦ୍ୟ ବା କବିରାଜ କେହି ଏ ପର୍ଯ୍ୟନ୍ତ ୟାର ଓଷଧ ଠିକ୍ କରିପାରି ନାହାନ୍ତି । ପାଶ୍ଚତ୍ୟ ଜାତ ସବୁ ରୋଗର ବୈଜ୍ଞାନୀକ କାରଣ ଆଉ ତା’ସଙ୍ଗେ ସଙ୍ଗେ ଔଷଧ ପ୍ରକରଣ କରି ପାରିଥିଲେହେଁ ଏ ରୋଗର ପ୍ରତିକାର କେବଳ ରୋଗୀରମନଛଡ଼ା ଆଉ କେହି ବତାଇ ପରିବେକି ନାହିଁ କେଜାଣି ! ହୁଏତ ରୋଗୀରମନଜାଣେ, ନୋହିଲେ, ତାହାଠାରୁ କଥାଟା ଶୁଣ ମୋରିପରି ଜଣେ ଅଧେ ଗଜମୂର୍ଖ ଅନ୍ତରଙ୍ଗ ସହଚର କଥାଟାର ଟିକିଏ ସୁରାକ୍ ବାରନ୍ତି ।ଛାଡ଼ ସେ କଥା ।

 

ସେହିଦିନ, ସେଇସଞ୍ଜରେ, ଜହ୍ନତବେଶ୍‌ଫୁଟି ପଡ଼ିଥିଲା, ତା ସଙ୍ଗରେ ପବନ, ବାଡ଼ି ବଗିଚାର ମଲ୍ଲୀବାସନା ଟିକିଏ ଟିକିଏଚୋରାଇ ଆଣି ବିରହିଣୀର ଛାତିରେ ବିଷ ବୋଳି ଦେଉଥିଲା । ଏ, ଏକ ପ୍ରକାର ପେଟେଣ୍ଟ ଧରଣର ଇନ୍‌ଜେକସନ୍‌। ଏଥିରେ ତଟକା ପୁରୁଣା କଥା, ପୁରୁଣା ସ୍ମୃତି ମନେ ପଡ଼ି ଛାତି ଜଳେ । ସୁନ୍ଦରୀ କୃଷ୍ଣପ୍ରିୟାର ସେହି ଦଶାଟା।ଏକଦୃଷ୍ଟିରେ ମୁହଁଟି ବାହାରକୁ ବଢ଼ାଇ ଦେଇ ଝରକାଟିରେ ଚାହିଁ ରହିଛି, କାହାକୁ ? -ଗଗନର ଚନ୍ଦ୍ର,-ନା-ମନର ଚନ୍ଦ୍ରକୁ ମ ? ବାହାର ଦୃଷ୍ଟି, ଭିତର ଦୃଷ୍ଟି ବୋଲିଯୋଡ଼ାଏ କଥା ଅଛିନା;-ଏଠି ସେଇଟା ହୋଇଛିପରା ! ଆଖିଦିଓଟି ଉପରେ ଉପରେ ଆକାଶ-ଚନ୍ଦ୍ର ଦେଖୁଛି, ଭିତରେ ଭିତରେ ସେ ଚାନ୍ଦ ନୁହେଁ-ଜଣକର କାହାରି ‘ଚାନ୍ଦମୁଖ’ ।

 

ସବୁ ଅଛି, ସ୍ନେହ ମାୟା ମମତା ନେଇ ଛୋଟ ହୃଦୟଟି ଗଢ଼ା। ପ୍ରାଣରେ ବଡ଼କୋମଳତା ଅଛି, ଆଖିରେ ଦୟା ଅଛି,ପ୍ରଶ୍ୱାସରେ ସହନୁଭୂତି ଅଛି; ନିଃଶ୍ୱାସରେ ମୋହିନୀ ଅଛି । ସବୁଥାଇ ନାହିଁ ଗୋଟିଏ କଥା ।ସେଇଟିତବଡ଼ ଅଭାବ-କୃଷ୍ଣପ୍ରିୟା ଗୃହସ୍ଥ କନ୍ୟା ନୁହେଁ, ବେଶ୍ୟା ।ସତକଥାଟା କହିବାକୁ ଗଲେ କେତେ ବେଶ୍ୟାଙ୍କର ବ୍ୟବହାର ଦେଖଛି ଶୁଣିଛି, ଲେଖାରେ ବି ପଢ଼ିଛିବାକୀ ଧାରଣା ନ ଥିଲା ବେଶ୍ୟା ହୃଦୟରେ ପ୍ରେମ ବୋଲି ଗୋଟିଏ ସ୍ୱର୍ଗୀୟ ପଦାର୍ଥ ଥାଏ ବୋଲି। କାମ ଥାଏ, ସେ ପୁଣି ଲୋଭ ମିଶ୍ରିତ । ସେ ଲୋଭ ଆହୁରି ସାଧାରଣ ଧରଣର ନୁହେଁ, ରାକ୍ଷସୀର କୁଟୀଳତା ମିଶା ।

 

କୃଷ୍ଣପ୍ରିୟାର ଡାକନାମ ‘ହରି’ । ଅବଶ୍ୟ ନାଁ’ ଟା ପୁରୁଷ-ସମ୍ଭବ, ବାକି ଡାକନ୍ତିତଲୋକେ, ମୁଁ ମଧ୍ୟ ସେହିବାଟ ଧରିଲି । ବୟସ ଅଳ୍ପ । ବଡ଼ଜୋରଷୋଳ ହେବ । ପ୍ରସ୍ଫୁଟିତଯୌବନା । ସେ ହସଟି ସାଙ୍ଗକୁ ଓଠ ଦୋଟି, ଆଖିଦୋଟିକି ଚାହିଁ ଭ୍ରୁଲତା, ମୁହଁଟିକୁ ଚାହିଁ କୁଞ୍ଚିତ କେଶ;-ବାସ୍ତବିକ ଭାରି ମାନିଛି । ସେ ଚାଲିଟିତ କାହିଁକି ଏକାବେଳେ ମୋତେ ସୁନ୍ଦର ଲାଗେ । କିଯୋଗରେ ଯେ ‘ଚରଣ’ ସଙ୍ଗରେ ତା’ର ଚାରି ଆଖି ମିଳି ଯାଇଛି କହି ହେବ ନାହିଁ । ଲୋକେ କଥାରେ କହନ୍ତି ଶୁଭ ଦୃଷ୍ଟି । ଏ’ଟା ସେଇ କଥା ହେବ । ଚରଣ,-ଯୁବକ , ଗୌରବର୍ଣ୍ଣ, ସୁନ୍ଦର, ମୁହଁଟି ବେଶ ଧାରସାର । ଆଖିଦୋଟି ବଡ଼ଢଳଢଳ, ଯେମିତି ସବୁବେଳେ କରୁଣା ବୋଲା ରହିଛି । ଗାଏ ବେଶ୍‌। ଗଳାରେ ମାଧୁରୀ ଅଛି । ଶୁଣିଲେ ପ୍ରାଣରେ ବଡ଼ ଆନନ୍ଦ ଆସେ ।

 

ଉଭୟେ ଯେତେବେଳେ ଉଭୟଙ୍କ ଅପରିଚିତ ତେତେବେଳେ ସାକ୍ଷାତ । ଦିନେ ଏହିପରି ସଞ୍ଜବେଳରେ କବାଟ କଣରେ ଗୋଟିଏଛୋଟ ଆଖି ତାକୁ ଦେଖି ପକାଇଛି । ଦେଖିଛି ଆଉ ମଜ୍ଜିଛି। ତହିଁ ପରଦିନ ଚତୁରାକ୍ଷ । ରାସ୍ତାଟାରେ ଚରଣକୁ ଧନ୍ଦା ଲାଗିଗଲା, ଆଗରେ ଖଣ୍ଡିଏ ରତ୍ନ ଦେଖିଲା ପରି ଆଖି ଚମକି ଉଠିଲା । ମନ ଭିତରଟାରେ ଏକପ୍ରକାର ଅଦ୍ଭୂତ ଭାବ ଖେଳିଲା-ସେଇଟା ଆଉ ଲେଖିବା କଥା ନୁହେଁ । ଅନେକ ଅନୁଭବି ଥିବେ, ଟିକିଏ ମନେ ମନେକଳ୍ପଣା କରି ନେଲେ ବାଧିତ ହେବି । ସେ ଦିନଟା ଗଲା । ଟିକିଏ ଦୂରରେ ଆଢ଼ୁଆଳ ଭିତରେ ଥାଇ କିଏ ଜଣେ ଧନୁରେ ଗୁଣ ଦେଇ ଥରେ ଟାଣି ଦେଲା । ଏ ଶରର ଗୁଣ ବଡ଼ ବିଷମ । ଭଲରେ ଭାଲିଆ ଦେବା ଲୋକ ସେ । ଯୋଗେଶ୍ୱର ମହାଦେବଙ୍କ ପର୍ଯ୍ୟନ୍ତ ବାଧିଛିତ ମନୁଷ୍ୟ ବା କେତେ ମାତ୍ର ?

 

ଆଖି ଦେଖା, ମନ ଦେଖା ସବୁ ତ ସରିଲା । ପ୍ରେମଡୋରି ତାଗ ବଡ଼ଟାଣୁଆଁ। ଏଥର ନିତି ପ୍ରତି ଥରେ ଅଧେ ଦେଖା ନୋହିଲେ ଯେପରି ଚରଣର ଗୋଟାଏଦୈନନ୍ଦୀନ କର୍ତ୍ତବ୍ୟର ତ୍ରୁଟି ଘଟେ । ମନଟା ଘାଣ୍ଟି ହୁଏ । ସୁଧା-ସମୁଦ୍ର ଭିତରେ ଛାତି ବୁଡ଼ାଇରଖିଲେବି ବିଷ-ଶରପାତର ଦହନ ଅନୁଭୂତ ହୁଏ । ହରି କିଏ ସେ ପରିଚୟ ନେବାକୁ ଆଉ ଚରଣର ତର ସହି ନାହିଁ । ଯେତେବେଳେ ତାର ସବୁ କଥା ସେ ବୁଝେ ତେତେବେଳକୁ ମନଟି ବନ୍ଧା ଦେଇ ସାରିଛି । ଖାଲି ପୋଲାକବାଲାରେ ନୁହେଁ, ଏକାବେଳକେ କନ୍ଦର୍ପଙ୍କର ଇଜଲାସରେ ରୀତିମତ ରେଜଷ୍ଟ୍ରୀହୋଇଛି। ସାକ୍ଷୀ ବି ଜବରଦସ୍ତ, ସେ ନିଜର ଆଖିଦୋ’ଟି। ଦସ୍ତଖତ ବି ଟାଣ, ପ୍ରେମ କଲମ-ଆଉ ଛାତି-କାଗଜ । ସେଠାରେ ଆଉ ବେଶ୍ୟା ବା ଗୃହସ୍ଥ କନ୍ୟାର ପ୍ରଭେଦ କହିଁ ?

 

ରଙ୍ଗିନୀ ବୃଦ୍ଧା ବେଶ୍ୟା, ହରି ମାତୃହୀନା। ରଙ୍ଗିନୀ ତାକୁ ପାଳି ଆଣିଛି । ସ୍ନେହ କରେ-ବାକି ସ୍ୱାର୍ଥଛଡ଼ା ଆଦର ଦିଏ ନହିଁ । ବେଶ କରିଦିଏ ସେଇଟା ଲାଭ ଲାଗି । ଭାରି ମନ ଫୁଲାଣିଆ କଥା କହେ, ଯେଉଁଦିନହରି ଅପେକ୍ଷାକୃତ ବେଶୀ ଟଙ୍କା ଦିଏ । ହରିର ମା ବଡ଼ ଗୁଣର ଥିଲା, ହରି ମଧ୍ୟ ଭଲ ଲୋକର ଝିଅ, ହୃଦୟ ସେହିପରି ଗଢ଼ାହୋଇଛି ।

 

ଏବେ କେତେଦିନ ହେଲା ହରିର ଭାବାନ୍ତର ଘଟିଛି । ଆଉ କାହାର କଥା ସୁଖ ଲାଗୁ ନାହିଁ । କେତେ ରସିକ, ଅଧାରସିକ, ସୁରସିକ, ବଦ୍‌ରସିକ, ଅରସିକ, ଫଟା ରସିକ ଦ୍ୱାରସ୍ଥ ହୁଅନ୍ତି, ହେଉଛନ୍ତି ମଧ୍ୟ । ଭଲ ଫୁଲଟା ନା, ଭ୍ରମରଙ୍କର ଅଭାବ କଣ ? ଏ ଫୁଲ ଯେ କେତକୀ ହେବାକୁ ଉତ୍କଣ୍ଠିତା ଏ କଥାଟା ଜାଣୁଛି କିଏ ? ମନଟାକୁ ଯେତେ ଛପାଇ ରଖିଲେ ସେ କି ରହିବା ବାଲା ? ରଙ୍ଗିନୀ କ୍ରମଶଃ ତାର ବ୍ୟବାହାର ଟେର୍ ପାଇଛି । ଆଉ ପାଇବାର ମଧ୍ୟ ସେ ହକ୍‌ଦାର-କାରଣ ବୃଦ୍ଧା । ଏବେ ମାଳିମାତ୍ରା ଧରିଲାଣି । ମାତ୍ର ସେ ମାଳିରେ ସେ କ’ଣ ଯେ ଗଣେ, ତା ଭଗବାନଙ୍କୁ ଗୋଚର । ଚିତା କାଟି ମାଳିରେ ଧରି ସଞ୍ଜବେଳକୁ ଦୁଇ ତିନିଘଣ୍ଟା ବସିଯାଏ । କଡ଼ା; ମିଠା ସବୁ ରକମର ଠେକା ତାର ଆୟତ୍ତ ଅଛି, ମଝିରେ ମଝିରେ ପରନ୍‌ ଖଣ୍ଡେ ଖଣ୍ଡେ ବି ଲଗାଏ; ସେ ପୁଣି ସମ୍‌ରୁସମ୍ତକ୍ ।

 

ଆଗେ ଆଗେ ସେ ସାଇର ବଜାର ବୁଲା ଯୁଝ, ବନା, ରାଜୁଆ, ମହନା ଇତ୍ୟାଦି ବହୁତ ଗ୍ରାହକ ଜୁଟି ଆସରଟା ସରଗରମ କରି ରଖିଥାନ୍ତି । ଏବେ ସେମାନେ ବି ବୁଝି ପାରିଲେଣି ହରି ତାଙ୍କୁ ପସରା କରେ ନାହିଁ । ସେ ତ ଗୁଣର ଆଦର କରି ଶିଖିଲାଣି । ଖାଲି ରୂପରେ ଭୁଲିବା ତ ବଡ଼ କଠିନ ।ତା’ପରେ ‘ଯାହା ମନ ଯହିଁ କି ରସେ’ । ଯବରଦସ୍ତି ପ୍ରେମତବଡ଼ ସହଜ ନୁହେଁ । ସେମାନେ ବି କ୍ରମଶଃ ରାଗି ଉଠି ରାତି ଅଧୀଆ ବଜାର କୁତା, ପହରା ସିପେଇଙ୍କି ଦେଖିଲେ ଦାନ୍ତ ନିକୁଟି ଭୁକିଲାପରି ହେଲେଣି । ଅଥଚ ବୁଝୁ ନାହାନ୍ତି ଏଥିରେ ଦୋଷ ହରିର ନାହିଁ କି ଚରଣର ନାହିଁ ।ଦୋଷ ଦେଲେ ଦିଅ ଜଣେ ତୃତୀୟ ପୁରୁଷକୁ ଯେ ଭେଟାଇଛି, ମନ ମିଳାଇଛି ବା ଶର ଯୋଖି ଦେଇଛି, ମୂର୍ଖ ନା, ନିଜ ନିଜ ର ରୂପ ଗର୍ବ, ଗୁଣଗର୍ବବଡ଼ ବେଶୀ । ଅଥଚ ରୂପ ଗୁଣ ବିଭବ ସବୁଥିରେ ହୀନା ଦପିହୀନ ସେହି ଅଭଦ୍ର ଗୁଡ଼ାକ। ଛାଡ଼ସେକଥା । ଆଜି ସଞ୍ଜରେ ସେମିତି ଫୁଟା କଇଁଟି ପରି ମୁହଁଖଣ୍ଡିକ ସେହି ପରିଚିତ ଝରକାଭିତରେ ଚନ୍ଦ୍ରକୁ ଚାହିଁ ରହିଛି । ରଙ୍ଗିନୀ ପୂଜାରେ ବସିଛି ।ଗଳିଟାରେ ବେଶି ଗୋଳମାଳ ନାହିଁ । ନିଛାଟିଆ । କାନିଖଣ୍ଡ କାନ୍ଧରେ ପକାଇ କିଏ ଜଣେ ଅଳ୍ପ ଜୋର ଗଳାରେ ଗାଇ ଗାଇ ଯାଉଛି- ‘ସଞ୍ଜ ଦିନେ, ନୟନ କୋଣେ, ପ୍ରିୟତମ ବୋଲି କେ ସତେ ଡ଼ାକିଲା ? ଅଧରପଲ୍ଲବ, କମ୍ପି ଉଠୁଥିଲା, କହୁ କହୁ କଥା ମରମେ ରହିଲା’ ।

 

ଆଶାର ମିଳନ ଆଶାରେ ରହିଲା-ମନଛବିଅଙ୍କା ବନଜ ସରିଲା ଲୋକଲଜେ, ପ୍ରେମ ତୁଳିକାଟିମୋର, ଫିଙ୍ଗିଦେଲି ସତେ ଛାତି ସହିଲା ।

 

ଗୀତଟାର ପ୍ରତ୍ୟେକ ପଦ ଯେପରି ଶରପରି ଲାଗିଲା-ପ୍ରତ୍ୟେକ ବର୍ଣ୍ଣ ଯେପରି ହରିର ମନ ଅଳ୍ପେ ଅଳ୍ପେଚୋରାଇ ନେଲା-

 

ବାଧାତ ନାହିଁ ତେବେ ମିଳନ ନାହିଁ କାହିଁକି ? ଏତେ ଆଦର ଭିତରେ ଆଉ ମିଳନର ବାଧା କ’ଣ ? କାହିଁକି କେଜାଣି ଚରଣ ଦ୍ୱାରସ୍ଥ ହେବାକୁ କୁଣ୍ଠିତ । ଏଣେ ମନ ଚାହେଁ ପଦେ କଥା, ଗୋଟିଏଦରହାସ, ଥରେ ଦୁଇଟି କରର ସମ୍ମିଳନ । ପାଦ ତ କୁଣ୍ଠିତ । ଶରୀରରେ ବଳ ପାଏ ନାହିଁ । କଥା ପଦେ କହିଦେବାକୁ ସାହସ ହୁଏ ନାହିଁ । ବେଶ୍ୟା ହୃଦୟରେ ଯେ ବିମଳ ପ୍ରେମ ଥିବ ଏଇଟା କି ଚରଣ ମନରେ ସ୍ଥିର ଧାରଣା ଆଣିପାରୁ ନାହିଁ । କି ପ୍ରତିବନ୍ଧକ ଆଉ ? ଦୂର ଦେଖା ଦୂରେ ଦୂରେ ରହିଲା ।

 

ବର୍ଷାଦିନ ଝଡ଼ି। ଦୁଇ ତିନି ଦିନ ହେଲା ଆଉ ଦୁଇଜଣଙ୍କର ଭେଟ ନାହିଁ । ଚରଣର ହୃଦ୍‌ରୋଗ ଆରମ୍ଭ ହୋଇଛି। ଏଣେ ହରି ମଧ୍ୟ ସବୁ ଥାଇ ନଥିବା ପରି ଏକ ପ୍ରକାର ଉଦାସ ଭାବରେ ପଡ଼ି ରହିଛି । ଦେହର ସେ ଆଗ ତେଜ ନାହିଁ । ବେଶ ଭୂଷା ବା କାହାଲାଗି ହେବ ? ପୂର୍ବକଥିତ କୁଟୀଳ ଗ୍ରହକଙ୍କ ମଧ୍ୟରୁ ଦାମା ଏ ଖବର ନେବାରେ ତତ୍ପର । ଭାବ ଗତିରୁ ସେମାନେ ସବୁ ବୁଝି ପାରିଛନ୍ତି । ବେଳ ବୁଝି କଥା ପ୍ରସଙ୍ଗରେ ରଙ୍ଗିନୀ ଆଗରେ ଆଗ ବତା ହୋଇ କହିଲା ‘ଓଃ ଅନ୍ଧାର ରାତିରେ ମତେ ଲାଗୁଛି ଆଜି ଗୋଟାଏ ଦଣ୍ଡ ଫେର୍ ଅଛି । ଆମ ସାଇର ସେ ଚରଣକୁ ଦେଖିଥିବ । ବିଚାରା ଦିନ ଦିନ ହବ ବେମାର ପଡ଼ିଥିଲା । ରକ୍ତବାନ୍ତି କରୁଛି । ପ୍ରାୟ ଏଇ ଘଣ୍ଟାକ ଭିତରେ ଶେଷ ହୋଇଯିବ। ଆମରି ମୁଣ୍ଡରେ ତ ଚଡ଼କ।ଜାତିପୁଅ ଆମେ । ଅନ୍ଧାର, ବର୍ଷା, ଏଥିରେ ମଶାଣିକୁ ନଗଲେ ନଚଳେ । ମୁଁ ଖୋଜି ଆସିଛି ଏଠି ରାଜୁଆ ଅଛି କି ନାହିଁ । ରଙ୍ଗିନୀ ନାହିଁ କରିବାରୁ ରାଜୁଆ ଉପର ଟିକିଏ ବିରକ୍ତି ଭାବ ମଧ୍ୟ ଦେଖାଇବାରେ ତ୍ରୁଟି କରି ନାହିଁ ।

 

ଚରଣର ଶେଷକାଳ। ହରି ମୁଣ୍ଡରେ ଚଡ଼କ ପଡ଼ିଲା ନାହିଁ କାହିଁକି ? ଶୁଣିଲା । ଦେହରେ ପ୍ରାଣ ଅଛି ? କାହାକୁ କିଛି କହି ନାହିଁ, ପଚାରି ନାହିଁ । ଆଖିଦୋ’ଟି ଛଳ ଛଳହୋଇ ଧାର ବହି ପଡ଼ିଲା ।

 

ଠିକ୍ ଏତିକିବେଳେ ବାହାରେ କିଏ ଡାକିଲା ‘ଦାମ, ଅଛୁକି ? ବେଗେ ଆ’ନା ବାବୁ ! ଚରଣ ଶେଷ ହୋଇଗଲା ।’ ଦାମ ହଠାତ୍ ଉଠିଗଲା ବେଳକୁ ଆରଘରଗମ୍ଭୀରା ଭିତରେ ଯୋରରେ କ’ଣ ଦୁମ୍ କରି ଶବ୍ଦ ହେଲା । ଯିବ କଣ ? ଦୌଡ଼ି ଓ ରଙ୍ଗିନୀ ଦେଖନ୍ତି ହରି ହଠାତ୍ ପଡ଼ିଯାଇମୂର୍ଚ୍ଛିତା । ବହୁ ଚେଷ୍ଟା କରାଗଲା-ଏ ମୂର୍ଚ୍ଛା ଆଉ ଭାଙ୍ଗିବାର ନୁହେଁ । ଶେଷ ନିନ୍ଦ୍ରା ।

 

ଅରୁଣୋଦୟ। ମେଘ ଛାଡ଼ି ଯାଇଛି । ତରୁଲତାର ପତ୍ର ଯେପରି ବିନ୍ଦୁଏ ବିନ୍ଦୁଏ ଦୁଃଖ-ନୀର ଝରାଉଛନ୍ତି । ଶ୍ମଶାନ । ଚାରିଆଡ଼େ ମୁଣ୍ଡମାଳା ।ଅସ୍ଥିକଙ୍କାଳ, କାହାର ଚିତା ନିକଟରେ ଜଣେ କିଏ ନବୀନ ଯୋଗୀ । ଜଗତର ଯାବତ୍ ଦୁଃଖ ଯେପରି ଏକା ତୁକୁହିଁଘୋଟିଛି।ଆଖି ଲୁହରେ ଛାତି ତିନ୍ତିଛି । ଶ୍ମଶାନରେ ସେହି ଚିତାଭସ୍ମ ବୋଳି ହେଉଥିଲା ।

 

ବନ୍ଧୁ, କିଏ ସେ ପ୍ରେମଯୋଗୀ?